ETV Bharat / city

5T ମନ୍ତ୍ରୀ ଓ ସଚିବଙ୍କ ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ: ଅପରାଜିତା - ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ରାଜ୍ୟ ସରକାର ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଦକ୍ଷତା ଆଣିବା ପାଇଁ ଆରମ୍ଭ କରିଛନ୍ତି 5T । 5T କାର୍ଯ୍ୟକାରିତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 31, 2019, 1:11 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଆଜି ‘ରନ ଫର ୟୁନିଟି’ କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାଜିତା ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଅପରାଜିତା କହିଛନ୍ତି ରାଜ୍ୟ ସରକାର ୨୦ ବର୍ଷ ଶାସନ କଲା ପରେ ମଧ୍ୟ 5Tକଣ ଆବଶ୍ୟକତା ପଡିଲା ବୋଲି ପ୍ରଶ୍ନ କରିଛନ୍ତି । ପୂର୍ବରୁ ଏହା କ’ଣ ଆମ ବ୍ୟବସ୍ଥାରେ ନଥିଲା କି ?

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହାସହ ସେ କହିଛନ୍ତି 5T ଏକ ଅଭିନବ ପଦକ୍ଷେପ ନୁହେଁ । ଏହା ବହୁତ ପୁରୁଣା କଥା । ସେ ଆଇଏଏସ ତାଲିମ ନେବା ସମୟରେ 5Tର ତାଲିମ ଦିଆଯାଉଥିଲା । କିନ୍ତୁ 5T କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରିବା ଦ୍ବାରା ଏହା ଯେଉଁ ବିଭାଗରେ କାର୍ଯ୍ୟକାରୀ ହେଉଛି ସେହି ବିଭାଗର ମନ୍ତ୍ରୀ ସଚିବଙ୍କୁ ଦୁର୍ବଳ କରିବ । ଏହା ଠିକ ନୁହେଁ ତାଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡା କରିଛି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜ୍ୟରେ ଲାଗୁ ହୋଇଥିବା 5ଟି ଉପରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ଅପରାଜିତା ଷଢଙ୍ଗୀ।ସରକାର ଏହାକୁ ଏକ ଅଭିନବ ଯୋଜନା କହି ସରକାରୀ କାର୍ଯ୍ୟ ରେ ପାରଦାର୍ଶିତା ଆଣିବାକୁ ଏହା ପ୍ରଥମ ଥର ପାଇଁ ଲାଗୁ ହେଉଥିବା କହିଲା ବେଳେ ସାଂସଦ ଶ୍ରୀମତୀ ଷଢଙ୍ଗୀ ଏହା ଏକ ପୁରୁଣା କଥା ବୋଲି କହିଛନ୍ତି।

Body:ଷଢଙ୍ଗୀ କହିଛନ୍ତି କି ସେ ମସୁରୀ ଠାରେ ଟ୍ରେନିଂ ନେବା ସମୟରେ ମଧ୍ୟ ଏହା ବିଷୟରେ ପଢ଼ା ଯାଉଥିଲା।ତେବେ ଏଥିରେ କିଛି ନୂତନତ୍ୱ ନାହିଁ ।ଯାହାକି ବହୁ ପୂର୍ବରୁ ଏହା ରହିଛି।ତେବେ ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି ଏପରି କଣ ଦରକାର ପଡିଲା ଯେ ହାଠାତ ଏହାକୁ ଲାଗୁ କରାଯିବାର।ଏହା ଅର୍ଥ ବିଗତ 20 ବର୍ଷ ଭିତରେ ସରକାର ରେ ଏସବୁ କାର୍ଯ୍ୟ କରୁ ନଥିବା ନେଇ ଆରୋପ ଲଗାଇଛନ୍ତି।ତେବେ ସେ ଆଗରୁ ଥିବା ସମସ୍ତ ବିଭାଗ ଏବଂ ତାଙ୍କର ସଚିବ ଓ ମନ୍ତ୍ରୀଙ୍କୁ ମନିଟର କରିବା ପାଇଁ ଆଉ ଗୋଟିଏ ପାରାଲାଲ ବିଭାଗ କରି କାର୍ଯ୍ୟ କରିବାକୁ ନାପସନ୍ଦ କରିଛନ୍ତି।ଏହା ଦ୍ବାରା ଆଗରୁ ଥିବା ବିଭାଗ ଗୁଡିକ ସଶକ୍ତ ହେବା ବଦଳରେ ଦୁର୍ବଳ ହୋଇଯିବେ ବୋଲି ସେ କହିଛନ୍ତି।ବରଂ ଆଗରୁ ଥିବା ବିଭାଗ ଗୁଡିକୁ ସଶକ୍ତ କରିବା ଦିଗରେ ସେ ଗୁରୁତ୍ୱଦେଇଛନ୍ତି।
କାରଣ ଏପରି କରିବା ଦ୍ୱାରା ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ଯୋଗ୍ୟତା ଓ ମର୍ଯ୍ୟାଦା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରବ ବୋଲି ସେ କହିଛନ୍ତି।
ଏହା ସହ ସେ ସଚିବମାନଙ୍କୁ ହସ୍ପିଟାଲର ପରିଚାଳନା ଦାଇତ୍ୱ ବିଷୟରେ ସେ କହିଲେ ଯେ ଏଥିରେ କୌଣସି ଅସୁବିଧା ନାହିଁ।ସେ ରାଜନୈତିକ ବ୍ୟକ୍ତି ହୋଇଥାଉ କି ଅଧିକାରୀ ।ମୁଖ୍ୟତଃ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକ କିପରି ହେଉଛି ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ସେ କହିଛନ୍ତି।ତେବେ ଶ୍ରୀମତୀ ଷଢଙ୍ଗୀ ଅଧିକାରୀମାନଙ୍କ ଗଣମାଧ୍ୟମକୁ ମନ୍ତବ୍ୟ ଦେବା ବିଷୟରେ କିଛି କହିବାକୁ ମନା କରି ଦେଇଛନ୍ତି।
ବାଇଟ-ଅପରାଜିତା ଷଢଙ୍ଗୀ ସାଂସଦ ଭୁବନେଶ୍ୱର
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.