ଭୁବନେଶ୍ବର: ଚାଲିଛି ଭୁବନେଶ୍ବର ପୋର ନିର୍ବାଚନ । ନିର୍ବାଚନ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଭୁବନେଶ୍ବର ଡିସିପି । DCP କାର୍ଯ୍ୟାଳୟର ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଭୁବନେଶ୍ବର ପୋଲିଂ ବୁଥ ଉପରେ ରଖିଛି ନଜର । କୌଣସି ପୋଲିସ ଅଧିକାରୀ ସମସ୍ୟାରେ ପଡିଲେ କିମ୍ବା କେଉଁଠି ଫୋର୍ସ ଦରକାର ପଡିଲେ ସେ ସବୁର ଅପଡେଟ ଜାଣି ହେଉଛି ।
ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ୭୦୫ଟି ବୁଥର ନିର୍ବାଚନ ପରିଚାଳନା କରୁଛନ୍ତି ଭୁବନେଶ୍ବର ଡିସିପି । ସୁରକ୍ଷା ବ୍ୟବସ୍ଥା ଓ ପାଟ୍ରୋଲିଂ ଆଲର୍ଟ କିପରି ରହୁଛି ସେ ନେଇ ଡସିପି ଅଫିସରୁ ମନିଟର ହେଉଛି ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ । ଯେଉଁଠି ପୁରା ଭୁବନେଶ୍ବର ୬୭ଟି ଓ୍ବାର୍ଡର ୭୦୫ଟି ବୁଥର ଅପଡେଟ ଗୋଟିଏ ସ୍ଥାନରୁ ଜାଣି ହେଉଛି । କୌଣସି ପୋଲିସ ଅଧିକାରି ସମସ୍ୟାରେ ପଡିଲେ ବା ଫୋର୍ସ ଦରକାର ପଡିଲେ ସେ ସବୁର ଅପଡେଟ ଏଠାରେ ଜାଣି ହେଉଛି ।
ତେବେ ଜଣେ ଅତିରିକ୍ତ ଡିସିପି ଏସବୁ ମନିଟର କରୁଥିବା ଜଣାପଡ଼ିଛି । ସୂଚନା ଥାଉ କି ରାଜ୍ୟରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ୪୭ଟି ମ୍ୟୁନିସିପାଲିଟି, ୫୯ଟି ଏନଏସି ଓ ୩ ମହାନଗର ନିଗମ ପାଇଁ ପଡୁଛି ଭୋଟ । ୪୦ ଲକ୍ଷରୁ ଅଧିକ ଭୋଟର ନିଜ ପସନ୍ଦର ପ୍ରତିନିଧିଙ୍କୁ ବାଛୁଛନ୍ତି । ଏଥର ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ହେଉଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ସାରା ରାଜ୍ୟରେ 205 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ