ETV Bharat / city

ରାଷ୍ଟ୍ରପତିଙ୍କୁ ଅପମାନ, ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ଦାବି କଲା ଭୁବନେଶ୍ୱର ବିଜେପି

author img

By

Published : Jul 28, 2022, 7:56 PM IST

ରାଷ୍ଟ୍ରପତିଙ୍କ ଅପମାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ଭୁବନେଶ୍ବର ଜିଲ୍ଲା ବିଜେପି । କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିରୋଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କୁ ଅପମାନ
ରାଷ୍ଟ୍ରପତିଙ୍କୁ ଅପମାନ

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଅପମାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ଭୁବନେଶ୍ବର ଜିଲ୍ଲା ବିଜେପି । କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିରୋଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ କରିଛି ।

ରାଷ୍ଟ୍ରପତିଙ୍କୁ ଅପମାନ, ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ଦାବି କଲା ଭୁବନେଶ୍ବର ବିଜେପି

ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଅଧୀର ରଞ୍ଜନ ଚୌଧୁରୀଙ୍କୁ ବିରୋଧ କରି ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱର ରାମ ମନ୍ଦିର ଛକ ଠାରେ ଅଧୀର ରଞ୍ଜନ ଚୌଧୁରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ କଂଗ୍ରେସ ବିରୋଧରେ ନାରା ବାଜି କରିଛି ଦଳ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଅଧୀର ରଞ୍ଜନ ଦେଶର ପ୍ରଥମ ନାଗରିକଙ୍କୁ ଅପମାନ କରିଛନ୍ତି ବୋଲି କହିଛି ବିଜେପି ।

ତେଣୁ ଅଧୀର ରଞ୍ଜନଙ୍କ ସହ ସୋନିଆ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତି ଏବଂ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.