ଭୁବନେଶ୍ବର: ବାତ୍ୟା ୟସ ପାଇଁ ଦୁଇ ବନ୍ଦ ରହିବ ବିମାନ ଚଳାଚଳ । ରଦ୍ଦ ହେଲା ସମସ୍ତ ନିର୍ଦ୍ଧାରିତ ଉଡାଣ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ।
ମଙ୍ଗଳବାର ହେବାକୁ ଥିବା ବାତ୍ୟା ୟସକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାତି 11 ଟାରୁ ଆସନ୍ତା 27 ତାରିଖ ସକାଳ 5 ଟା ପର୍ଯ୍ୟନ୍ତ ଭୁବନେଶ୍ବର ବିମାନ ବନ୍ଦରରେ ବିମାନ ଚଳାଚଳ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦରର ନିର୍ଦ୍ଦେଶକ । ବିମାନ ବନ୍ଦରରେ ସତର୍କମୂଳକ ଭାବରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ