ETV Bharat / city

ରେଳମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା, ମନେପକାଇଲେ ପୁରୁଣା ସ୍ମୃତି

author img

By

Published : Jul 31, 2021, 4:01 PM IST

କେନ୍ଦ୍ର ରେଳମନ୍ତ୍ରୀ ତଥା ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ...

Bhubaneswar MP Aparajita Sadangi meet Union Railway minister Ashwini Vaishnaw
ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବଙ୍କୁ ଭେଟିଲେ ଅପରାଜିତା, ମନେପକାଇଲେ ପୁରୁଣା ସ୍ମୃତି

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ତଥା ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ । କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲା ପରେ ଅପରାଜିତା ଷଡଙ୍ଗୀ ଖୁସିବ୍ୟକ୍ତ କରିଛନ୍ତି ଏବଂ ନିଜର ପୁରୁଣା ଦିନକୁ ମନେପକାଇଛନ୍ତି ।

  • Met my dear friend, IAS batchmate and cadremate @AshwiniVaishnaw today in Delhi. Was such a pleasure ; laughed heartily over old memories.

    Discussed a host of issues.Sought his support for my Bhubaneswar Constituency and our Odisha. Assured him of my full support.

    God bless ! pic.twitter.com/7J8Wvl3B5m

    — Aparajita Sarangi, Member of Parliament (@AprajitaSarangi) July 31, 2021 " class="align-text-top noRightClick twitterSection" data=" ">

ଶନିବାର ନୂଆଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ୧୯୯୪ ବ୍ୟାଚ ଆଇଏଏସ ଅଫିସର ଭାବେ ଦୁହେଁ ଏକା ସମୟରେ ଚାକିରୀରେ ଯୋଗ ଦେଇଥିଲେ । ଉଭୟ ଓଡିଶା କ୍ୟାଡର ପ୍ରଶାସନିକ ଅଧିକାରୀ ଭାବରେ ନିଯୁକ୍ତ ପାଇଥିଲେ । ରେଳମନ୍ତ୍ରୀଙ୍କୁ ଭେଟିବା ସମୟରେ ନିଜ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ଅପରାଜିତା ଷଡଙ୍ଗୀ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିଥିବା କଥାକୁ ମନେ ପକାଇଛନ୍ତି। ଏହା ସହ ଓଡିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରରେଳମନ୍ତ୍ରୀ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଓ ଓଡିଶା ପ୍ରତି ନିଜର ସମସ୍ତ ସହାୟତା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ବୋଲି ଅପରାଜିତା ଷଡଙ୍ଗୀ ଟ୍ବିଟ କରିଛନ୍ତି ।

ସୂଚନାଥାଉକି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାରରେ ସମସ୍ତଙ୍କୁ ଚକମା ଦେଇ କେନ୍ଦ୍ର କ୍ୟାବିନେଟରେ ଏଣ୍ଟ୍ରି କରିଛନ୍ତି ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ। ବହୁ ଗରୁତ୍ବପୂର୍ଣ୍ଣ କେନ୍ଦ୍ର ରେଳମନ୍ତ୍ରୀ ଓ ଆଇଟି ବିଭାଗର ଦାୟିତ୍ବ ଦେଇଛନ୍ତି ପିଏମ ମୋଦି । ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇ ସାରା ଦେଶରେ ଚର୍ଚ୍ଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.