ETV Bharat / city

ସୁପରିୟରଙ୍କୁ ଖୁସି କରିପାରୁନାନ୍ତି ଥାନାବାବୁ ! ରାତି ଅଧିଆ ହେଉଛି ବଦଳି - କମିଶନରେଟ୍ ପୋଲିସ

ଥାନାରୁ ଆସୁନି ମାସିକିଆ ସରପ୍ରାଇଜ୍ ! ବଡବାବୁଙ୍କ ପସନ୍ଦର କାର୍ଯ୍ୟ କରିପାରୁନାହାନ୍ତି ଥାନାବାଵୁ। ହୋଇପାରୁନି ଆଖିଦୃଷ୍ଟିଆ ରେଡ କି ସୁପରିୟରଙ୍କ ପାଖରେ ପହଞ୍ଚିପାରୁନି ଶୁଭ ଖବର । ମାସିକିଆ ରିପୋର୍ଟ କଲେକ୍ସନ ଆଳ ଦେଖାଇ ରାତି ଅଧିଆ ବଦଳି ହୋଇଛନ୍ତି ଥାନାବାବୁ । ଚନ୍ଦ୍ରଶେଖରପୁର ଥାନାବାବୁଙ୍କୁ ପୋଲିସ ହେଡକ୍ବାଟରକୁ ବଦଳି କରିଛନ୍ତି ସୁପରିୟର ଅଫିସର । ଅଧିକ ପଢନ୍ତୁ...

ସୁପରିୟରଙ୍କୁ ଖୁସି କରିପାରୁନାନ୍ତି ଥାନାବାବୁ
ସୁପରିୟରଙ୍କୁ ଖୁସି କରିପାରୁନାନ୍ତି ଥାନାବାବୁ
author img

By

Published : Jul 18, 2021, 9:06 AM IST

ଭୁବନେଶ୍ବର: ଥାନାରୁ ଆସୁନି ମାସିକିଆ ସରପ୍ରାଇଜ୍ ! ବଡବାବୁଙ୍କ ପସନ୍ଦର କାର୍ଯ୍ୟ କରିପାରୁନାହାନ୍ତି ଥାନାବାଵୁ । ହୋଇପାରୁନି ଆଖିଦୃଷ୍ଟିଆ ରେଡ କି ସୁପରିୟରଙ୍କ ପାଖରେ ପହଞ୍ଚିପାରୁନି ଶୁଭ ଖବର । ମାସିକିଆ ରିପୋର୍ଟ କଲେକ୍ସନ ଆଳ ଦେଖାଇ ରାତି ଅଧିଆ ବଦଳି ହୋଇଛନ୍ତି ଥାନାବାବୁ । ଚନ୍ଦ୍ରଶେଖରପୁର ଥାନାବାବୁଙ୍କୁ ପୋଲିସ ହେଡକ୍ବାଟରକୁ ବଦଳି କରିଛନ୍ତି ସୁପରିୟର ଅଫିସର । କେବଳ ଏ ଘଟଣା ନୂଆ ନୁହେଁ ପୁର୍ଵରୁ ମଧ୍ୟ ମଞ୍ଚେଶ୍ଵର, ନନ୍ଦନକାନନ, ଇନଫୋସିଟି, ଭରତପୁର ଥାନାଧିକାରୀଙ୍କୁ ଅପଦସ୍ଥ ହେବାକୁ ପଡିଛି । ରାତି ଅଧିଆ ବଦଳି ହେଉଛି ସତ ହେଲେ ନୂଆ ଥାନାଧିକାରୀଙ୍କୁ ପୋଷ୍ଟିଂ ଦେବାକୁ ସୁପରିୟର ଅଫିସରଙ୍କୁ ମିଳୁନାହାନ୍ତି ମନପସନ୍ଦର ଅଫିସର । ଯେ କି ସୁପରିୟରଙ୍କ ମନ ମୁତାବକ ଖୁସି କରାଇଵା ଭଳି କାମ କରିପାରିବେ !

ସୁପରିୟରଙ୍କୁ ଖୁସି କରିପାରୁନାନ୍ତି ଥାନାବାବୁ

କାରଣ ବିଗତ କିଛି ଦିନ ଧରି ଫାଙ୍କା ପଡିଛି କିଛି ଥାନା । ନାହାନ୍ତି ଥାନାବାବୁ ହୋଇପାରୁନି ଥାନା କାର୍ଯ୍ୟର ଉପଯୁକ୍ତ ତଦାରଖ। କାରଣ ପଡୋଶୀ ଥାନାର ଥାନାଧିକାରୀଙ୍କୁ ଏନେଇ ଅତିରିକ୍ତ ଦାୟିତ୍ବ ଦିଆଯାଉଛି । ନଚେତ ପ୍ରମୋସନ ପାଇସାରିଥିବା ଅଫିସର ACP ହୋଇସାରିଥିବା ବେଳେ ଏବେବି ଥାନାର ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି । ହେଲେ ଏତେ ସମସ୍ୟା ଥିବା ସତ୍ବେ ସୁପରିୟର ଅଫିସରଙ୍କୁ ଏ ସବୁ ଦୃଶ୍ୟମାନ ହେଉଥିଲେ ମଧ୍ୟ ଏନେଇ ସେମାନେ କୌଣସି ପସଦକ୍ଷେପ ନେଉନାହାନ୍ତି ।

ଯାହାକୁ ନେଇ ଇନଫୋସିଟି ଥାନା ବିନା ଥାନାବାଵୁରେ ଚାଲିଥିବା ଵେଳେ କ୍ୟାପିଟାଲ ,ଖାରବେଳନଗର, ନୟାପଲ୍ଲୀ ଥାନା ଭଳି ଥାନାଧିକାରୀଙ୍କ ପ୍ରମୋସନ ପରେ ବି ନୂଆ ଥାନାଵାଵୁ ନିଯୁକ୍ତ ନ ହେଇଥିବାରୁ ଥାନା ଛାଡିପାରୁନାହାନ୍ତି ବର୍ତ୍ତମାନ ଏସିପି ରାଙ୍କର ଅଫିସର। ଥାନାରେ ବିନା ଥାନାଧିକାରୀରେ ଯେପରି କାର୍ଯ୍ୟ ହେବା କଥା ତାହା ସମ୍ଭବ ହେଉନି । ସେହି ଅଞ୍ଚଳର ଲୋକ କି ଖବର ମଧ୍ୟ ପୋଲିସକୁ ବିଶ୍ବାସକୁ ନେବାକୁ ପଛଘୁଞ୍ଚା ଦେଉଛନ୍ତି । କାରଣ ରାତି ପାହିଲେ ଆସୁଛି ଥାନାବାବୁଙ୍କ ବଦଳି ଖବର । ଏପରିକି ଥାନାରେ ପୁରୁଣା କେସକୁ ବନ୍ଦ କରିବାକୁ ଟାର୍ଗେଟ।

ପୁରୁଣା କେସର ମୁଦାଲାଙ୍କୁ ଖୋଜି ବାହାର କର । ଫେରାର ଆସାମୀକୁ ଧର। ଥାନାରେ ବଡ ବଡ ବିଲଡର ନାରେ କେସ ହୋଇଥିଲେ ମଧ୍ୟ ପୋଲିସର କୋହଳ ମନୋଭାବ ଯୋଗୁଁ ଧରାଛୁଆ ଦେଉନାହାନ୍ତି ବିଲଡର । ଏଵେ ହଠାତ୍ ସେମାନଙ୍କୁ ଖୋଜି ବାହାର କରି ଗିରଫ କର । ଏଭଳି ଅନେକ ଦାୟିତ୍ବ ଏବେ ଥାନାର ଷ୍ଟାଫଙ୍କ ପାଇ ହୋଇଛି ବୋଝ ସଦୃଶ । ଏସବୁ କାର୍ଯ୍ୟରେ ଟିକିଏ ଏପଟ ସେପଟ ହେଲେ ଅଫିସରଙ୍କୁ ଏନକରେଜ ବଦଳରେ ହେଉଛି କଡା ତାଗିଦ ନଚେତ ଅଦଳବଦଳ ।

ଯାହାକୁ ନେଇ ଭୁବନେଶ୍ଵରରେ ପୋଲିସ ମାହୋଲରେ ଏବେ ଏକ ପ୍ରକାର ଚର୍ଚ୍ଚାର ବିଷୟ । କାଣି ବିରାଡିର କୁଜି ଅସରପା ଉପରେ ରାଗ ପରି । ମନ୍ତ୍ରୀ ନା ନେଇ ରାସ୍ତାରେ ହଙ୍ଗାମା କରୁଥିବା ଯୁବକକୁ ଅଟକାଇଲେ ବି ତାରିଫ ବଦଳରେ ଅଫିସରଙ୍କ ଚାମ୍ବରରେ ଦିଆଯାଉଛି ତାଗିଦର ଭୟ । ଯାହା ଏବେ ସୁପରିୟର ଅଫିସରଙ୍କ ଆକ୍ସନପ୍ଲାନକୁ ନେଇ ଅଫିସରଙ୍କ ମାହୋଲରେ ଜୋର ଧରିଲାଣି ଚର୍ଚ୍ଚାର ଖୋରାକ । ଏଭଳି ସ୍ଥିତିରେ ଲୋକଙ୍କ ସମସ୍ୟା ଦିଗରେ ସମାଧାନର ବାଟ ବାହାର କରି ଥାନାରେ ଅଫିସରଙ୍କୁ ତୁରନ୍ତ ଦାୟିତ୍ବ ଦେଇ କୋଭିଡ ସମୟରେ ଅପରାଧ ତଦନ୍ତ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ ଆଦି ଦିଗରେ ଫୋକସ ଦେବା ହୋଇଛି କମିଶନରେଟ ପୋଲିସ ପାଇ ବଡ ଦାୟିତ୍ବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.