ETV Bharat / city

ଆସୁଛି ଆଉ ଏକ ଲଘୁଚାପ, ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

author img

By

Published : Oct 6, 2021, 3:21 PM IST

Updated : Oct 6, 2021, 3:59 PM IST

ଆସୁଛି ଆଉ ଏକ ଲଘୁଚାପ । ଅକ୍ଟୋବର ୧୦ ତାରିଖ ବେଳକୁ ଆଣ୍ଡାମାନରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଅଧିକ ପଢ଼ନ୍ତୁ...

ଆସୁଛି ଆଉ ଏକ ଲଘୁଚାପ, ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଆସୁଛି ଆଉ ଏକ ଲଘୁଚାପ, ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ । ଅକ୍ଟୋବର ୧୦ ତାରିଖ ବେଳକୁ ଆଣ୍ଡାମାନରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ମୁହାଁ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଣ୍ଡାମାନ ସମୁଦ୍ରରେ ଏକ ଲଘୁଚାପ ସୃଷ୍ଟି ହେଉଛି । ଅକ୍ଟୋବର ୧୦ ତାରିଖ ବେଳକୁ ଏହା ପୂର୍ଣ୍ଣ ରୂପ ନେବ । ଏହାର ଲଗାତର ୪ରୁ ୫ ଦିନ ଧରି ରହିବ । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ବହୁ କମ୍‌ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ସୁନ୍ଦରଗଡ଼, ଦେବଗଡ଼, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ନୟାଗଡ଼, କନ୍ଧମାଳ, ଜଗତସିଂହପୁର କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଆଗାମୀ ୨୪ ଘଣ୍ଟାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଭୁବନେଶ୍ବର ସହରରେ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଛି । ଗଜପତିର କାଶୀନଗରରେ ସର୍ବାଧିକ ୬୯.୬୬ ମିମି ବର୍ଷା ରେକର୍ଡ କରାଯାଇଛି । ଅନୁଗୋଳର ପାଲଲହଡ଼ାରେ ୪୭ ମିମି ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Oct 6, 2021, 3:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.