ETV Bharat / city

ଭୁବନେଶ୍ବରରେ ମିଳିବ 2500 ଟଙ୍କା, 50 କିଲୋ ଚାଉଳ - fani

ଭୁବନେଶ୍ବରରେ ବାତ୍ୟା ବିପନ୍ନଙ୍କୁ ମିଳିବ ୨୫୦୦ ଟଙ୍କା ଓ ୫୦ କିଲୋ ଚାଉଳ ।

ଡିଜାଇନ ଫଟୋ
author img

By

Published : May 7, 2019, 3:23 PM IST

ଭୁବନେଶ୍ବର: ଭୁବନେଶ୍ବର ବାତ୍ୟା ବିପନ୍ନଙ୍କୁ ମିଳିବ ୨୫୦୦ ଟଙ୍କା ଓ ୫୦ କିଲୋ ଚାଉଳ । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବାତ୍ୟା ବିପନ୍ନଙ୍କୁ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ ଏହି ରିଲିଫ୍‌ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ପ୍ରତି ରାସନ କାର୍ଡ ହିତାଧିକାରୀଙ୍କୁ କ୍ଷୟକ୍ଷତି ପାଇଁ ୨୦୦୦ ଟଙ୍କା, ପଲିଥିନ ପାଇଁ ୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହାସହ ପିଡିଏସ ମାଧ୍ୟମରେ ୫୦ କେଜି ଚାଉଳ ରିଲିଫ୍‌ ଆକାରରେ ଦିଆଯିବ । ୬୭ଟି ୱାର୍ଡରେ ୧ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଜଣାପଡିଛି ।

ପ୍ରତ୍ୟେକ ୱାର୍ଡରେ ଦାୟିତ୍ବରେ ଥିବା ୱାର୍ଡ ଅଫିସରଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏହି ଟଙ୍କା ବାଣ୍ଟିବେ । ଯେହେତୁ ନଗଦ ଟଙ୍କା ବଣ୍ଟାଯିବ, ପୋଲିସ ପ୍ରଶାସନ ସୁରକ୍ଷା ଦାୟିତ୍ବ ଯୋଗାଇଦେବେ ବୋଲି ବିଏମସି ଅତିରିକ୍ତ କମିଶନର ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.