ETV Bharat / city

ବାତ୍ୟାର ରୂପ ନେଇପାରେ ଲଘୁଚାପ, ଆସନ୍ତା 24 ଘଣ୍ଟାରେ ବଜ୍ରପାତ ସହ ବର୍ଷା

author img

By

Published : Oct 8, 2021, 6:41 PM IST

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ପ୍ରାନ୍ତରୁ ଫେରିବାରେ ଲାଗିଛି । ସେପଟେ ଅକ୍ଟୋବର 10 ତାରିଖ ବେଳକୁ ପଶ୍ଚିମ ଓ ଉତ୍ତର ପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ...

ଆସନ୍ତା 24 ଘଣ୍ଟାରେ ବଜ୍ରପାତ ସହ ବର୍ଷା ପୂ୍ର୍ବାନୁମାନ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ଦେଶର ବିଭିନ୍ନ ପ୍ରାନ୍ତରୁ ଫେରିବାରେ ଲାଗିଛି । ସେପଟେ ଅକ୍ଟୋବର 10 ତାରିଖ ବେଳକୁ ପଶ୍ଚିମ ଉତ୍ତର ପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପରବର୍ତ୍ତୀ 4ରୁ 5 ଦିନରେ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ତେବେ ବାତ୍ୟାର ରୂପ ନେଲା ପରେ ଏହା ଦକ୍ଷିଣ ଉପକୂଳ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁ ପାରେ।

ବାତ୍ୟାର ରୂପ ନେଇପାରେ ଲଘୁଚାପ, ଆସନ୍ତା 24 ଘଣ୍ଟାରେ ବଜ୍ରପାତ ସହ ବର୍ଷା
ଆସନ୍ତା 24 ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । 10 ତାରିଖରୁ ବଜ୍ରପାତ କମିବ । 11 ଓ12 ତାରିଖ ଦକ୍ଷିଣ ଓଡ଼ିଶାର ବର୍ଷା କମିବ ।ଗତ 24 ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ 138.2 ମିମି ବର୍ଷା ରେକର୍ଡ କରାଯାଇଛି । ସେହିଭଳି କଟକରେ 46.2 ମିମି ବର୍ଷା ରେକର୍ଡ କରାଯାଇଛି ।ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.