ETV Bharat / city

ଆଗାମୀ 20 ବର୍ଷକୁ ଲକ୍ଷ୍ୟ ରଖି କାର୍ଯ୍ୟକାରୀ ହେବ PGIMER

ବଦଳିବ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି । ଆଗାମୀ 20 ବର୍ଷକୁ ଲକ୍ଷ୍ୟ ରଖି କାର୍ଯ୍ୟ କରାଯିବ କହିଲେ ନୂଆକରି ଦାୟିତ୍ବ ଗ୍ରହଣ କରିଥିବା ନିର୍ଦ୍ଦେଶିକା ନିବେଦିତା ପାଣି । ଅଧିକ ପଢନ୍ତୁ

author img

By

Published : Jun 3, 2022, 10:59 PM IST

ଆଗାମୀ 20 ବର୍ଷକୁ ଲକ୍ଷ ରଖି କାର୍ଯ୍ୟକାରୀ ହେବ PGIMER

ଭୁବନେଶ୍ବର: ବଦଳିବ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି । ଶିକ୍ଷା ପରେ ଏବେ ସ୍ୱାସ୍ଥ୍ୟ ଉପରେ ନଜର । କ୍ୟାପିଟାଲ ହସ୍ପିଟାଲର ଭୀତ୍ତିଭୂମିର ଉନ୍ନତ ହେବା ସହ ଆଗାମୀ 20 ବର୍ଷକୁ ଲକ୍ଷ ରଖି କାର୍ଯ୍ୟକାରୀ ହେବ PGIMER । କ୍ୟାପିଟାଲ ହସ୍ପିଟାଲରେ 6 ଟି ବିଭାଗରେ ପାଠ୍ୟକ୍ରମ ପାଇଁ ନ୍ୟାସନାଲ ମେଡିକାଲ କାଉନସିଲକୁସ ଚିଠି ଲେଖାଯାଇଥିବା କହିଛନ୍ତି ନୂଆକରି ଦାୟିତ୍ବ ଗ୍ରହଣ କରିଥିବା ନିର୍ଦ୍ଦେଶିକା ନିବେଦିତା ପାଣି ।

ସେ କହିଛନ୍ତି ଯେ, ମେଡ଼ିସିନ, ସର୍ଜରୀ, ସ୍ତ୍ରୀ ପ୍ରସୂତି ବିଭାଗ, ଅର୍ଥପେଡିକ, ଶିଶୁ ରୋଗ ବିଭାଗ ଏବଂ ପିଲିମିନାରୀ ମେଡ଼ିସିନ ବିଭାଗର ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ । ଏହି 6 ଟି ବିଭାଗ ବର୍ତ୍ତମାନ ସମସ୍ୟାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଭିତ୍ତିଭୂମି ମଧ୍ୟ ଅଧିକରୁ ଅଧିକ ତ୍ଵରାନିତ କରାଯିବ । ଏନେଇ ବିଭାଗ ଓ ସରକାରଙ୍କ ସହ ଆଲୋଚନା କରାଯିବ ।
ନିଟ୍ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀମାନେ ଭଲ ପଦର୍ଶନ କରିଥିବେ ସେମାନେ ଚାହିଁଲେ କ୍ୟାପିଟାଲ ହସ୍ପିଟାଲରେ ଆଡମିଶନ କରିପାରିବେ ।

ଆଗାମୀ 20 ବର୍ଷକୁ ଲକ୍ଷ୍ୟ ରଖି କାର୍ଯ୍ୟକାରୀ ହେବ PGIMER

ଯଦି ଏହି ପିଲାଙ୍କୁ ଭଲ ଭାବରେ ଶିକ୍ଷା ଯୋଗାଇ ଦିଆଯିବ ତେବେ ଡାକ୍ତରଙ୍କ ଅଭାବ ରହିବ ନାହିଁ ବୋଲି ନିର୍ଦ୍ଦେଶିକା ନିବେଦିତା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ସମସ୍ତେ ଚେଷ୍ଟା କରିବୁ କ୍ୟାପିଟାଲ ହସ୍ପିଟାଲ ଏକ ଉନ୍ନତଧରଣର ପିଜି ହସ୍ପିଟାଲ ହେଉ ବୋଲି । ଆଗକୁ 20 ବର୍ଷ ପ୍ଲାନ ରଖିକି କାର୍ଯ୍ୟକାରୀ କରିହେବ । ସେନେଇ ଯୋଜନା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ପିଜି ନିର୍ଦ୍ଦେଶିକା ନିବେଦିତା ପାଣି ।

ସୂଚନା ଅନୁଯାୟୀ, ଶିକ୍ଷା ପରେ ରାଜ୍ୟସରକାରଙ୍କ ଫୋକସରେ ସ୍ବାସ୍ଥ୍ୟ । ରାଜଧାନୀରେ ନିର୍ମାଣ ହେବ ମଡେଲ ହସ୍ପିଟାଲ । କ୍ୟାପିଟାଲ ହସ୍ପିଟାଲକୁ ନବକଳେବର କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ନାମ ପରିବର୍ତ୍ତନ ସହ ବଦଳିବ ଭିତ୍ତିଭୂମୀ । ପିଜି, କ୍ୟାନ୍ସର ଇନ୍‌ଷ୍ଟିଚ୍ୟୁଟ୍‌ ସହ ଟ୍ରମା କେୟାର ସେଣ୍ଟର ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ୨୮୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଦୁଇ ବର୍ଷ ଭିତରେ ଆରମ୍ଭ ହେବ ପିଜି ପାଠପଢା ।

୭ ରୁ ୮ ବର୍ଷ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ଏମ୍‌ବିବିଏସ୍ ପଢିବେ ଛାତ୍ରଛାତ୍ରୀ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ୧୫ଟି ବିଷୟରେ ୬୦ ଜଣ ଛାତ୍ରଛାତ୍ରୀ ପିଜି ପାଠ୍ୟକ୍ରମ ପଢିବେ । ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସରି ଥିବାବେଳେ ଚଳିତ ମାସ ଶେଷ କିମ୍ବା ଜୁନ ମାସ ପ୍ରଥମ ସପ୍ତାହରେ ନ୍ୟାସନାଲ ମେଡିକାଲ କାଉନସିଲ ଟିମ୍ ଅନୁଧ୍ୟାନ କରିବା ପାଇଁ ଆସିବ । ଟିମ୍‌ର ଅନୁମୋଦନ ମିଳିବା ପରେ ପିଜି ପାଠ୍ୟକ୍ରମ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.