ETV Bharat / city

IPUକୁ ନିର୍ବାଚିତ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

author img

By

Published : Oct 12, 2022, 10:53 PM IST

ସମ୍ମାନଜନକ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ (Inter-Parliamentary Union) କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sarangi ) । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ସମ୍ମାନଜନକ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ (Inter-Parliamentary Union) କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sarangi ) । ଏଥିପାଇଁ ଗତ 9 ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ନାରାୟଣ ହରିବଂଶଙ୍କ ନେତୃତ୍ବରେ ଏକ 12 ଜଣିଆ ସଂସଦୀୟ ଦଳ ରାୱାଣ୍ଡାର କିଗାଲି (Kigali Capital of Rwanda) ଗସ୍ତରେ ଯାଇଛନ୍ତି ।

  • Congratulations Smt @AprajitaSarangi, MP, for having won the election to post of Member of Executive Committee of #IPU during #IPU145 at Kigali, Rwanda with a spectacular margin of 12 out of 18 votes. Wish you a successful term as a Member of the prestigious body. @DrSJaishankar

    — Om Birla (@ombirlakota) October 12, 2022 " class="align-text-top noRightClick twitterSection" data=" ">

ସମ୍ମାନ ଜନକ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନକୁ ଦୀର୍ଘ 20 ବର୍ଷ ପରେ ଭାରତ ଫେରିଛି । ଶେଷ ଥର ପାଇଁ ଆଇପିୟୁରେ ଭାରତ ପକ୍ଷରୁ ନଜମା ହେପତୁଲ୍ଲା ପ୍ରତିନିଧିତ୍ବ କରିଥିଲେ । ଏହି ନିର୍ବାଚିତ ଫଳରେ ଏଣିକି ଆଇପିୟୁର ୧୫ଜଣିଆ କାର୍ଯ୍ୟନିର୍ବାହୀ କମିଟିକୁ ଅପରାଜିତା ଷଡଙ୍ଗୀ ଭାରତର ପ୍ରତିନିଧିତ୍ୱ କରିବେ । ରାୱାଣ୍ଡାର ରାଜଧାନୀ କିଗାଲିଠାରେ ହୋଇଥିବା ଏହି ନିର୍ବାଚନରେ ସାଂସଦ ଅପରାଜିତାଙ୍କ ସପକ୍ଷରେ ୧୮ ରୁ ୧୨ ଟି ଭୋଟ ପାଇଥିଲେ । ଯାହା ଭାରତର ବଳିଷ୍ଠ କୁଟନୀତିକୁ ବିଶ୍ବଦରବାରରେ ପୁଣି ଥରେ ଦର୍ଶାଉଛି ।

  • India wins a seat in the Executive Committee of Inter Parliamentary Union-after 20 years today.
    Grateful to PM Sri @narendramodi & Speaker Sri @ombirlakota for their faith in me.

    I bow down before Lord Jagannath🙏

    Nothing without people of Odisha.
    Can feel their presence here. pic.twitter.com/37fiEZNKxP

    — Aparajita Sarangi, Member of Parliament (@AprajitaSarangi) October 12, 2022 " class="align-text-top noRightClick twitterSection" data=" ">

ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନକୁ ଅପରାଜିତ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ଲୋକସଭା ବାଚସ୍ପତିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଅପରାଜିତା ଷଡଙ୍ଗୀଙ୍କୁ ଶୁଭେଛା ଜଣାଇଛନ୍ତି । ଏହି ସମ୍ମାନଜନକ କମିଟିରେ ଅପରାଜିତା ଦକ୍ଷତାର ସହ କାର୍ଯ୍ୟ କରି ଦେଶକୁ ଗୌରବାନ୍ବିତ କରିବେ ବୋଲି ବାଚସ୍ପତି କହିଛନ୍ତି । ଅପରାଜିତ ଷଡଙ୍ଗୀ ମଧ୍ୟ ଏହି ସମ୍ମାନ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ଲୋକସଭା ବାଚସ୍ପତିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଯେ ଗତ ଦୁଇଦଶନ୍ଧୀ ଧରି ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ (Inter-Parliamentary Union) ରେ ଭାରତର କୌଣସି ପ୍ରତିନିଧିତ୍ବ ନଥିଲା । ବିଶ୍ୱର ୧୯୦ ସଂସଦ ମଧ୍ୟରୁ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ ବା ଆଇପିୟୁରେ ୧୭୮ ଟି ସଂସଦର ସଦସ୍ୟତା ରହିଛି । ଏହି ସଂସ୍ଥାର ସ୍ଥାପନା ୧୮୮୭ ମସିହାରେ ହୋଇଥିଲା । ସାରା ବିଶ୍ବରେ ସଂସଦ ଓ ସାଂସଦଙ୍କ ସମନ୍ବୟ, ଶାନ୍ତି, ଗଣତନ୍ତ୍ରର ବ୍ୟାପକତା, ସୁରକ୍ଷା ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ ଗଠିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.