ETV Bharat / city

ଫିକା ପଡିବ ପାର୍ବଣ, ସପ୍ତମୀରୁ ଦଶମୀ ଯାଏଁ ପ୍ରବଳ ବର୍ଷିବ !

author img

By

Published : Oct 1, 2022, 7:24 PM IST

ମା'ଙ୍କ ଷଷ୍ଠୀରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଆସନ୍ତା ୨ ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା । ଅଧିକ ପଢନ୍ତୁ

ଫିକା ପଡିବ ପାର୍ବଣ, ସପ୍ତମୀରୁ ଦଶମୀ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ବର: ପାର୍ବଣକୁ ଫିକା ପକାଇବ ଲଘୁଚାପ ଜନିତ ବର୍ଷା । ବର୍ଷାରେ ଭିଜିବ ଦଶହରା ପର୍ବ । ଆଜି ମା'ଙ୍କ ଷଷ୍ଠୀ ପୂଜା ଥିବାବେଳେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଜାରି ରହିଛି । ତେବେ ଆସନ୍ତା ୨ ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଏହା ମଧ୍ୟ ପଢନ୍ତୁ-କୋଟିଆରେ ଆନ୍ଧ୍ରର ଷଡଯନ୍ତ୍ର ! ଆଦାନୀର ଜଳ ବିଦ୍ୟୁତ ପ୍ରକଳ୍ପ, ଓଡିଶା ପାଇବ କଣ ?

ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପଶ୍ଚିମ-କେନ୍ଦ୍ରୀୟ ତଥା ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଏହା ପ୍ରଭାବରେ ବିଶେଷ ଭାବେ ଉପକୃତ ଓଡିଶାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ମାଲକାନଗିରି, କୋରାପୁଟ ଏବଂ ଜଗତସିଂହପୁରକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ରବିବାର ଓ ସୋମବାର ଦିନ ବର୍ଷାର ପରିମାଣ ବଢିବ । ଆସନ୍ତାକାଲି(ରବିବାର) ପାଇଁ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ରବିବାର ପୁରୀ, ଜଗତସିଂହପୁର, ଗଞ୍ଜାମ ଏବଂ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ୨ ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବାର ସମ୍ଭାବନା ଥିବାରୁ ଏଥର ଭିଜିବ ଦୁର୍ଗାପୂଜା ।

ତେବେ ୩ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୭ ମିମିରୁ ୨୦ ମିଲିମିଟର ବର୍ଷା ହୋଇପାରେ । ବର୍ତ୍ତମାନ ସୁଧା ୧ ଜୁନ୍‌ରୁ ୨୯ ସେପ୍ଟେମ୍ବର ୪ ୧୧୮୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭଦ୍ରକ ଜିଲ୍ଲାର ୨୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଏନେଇ ଶୁକ୍ରବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ଆଜି ରାଜ୍ୟର ବିଭନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଗତ ୨୪ ଘଣ୍ଟା ମଧ୍ୟରେ ବରଗଡରେ ଭଟଲିରେ ୩୫.୦ ମିଲିମିଟର, ମାଲକାନଗିରିର ପାଢିଆରେ ୨୬.୦ମିଲିମିଟର , କେନ୍ଦ୍ରାପଡାର ମାର୍ଶାଘାଇରେ ୨୨.୦ ମିଲିମିଟର ବର୍ଷା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.