ETV Bharat / city

ଦେଶର ଶ୍ରେଷ୍ଠ 20ଟି ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ବର AIIMS - ଇଣ୍ଡିଆ ଟୁଡେ ସର୍ଭେ

ଦେଶର ଶ୍ରେଷ୍ଠ 20ଟି ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ବର AIIMS । ଇଣ୍ଡିଆ ଟୁଡେ ସର୍ଭେରେ 20ତମ ସ୍ଥାନ ହାସଲ କଲା । ଗତ ବର୍ଷ 25 ତମ ସ୍ଥାନରେ ଥିଲା ଏମ୍ସ ଭୁବନେଶ୍ବର । ଅଧିକ ପଢନ୍ତୁ

ଦେଶର ଶ୍ରେଷ୍ଠ 20ଟି ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ବର AIIMS

author img

By

Published : Jun 28, 2022, 10:44 AM IST

ଭୁବନେଶ୍ବର: ଦେଶର ଶ୍ରେଷ୍ଠ 20ଟି ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ବର AIIMS । ଇଣ୍ଡିଆ ଟୁଡେ ସର୍ଭେରେ 20ତମ ସ୍ଥାନ ହାସଲ କଲା । ଗତବର୍ଷ 25ତମ ସ୍ଥାନରେ ଥିଲା ଭୁବନେଶ୍ବର AIIMS । ଦେଶର ସର୍ବୋତ୍ତମ ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ । ଇଣ୍ଡିଆ ଟୁଡେ ସର୍ଭେ-୨୦୨୨ ମେଡିକାଲ୍ ବର୍ଗରେ ଭୁବନେଶ୍ବର AIIMSକୁ ୨୦ତମ ସ୍ଥାନ ମିଳିଛି ।

ଗତବର୍ଷ ଭୁବନେଶ୍ବର AIIMS ୨୫ତମ ସ୍ଥାନରେ ସ୍ଥାନିତ ହୋଇଥିଲା । ଇଣ୍ଟେକ୍ କ୍ବାଲିଟି ଆଣ୍ଡ ଗଭର୍ନାନ୍ସ, ଏକାଡେମୀକ ଉତ୍କର୍ଷତା, ଭିତ୍ତିଭୂମି ଏବଂ ଅଭିଜ୍ଞତା, ବ୍ୟକ୍ତିତ୍ବ ଏବଂ ନେତୃତ୍ବ ବିକାଶ, ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଆଦି ଭଳି ପାଞ୍ଚଟି ବ୍ୟାପକ ପାରାମିଟରରେ ଏହି ଉପଲବ୍ଧି ହାସଲ କରିଛି ଭୁବନେଶ୍ବର AIIMS । ଏହାକୁ ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜଗୁଡିକୁ ନେଇ ଏହି ସର୍ଭେ କରାଯାଇଥିଲା ।

ଦେଶର ଶ୍ରେଷ୍ଠ 20ଟି ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ବର AIIMS
ଦେଶର ଶ୍ରେଷ୍ଠ 20ଟି ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ବର AIIMS

ଇଣ୍ଡିଆ ଟୁଡେ ଓ ମାର୍କେଟିଂ ଆଣ୍ଡ ଡେଭଲପମେଣ୍ଟ ରିସର୍ଚ୍ଚ ଆସୋସିଏଟ୍ସ (MDRA)ର ମିଳିତ ଆନୁୁକୁଲ୍ୟରେ ଏହି ସର୍ଭେ କରାଯାଇଛି । ରୋଗୀ ସେବା ପ୍ରତି ବିସ୍ତୃତ ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ରଙ୍କ ଗବେଷଣା ତଥା ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଭୁବନେଶ୍ବର AIIMS ଏପରି ଉନ୍ନତ ମାନ୍ୟତା ହାସଲ କରିଛି ।

ଭୁବନେଶ୍ବର AIIMS ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଏଭଳି ସଫଳତାରେ ଖୁସି ବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସର୍ଭେରେ ଏମ୍ସ ନୂଆଦିଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.