ETV Bharat / city

ଅତ୍ୟାଧୁନିକ ସୁବିଧା ସହ ଭୁବନେଶ୍ୱର-ନୟାଗଡ଼ MEMU ଟ୍ରେନ ଆରମ୍ଭ

author img

By

Published : Dec 15, 2021, 8:25 PM IST

ଭୁବନେଶ୍ୱର-ନୟାଗଡ଼ ଟାଉନ MEMU ଟ୍ରେନ ସେବା ଆରମ୍ଭ । ଆରାମଦାୟକ ଯାତ୍ରା ସହ ରହିଛି ଯାତ୍ରୀଙ୍କ ସୁରକ୍ଷା ପାଇଁ CCTV ଓ GPS ପରି ବ୍ୟବସ୍ଥା । ଅଧିକ ପଢନ୍ତୁ

ଅତ୍ୟାଧୁନିକ ସୁବିଧା ସହ ଭୁବନେଶ୍ୱର-ନୟାଗଡ଼ MEMU ଟ୍ରେନ ଆରମ୍ଭ
ଅତ୍ୟାଧୁନିକ ସୁବିଧା ସହ ଭୁବନେଶ୍ୱର-ନୟାଗଡ଼ MEMU ଟ୍ରେନ ଆରମ୍ଭ

ଭୁବନେଶ୍ବର: ଅତ୍ୟାଧୁନିକ ବ୍ୟବସ୍ଥା ସହ ଆରମ୍ଭ ହୋଇଛି ଭୁବନେଶ୍ୱର-ନୟାଗଡ଼ ଟାଉନ ମେମୁ (MEMU)ଟ୍ରେନ । CCVT ପର୍ଯ୍ୟବେକ୍ଷଣ ସହିତ ଅନ୍ୟାନ୍ୟ ଆଧୁନିକ ସୁବିଧା ଥିବା ଏହି ଟ୍ରେନ ଷ୍ଟେନଲେସ୍ ଷ୍ଟିଲ୍ ଦ୍ୱାରା ନିର୍ମିତ ଏବଂ ବାୟୁ ପ୍ରତିରୋଧକୁ ହ୍ରାସ କରିବା ପାଇଁ ସକ୍ଷମ । ସେହିପରି ଏରୋଡାଇନାମିକ୍ ଆକୃତିର ଷ୍ଟେନଲେସ୍ ଷ୍ଟିଲ୍ ଏବଂ ଅଗ୍ର ଭାଗ ଗୁଡିକ ବାୟୁ ପ୍ରତିରୋଧ କରିଥାଏ ଯାହାଦ୍ୱାରା ଶକ୍ତି ସଞ୍ଚୟ ହୋଇପାରିବ ବୋଲି କହିଛି ପୂର୍ବତଟ ରେଳପଥ ।

ସେହିପରି ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇଁ ଜିପିଏସ୍ ଆଧାରିତ ପାସେଞ୍ଜର ଇନଫରମେସନ୍ ସିଷ୍ଟମ୍ ଏବଂ ପାସେଞ୍ଜର ଆଡ୍ରେସ ସିଷ୍ଟମ ବିକଶିତ କରାଯାଇଥିବା ବେଳେ ଭିତର ପ୍ୟାନେଲଗୁଡିକ ମଧ୍ୟ ଫାଇବର-ସଶକ୍ତ ପ୍ଲାଷ୍ଟିକ୍ (FRP) ଦ୍ୱାରା ନିର୍ମାଣ କରାଯାଇଅଛି ଯାହାକି ଏକ ମନୋରମ ସୌନ୍ଦର୍ଯ୍ୟ ଦୃଶ୍ୟ ପ୍ରଦାନ କରାଇବ। ଏର୍ଗୋନୋମିକ୍ FRP ଡ୍ରାଇଭ୍ ଡେସ୍କ ଏକ ଉତ୍ତମ ଦୃଶ୍ୟ ଏବଂ ଟ୍ରେନ ପରିଚାଳନା ପାଇଁ ସହଜ କରାଇଥାଏ । ଜର୍କ ମୁକ୍ତ ଯାତ୍ରା ପାଇଁ ଏୟାର ସସପେନ୍ସ ମନିଟରିଂ ସିଷ୍ଟମ ଏବଂ ଶୀତତାପ ନିୟନ୍ତ୍ରିତ ଡ୍ରାଇଭର କ୍ୟାବିନ ଡ୍ରାଇଭରର ଆରାମକୁ ନିଶ୍ଚିତ କରାଇଥାଏ ।

ଏହି MEMU ଟ୍ରେନରେ ନିରାପଦ ଯାତ୍ରା ପାଇଁ ଷ୍ଟେନଲେସ୍ ଷ୍ଟିଲ୍ ସ୍ଲିପ୍ ଫ୍ରି ଚଟାଣ, ଆରାମଦାୟକ ଯାତ୍ରା ପାଇଁ କୁସନ ଯୁକ୍ତ ବେଞ୍ଚ, ସୁରକ୍ଷିତ ଏବଂ ସହଜ ଭାବେ ଗୋଟିଏ କୋଚରୁ ଅନ୍ୟ କୋଚ୍ ଭ୍ରମଣ ପାଇଁ କୋଚ୍ ମଧ୍ୟରେ ବ୍ୟାପକ ଭେଷ୍ଟିବୁଲ୍, ଯାତ୍ରୀଙ୍କ ସହଜ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ହାଲୁକା ଆଲୁମିନିୟମ୍ ଦ୍ୱୈତ ସ୍ଲାଇଡିଂ ଡୋର ବିକଶିତ କରାଯାଇଛି । ସେକେଣ୍ଡାରୀ ସସ୍ପେନସନ ବଗି, ଉନ୍ନତ ହ୍ୟାଣ୍ଡ ହୋଲଡ଼ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ମଡ୍ୟୁଲାର୍ ଟଏଲେଟ୍, ଏଲଇଡି ଲାଇଟ୍, ଷ୍ଟେନଲେସ୍ ଷ୍ଟିଲ୍ ଲଗେଜ୍ ରେକ୍, ଆଭ୍ୟନ୍ତରୀଣ ସାଜ୍ଜସଜ୍ଜାରେ ଫାଇବର ରିଫୋର୍ଡ ପ୍ଲାଷ୍ଟିକ୍ (FRP) ସ୍ଥାନ ଇତ୍ୟାଦି ଯୋଗାଇ ଦିଆଯାଇଛି ।

ଏହି MEMU ଟ୍ରେନରେ ୮ଟି କୋଚ ଥିବାବେଳେ ଏଥିରେ ଛିଡ଼ା ହୋଇ ଯାତ୍ରା କରୁଥିବା ଯାତ୍ରୀଙ୍କ ବ୍ୟତୀତ 614 ଜଣ ବସିକି ଯାତ୍ରା କରିପାରିବେ । ଏହି ଟ୍ରେନ 25 kv AC ଓଭରହେଡ୍ ଟ୍ରାକ୍ସନ୍ ଉପରେ ପରିଚାଳିତ ଏବଂ ଏଥିରେ 3ଟି ପର୍ଯ୍ୟାୟ ଅନ୍-ବୋର୍ଡ ସ୍ୱଦେଶୀ ବୈଦ୍ୟୁତିକ ଟ୍ରାକ୍ସନ୍ ସିଷ୍ଟମ ମଧ୍ୟ ରହିଛି । ଯାହା 35% ପର୍ଯ୍ୟନ୍ତ ଶକ୍ତି ସଞ୍ଚୟ କରିବା ସହିତ ଉଇଂଣ୍ତ ମାନର ବ୍ରେକିଂ ସିଷ୍ଟମ ମଧ୍ୟ ବିକଶିତ କରାଯାଇଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.