ETV Bharat / city

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ, ରାଜ୍ୟରେ ରେକର୍ଡ ଭାଙ୍ଗିଲା ବର୍ଷା - ଭୁବନେଶ୍ବରରେ ୧୯୫ ମିଲିମିଟର ବର୍ଷା

ସ୍ଥିତି ଏପରି ହୋଇଛି ଯେ ଚଳିତ ବର୍ଷ ବର୍ଷା ଭାଙ୍ଗିଛି ଅନେକ ରେକର୍ଡ । ରାଜଧାନୀ ଭୁବନେଶ୍ବରରେ ବର୍ଷା ୬୩ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ବି ଭାଙ୍ଗିଛି ୮୭ ବର୍ଷର ରେକର୍ଡ । ଅଧିକ ପଢନ୍ତୁ...

rainfall
rainfall
author img

By

Published : Sep 13, 2021, 12:16 PM IST

Updated : Sep 13, 2021, 1:22 PM IST

ଭୁବନେଶ୍ବର: ଧରା ଶ୍ରାବଣରେ ପିଟିଲା ଖରା । ବର୍ଷା ପାଇଁ ଲୋକେ ହାହାକାର ହେଲେ । ଚାଷ ଜମି ଫାଟି ଆଁ କରିଲା । ତଳି ଜଳିଯିବା ସ୍ଥିତି ଉପୁଜିଲା । ରୁଆ ବେଷସା ପୁରା ଠପ ହୋଇପଡିଥିଲା । ଆଉ ଏବେ ଏମିତି ବର୍ଷା ଛେଚୁଛି ଯେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଉପକୂଳରୁ ଉପାନ୍ତ, ଦକ୍ଷିଣରୁ ପଶ୍ଚିମ ସବୁଠି ପାଣି ପାଣି ।

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ, ରାଜ୍ୟରେ ରେକର୍ଡ ଭାଙ୍ଗିଲା ବର୍ଷା

ଚଳିତ ବର୍ଷ ବର୍ଷା ଭାଙ୍ଗିଛି ଅନେକ ରେକର୍ଡ । ରାଜଧାନୀ ଭୁବନେଶ୍ବରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ବି ଭାଙ୍ଗିଛି ୮୭ ବର୍ଷର ରେକର୍ଡ । ଗତକାଲି(ରବିବାର) ସକାଳ ୮ ଟାରୁ ଆଜି (ସୋମବାର) ସକାଳ ୮ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ୧୯୫ ମିଲିମିଟର, ପାରାଦୀପରେ ୨୧୯ ମିଲିମିଟର, ପୁରୀରେ ୩୧୪, ଗୋପାଳପୁରରେ ୬୪ ମିଲିମିଟର, ଚାନ୍ଦବାଲିରେ ୪୬ ମିଲିମିଟର, ବାଲେଶ୍ବରରେ ୨୪ ମିଲିମିଟର, ବର୍ଷା ରେକର୍ଡ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପ୍ରବଳ ବର୍ଷା ପାଇଁ ପାରାଦୀପ, ଗୋପାଳପୁର ଓ ପୁରୀ ସମୁଦ୍ର ଅଶାନ୍ତ ହୋଇପଡିଛି । କଟକ ସହର ଜଳବନ୍ଦୀ ହୋଇଛି । ଭୁବନେଶ୍ବରର ଘରେ ଘରେ ପାଣି ଲହଡି ଭାଙ୍ଗୁଛି । ଏତଦ ବ୍ୟତୀତ କଟକ ଭୁବନେଶ୍ବର ଓ ପୁରୀର ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ସେହିପରି କେନ୍ଦ୍ରାପଡାରେ ଲଗାଣ ଯୋଗୁଁ କାନ୍ଥ ଭୁଷୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ପାଟପୁରା ବଡବେତରା ଗ୍ରାମର ସନା ମହାପାତ୍ର ଓ ନିକିରାଇ ବେଣୀପୁର ଗ୍ରାମର ନର୍ମଦା ପୃଷ୍ଟି ।

କଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର....

ଲଘୁଚାପ ଜନିତ ବର୍ଷାକୁ ନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ସତର୍କ ସୂଚନା ଜାରି କରିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆଗାମୀ ୪ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ସମ୍ବଲପୁର, ବରଗଡ ଦେବଗଡ, ଅନଗୁଳ ରାୟଗଡାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିପାଇଁ ଏହି ଜିଲ୍ଲା ଗୁଡିକରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

PHOTO
ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ

ସେପଟେ ଗଞ୍ଜାମ, ଗଜପତି, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ, ଓ ପୁରୀରେ ମଧ୍ୟମ ଧରଣର ବର୍ଷା ହେବ । ଏଥିପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ପାଇଁ ସବୁଠାରୁ ପ୍ରଭାବିତ ହୋଇଛି ଦ୍ବେତନଗର । ଉଭୟ ସହରରେ ପାଣି ଲହଡି ଭାଙ୍ଗୁଥିବା ବେଳେ ଯାତାୟାତା ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଖାଲି ଏତିକି ନୁହେଁ, ଉଭୟ ସହରରେ ସ୍ବାସ୍ଥ୍ୟସେବା ପୁରା ଠପ ହୋଇ ପଡିଥିବାବେଳେ, କଟକ ଆଚାର୍ଯ୍ୟ ହରିହର କର୍ଟକ କେନ୍ଦ୍ରରେ ପାଣି ଲହଡି ଭାଙ୍ଗୁଛି ।

ସ୍ଥିତିକୁ ଦେଖି ସରକାର ରାଜ୍ୟର ୧୨ ଟି ଜିଲ୍ଲାରେ ଆଜି ସ୍କୁଲ ବନ୍ଦ ଘୋଷଣା କରିଛନ୍ତି । ତେବେ ସବିଶେଷ ସୂଚନା ଅନୁସାରେ ରାଜ୍ୟରେ ବର୍ଷାର ତାଣ୍ଡବ ଦେଖି ସ୍ବତନ୍ତ୍ର ରିଲିଫ କମିଶନର ଜରୁରୀ ବୈଠକ ଡାକିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Sep 13, 2021, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.