ETV Bharat / city

ରାଜଧାନୀ ପ୍ରତିଷ୍ଠା ଦିବସକୁ ନଡାକିବା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

author img

By

Published : Apr 13, 2022, 5:04 PM IST

ରାଜଧାନୀ ଭୁବନେଶ୍ବର ଆଜି ପାଳନ କରୁଛି 74 ତମ ସ୍ଥାପନା ଦିବସ । ଏଥିପାଇଁ ରାଜ୍ୟ ସରକାର ଭବ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଛନ୍ତି । ଏଥିରେ ନେତା, ମନ୍ତ୍ରୀ, ସଚିବ, କର୍ମଚାରୀଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଥିଲା । କିନ୍ତୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏହାକୁ ନେଇ ସାଂସଦ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ

ଅପରାଜିତା
ଅପରାଜିତା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଆଜି ପାଳନ କରୁଛି 74 ତମ ସ୍ଥାପନା ଦିବସ । ଏଥିପାଇଁ ରାଜ୍ୟ ସରକାର ଭବ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଛନ୍ତି । ଏଥିରେ ନେତା, ମନ୍ତ୍ରୀ, ସଚିବ, କର୍ମଚାରୀଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଥିଲା । କିନ୍ତୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏହାକୁ ନେଇ ସାଂସଦ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।

  • Have written to Hon'ble@Naveen_Odisha today.

    Not extending invitation to an elected MP on Capital Foundation Day, is an expression of huge disrespect for a Constitutional post.This is what SANSKAR is all about.

    The matter deserves quick enquiry & fixation of responsibility. pic.twitter.com/ivO4t1GMa9

    — Aparajita Sarangi, Member of Parliament (@AprajitaSarangi) April 13, 2022 " class="align-text-top noRightClick twitterSection" data=" ">

ଅପରାଜିତା ଚିଠିରେ ଦର୍ଶାଇଛନ୍ତି ଯେ, ଭୁବନେଶ୍ବର ସ୍ଥାପନା ଦିବସ କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ ନଦେବା ସାମ୍ବିଧାନିକ ପଦବୀ ପ୍ରତି ଅସମ୍ମାନ । ଭୁବନେଶ୍ବରର ଲୋକପ୍ରତିନିଧି ଭାବେ ନିମନ୍ତ୍ରଣ ପାଇବା ତାଙ୍କ ଅଧିକାର ରହିଛି ।

ରାଜଧାନୀ ପ୍ରତିଷ୍ଠା ଦିବସକୁ ନଡାକିବା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା
ରାଜଧାନୀ ପ୍ରତିଷ୍ଠା ଦିବସକୁ ନଡାକିବା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

କିନ୍ତୁ ଭୁବନେଶ୍ବର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରାନଯିବା ଅଶୋଭନୀୟ । ତାଙ୍କୁ ନିମନ୍ତ୍ରଣ କରାନଯିବା ଘଟଣାର ତଦନ୍ତ କରି ଏଥିପାଇଁ ଯେଉଁମାନେ ଦାୟୀ ତାଙ୍କୁ ଚିହ୍ନଟ କରିବାକୁ ଅପରାଜିତା ଦାବି କରିଛନ୍ତି । ଏହାସହ ଅପରାଜିତା ଲେଖିଛନ୍ତି ଯେ ଆମର ରାଜନୈତିକ ବିଚାରଧାରା ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ଲୋକପ୍ରତିନିଧି ଭାବରେ ସୌଜନ୍ୟତା ଦୃଷ୍ଟିରୁ ରାଜ୍ୟ ସରକାର ନିମନ୍ତ୍ରଣ ଦେବାର ଥିଲା । ଆଶା କରିବି ସରକାର ଚିଠିର ଉତ୍ତର ରଖିବେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.