ETV Bharat / city

ରାତି ପାହିଲେ ରାଜଧାନୀ ପାଳିବ ପ୍ରତିଷ୍ଠା ଦିବସ, ରାଜଧାନୀବାସୀଙ୍କ ସହଯୋଗ କାମନା କରିଛନ୍ତି ମେୟର

ବୁଧବାର ୭୪ତମ ପ୍ରତିଷ୍ଠା ଦିବସ ପାଳନ କରିବ ଭୁବନେଶ୍ବର । ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଲେ ମେୟର ସୁଲୋଚନା ଦାସ । ଅଧିକ ପଢନ୍ତୁ

author img

By

Published : Apr 12, 2022, 8:33 PM IST

ରାତି ପାହିଲେ ରାଜଧାନୀ ପାଳିବ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଆସନ୍ତାକାଲି(ବୁଧବାର) ୭୪ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି ରାଜଧାନୀ ଭୁବନେଶ୍ବର । ୧୯୪୮ ଏପ୍ରିଲ ୧୩ରେ ପ୍ରତିଷ୍ଠା ହୋଇଥିଲା ଭୁବନେଶ୍ବର । ପ୍ରତିବର୍ଷ ଏହି ଦିନ ଭୁବନେଶ୍ବର ପ୍ରତିଷ୍ଠା ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ବର୍ଷ ୧୯୪୮ରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ପରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ପ୍ରଗତୀପଥରେ ଆଗେଇ ଚାଲିଛି ।

ରାଜଧାନୀ ପ୍ରତିଷ୍ଠା ଦିବସ ପ୍ରସ୍ତୁତି ନେଇ ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା

ରିକ୍ସା ଏବଂ ମାଟି ରାସ୍ତାରୁ ଆରମ୍ଭ ହୋଇଥିବା ରାଜଧାନୀର ଚକାଚକ୍ ରାସ୍ତାରେ ଏବେ ଏସି ବସ୍ ଗଡୁଛି । ଧିରେ ଧିରେ ରାଜଧାନୀ ସାଙ୍ଗକୁ ବଦଳୁଛି ରାଜଧାନୀବାସୀଙ୍କ ଚାଲିଚଳଣ । ୧୯୪୮ ମସିହାରେ ଓଡିଶାର ରାଜଧାନୀ ଭାବେ ଗଠିତ ହୋଇଥିବା ମନ୍ଦିର ମାଳିନୀ ଭୁବନେଶ୍ବର ଏବେ ପାଲଟିଛି ସ୍ମାର୍ଟ ସିଟି । ୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ସୁନ୍ଦର ସହର ଭାବେ ଗଢି ତୋଳିବାକୁ ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନର ସ୍ଥାପତି ଓ ପ୍ଲାନର ଅଟୋକଏନ୍ସ ବର୍ଗର ।

୧୯୪୮ ମସିହା ଅପ୍ରେଲ ୧୩ ତାରିଖରେ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ବିଧାନସଭା ସ୍ଥିତ ପାଚେରୀ ନିକଟରେ ରାଜଧାନୀ ପ୍ରତିଷ୍ଠା ଦିବସ ଫଳକ ଲାଗିଛି । ସେତେବେଳେ ପ୍ରସ୍ତୁତ କରାଯାଇଥିବା ନକ୍ସା ଅନୁଯାୟୀ, ପ୍ରଥମ 10 ବର୍ଷ ମଧ୍ୟରେ ଭୁବନେଶ୍ୱର ଜନସଂଖ୍ୟା 15 ହଜାରରୁ ବଢ଼ି 40 ହଜାର ଓ ସହରର କ୍ଷେତ୍ରଫଳ 132 ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା । ସେହିପରି ଭୁବନେଶ୍ୱରରେ ଛଅଟି ୟୁନିଟ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ହେବା ମଧ୍ୟ ସେହି ନକ୍ସାରେ ଥିଲା ।

ଏହି ଯୋଜନାକୁ "ଓଡ଼ିଶା ସହର ଯୋଜନା ଆଇନ" ୧୯୫୬ ଅନୁସାରେ କାର୍ଯ୍ୟକାରୀ କରାଗଲା । ଭୁବନେଶ୍ୱର ପାଇଁ ଜଣେ "ବିଶେଷ ଯୋଜନା ଅଧିକାରୀ"ଙ୍କୁ ନିଯୁକ୍ତ କରାଯାଇଥିଲା । ଜନସଂଖ୍ୟା ବୃଦ୍ଧି ସହ ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମ୍ୟୁନିସିପାଲିଟି ଗଠନ ହୋଇଥିଲା । ଖୋର୍ଦ୍ଧା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ "ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା(ବ୍ରିଟ)" ଗଠନ କରାଗଲା । ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମ୍ୟୁନିସିପାଲି କର୍ପୋରେସନ ଏବଂ ଉପକଣ୍ଠକୁ ଲାଗିଥିବା ଗାଁଗୁଡିକୁ ନେଇ ଭୁବନେଶ୍ୱର ଉନ୍ନୟନ ସଂସ୍ଥା (ବିଡିଏ) ଗଠନ କରାଗଲା ।

ହେଲେ ଏବେ ବଦଳି ଯାଇଛି ଭୁବନେଶ୍ବର, ବର୍ଦ୍ଧିତ ଜନସଂଖ୍ୟା ସାଙ୍ଗକୁ କୋଠା, କଂକ୍ରିଟ ଜଙ୍ଗଲ । ଶିକ୍ଷା, କ୍ରୀଡା, ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଆଗକୁ ଆଗକୁ ବଢିଚାଲିଛି ଭୁବନେଶ୍ବର । ବିଶ୍ବସ୍ତରୀୟ କ୍ରୀଡା ଆୟାେଜନ ଠାରୁ, ଆଇଆଇଟି, ନାଇଜର, ଭଳି ଜାତୀୟ ଶିକ୍ଷାନୁଷ୍ଠାନ ଗଢି ଉଠିଛି । ତେବେ ରାଜଧାନୀ ଭୁବେନଶ୍ବରକୁ ବିଶ୍ବସ୍ତରୀୟ କରିବାକୁ ଆହ୍ବାନ ଦିଆଯାଉ ଥିବାବେଳେ ଆହୁରି ଚ୍ୟାଲେଞ୍ଜ ବାକି ରହିଥିବା କହିଛନ୍ତି ଭୁବନେଶ୍ବର ମେୟର । ଏହାରି ମଧ୍ୟରେ ଭୁବନେଶ୍ବରକୁ ନମ୍ବର ଓ୍ବାନ ସ୍ମାର୍ଟ ସିଟିର ମାନ୍ୟତା ମଧ୍ୟ ମିଳିବା ସହ ବିଶ୍ୱସ୍ତରରେ ଏକ ପରିଚୟ ସୃଷ୍ଟି କରିପାରିଛି ଭୁବନେଶ୍ବର ।

ତେବେ ପୁଣି ଥରେ ଭୁବନେଶ୍ବରକୁ ଦେଶର ନମ୍ବର ଓ୍ବାନ ସ୍ମାର୍ଟ ସିଟି କରିବା ସହ ଏହାକୁ ବିଶ୍ୱସ୍ତରୀୟ କରିବା ଦିଗରେ ପ୍ରଚେଷ୍ଟା କରିବାକୁ ରାଜଧାନୀବାସୀଙ୍କ ସହଯୋଗ କାମନା କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଏହାସହ ମନ୍ଦିର ମାଳିନୀ ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣରେ ବି ବେଶ ଉନ୍ନତି ହୋଇଛି ତେଣୁ ସେହି ଐତିହ୍ୟ ଓ ଗରିମାମୟ ମନ୍ଦିରମାଳିନୀ ସହରର ବିକାଶ ଦିଗକୁ ତ୍ବରାନ୍ବିତ କରିବା ପାଇଁ ରାଜଧାନୀ ଆଧିବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି ମେୟର । ଏଥିସହ ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇବା ସହ ସହରର ଜଣେ ନାଗରିକ ଭାବେ ମଧ୍ୟ ଗର୍ବ କରେ ବୋଲି କହିଛନ୍ତି ମେୟର ।

ଅନ୍ୟପଟେ ସ୍ବଚ୍ଛ ପରିମଳ, ବର୍ଦ୍ଧିତ ବସ୍ତି ସମସ୍ୟା, ବାସପୋଯାେଗୀ ସ୍ଥାନର ଅଭାବ ଆଗକୁ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଏହାସହ କୃତ୍ରିମ ବନ୍ୟା, ଅଧ ପନ୍ତରିଆ ପ୍ରକଳ୍ପ ଆଗକୁ ଭୁବନେଶ୍ବର ସିଟି ରାଙ୍କିଂକୁ ନେଇ ବଡ ଆହ୍ବାନ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ପ୍ରତିଷ୍ଠା ଦିବସରେ ଭୁବନେଶ୍ଵରର ୭୨ଟି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ରାଜଧାନୀ ପ୍ରତିଷ୍ଠା ଦିବସ ପ୍ୟାରେଡରେ ସାମିଲ ହେବେ । ଏଥିପାଇଁ ସରକାରୀସ୍ତରରେ ବ୍ୟାପକ ବନ୍ଦାେବସ୍ତ କରାଯାଇଛି । ସହ ଜିଲ୍ଲା ପ୍ରଶାସନ ଓ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ କମିଟି ସହେଯାଗେର ବିଧାନସଭା ସମ୍ମୁଖ ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.