ETV Bharat / city

ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ ବିବାଦ, ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ - ଭୁଆଶୁଣି ଡ଼ମ୍ପିଂୟାର୍ଡ ସମସ୍ୟା

3 ସପ୍ତାହରୁ ଅଧିକ ଦିନ ଧରି ଅଚଳ ପଡିଥିବା ଭୁଆଶୁଣି ଡ଼ମ୍ପିଂୟାର୍ଡ ସମସ୍ୟାର ସମାଧାନ ହେବ । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ । ଅଧିକ ପଢନ୍ତୁ

ଭୁଆଶୁଣି ଡ଼ମ୍ପିଂୟାର୍ଡ ବିବାଦ, ହସ୍ତକ୍ଷେପ କଲା ନଗର ଉନ୍ନୟନ ବିଭାଗ

author img

By

Published : Aug 30, 2022, 11:39 AM IST

Updated : Aug 30, 2022, 1:01 PM IST

ଭୁବନେଶ୍ବର: ଭୂଆସୁଣୀ ଡମ୍ପିଙ୍ଗ ୟାର୍ଡ଼ ବିବାଦର ସମାଧାନ ଲାଗି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ । ବୈଠକରେ ସାମିଲ ହେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମେୟର କମିଶନର ଓ ଜଟଣୀ ବିଧାୟକ ଉତ୍ତର ବିଧାୟକ ଗ୍ରାମ ସରପଞ୍ଚଙ୍କ ସମେତ ୨୦ ଜଣ ପ୍ରତିନିଧି । ଆଜି ବାହାରି ପାରେ ଚୂଡାନ୍ତ ନିଷ୍ପତ୍ତି । ତେବେ ପୂର୍ବରୁ ଅଳିଆ ବିବାଦର ସମାଧାନ ପାଇଁ ବିଏମସିର ଅଫିସ ରେ ଦୀର୍ଘ ଦେଢ଼ ଘଣ୍ଟା ଧରି ଚାଲିଥିବା ବୈଠକରେ ବାହାରିନଥିଲା ନିଷ୍କର୍ଷ । ଏବେ ବି ଜିଦରେ ଅଟଳ ଗ୍ରାମବାସୀ ।

ଗ୍ରାମବାସୀ ଗ୍ରାମସଭାରେ ଚୂଡାନ୍ତ ନିଷ୍ପତ୍ତି ହେବ କହିଥିବାବେଳେ ଗତକାଲି ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଥିଲେ । ପୂର୍ବରୁ ସମାଧାନ ପାଇଁ ଏକ ଚିଠି ମଧ୍ୟ ମୂଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ । ୯ ମାସର ମହଲତ ମାଗିଥିଲା ବିଏମସି । ଡ଼ମ୍ପିଂୟାର୍ଡରେ ପ୍ରସ୍ତାବିତ ବାୟୋ ମାଇନିଂ ପ୍ଲାଣ୍ଟ ନିର୍ମାଣ ସାମୟିକ ଭାବେ ସ୍ଥଗିତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ତଥାପି ବିବାଦରବିବାଦର ସମାଧାନ ହୋଇନଥିଲା । ତେଣୁ ୨୦୦୮ରୁ ଲାଗି ରହିଥିବା ଏହି ବିବାଦର ଆଜି ସମାଧାନ ହେବ ବୋଲି ଆଶା କରାଯାଉଛି ।

ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ ବିବାଦ, ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ

କିଛି ଦିନ ଧରି ଅଚଳ ପଡିଛି ଭୁଆଶୁଣି ଡ଼ମ୍ପିଂୟାର୍ଡ । BMC ଉପରେ ଲୋକଙ୍କ ଭରସା ନଥିଲା । ନିଜ ଜିଦରେ ଅଟଳ ଅଛନ୍ତି ଦାରୁଠେଙ୍ଗ ଗ୍ରାମବାସୀ । କୌଣସି ପରିସ୍ଥିତିରେ ଅଳିଆ ପକାଇ ଦିଆଯିବନାହିଁ ବୋଲି ଦାରୁଠେଙ୍ଗ ଗ୍ରାମସଭାରେ ନିଷ୍ପତ୍ତି ନେଇଥିଲେ । ବିଏମସି ପ୍ରତିଶ୍ରୁତି ଦେଇ ଠକୁଥିବା କହିଛନ୍ତି ଗ୍ରାମବାସୀ । ସ୍ଥାୟୀ ସମାଧାନ ନହେବା ଯାଏ ଅଳିଆ ପଡ଼ିବ ନାହିଁ । ନଗର ଉନ୍ନୟନ ବିଭାଗର ହସ୍ତକ୍ଷେପ ଦାବି କରିଥିଲେ ଦାରୁଠେଙ୍ଗ ଗ୍ରାମବାସୀ ।

ବିବାଦର ସମାଧାନ ହେଲେ ସ୍ମାର୍ଟସିଟିର ପରିମଳ ବ୍ୟବସ୍ଥା ସୁଧୁରିବ । ଦିନକ ପରେ ବିଏମସି ପାଳିବ ସ୍ୱାୟତ୍ତ ଶାସନ ଦିବସ ହେଲେ ସହର ସାରା ଅଳିଆ ଭର୍ତ୍ତି । ଆଜି ସମସ୍ୟାର ସମାଧାନ ନେଇ ଉଭୟ ପକ୍ଷ ଆଶାବାଦୀ ରହିଛନ୍ତି । ଆଲୋଚନା ମାଧ୍ୟମରେ ସମସ୍ୟାର ସ୍ଥାୟୀ ସମାଧନ ପାଇଁ ବିଭାଗୀୟ ମନ୍ତ୍ରୀ ଉଷା ଦେବୀଙ୍କୁ ଗତକାଲି ଦାରୁଠେଙ୍ଗ ସରପଞ୍ଚ ଓ ଜଟଣୀ ବିଧାୟକ ଭେଟିଥିଲେ ।

ଏହା ବି ପଢନ୍ତୁ...ରେଞ୍ଜର ଅଫିସ ହତାରେ ଚାଲିଛି କାଠ କଟା, ଭିଡିଓ ଭାଇରାଲ

3 ସପ୍ତାହ ହେବ ଭୁଆଶୁଣି ଡ଼ମ୍ପିଂୟାର୍ଡ ବିବାଦ ଲାଗି ରହିଛି । ସମସ୍ୟାର ସମାଧାନ ହୋଇ ନପାରିବାରୁ ଜନ ଅସନ୍ତୋଷ ବଢିବାକୁ ଲାଗିଛି । ଯେତେ ଉଦ୍ୟମ କଲେ ବି ବିଏମସି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି । ସୋମବାର ସମାଧାନର କୌଣସି ନିଷ୍କର୍ଷ ବାହାରି ନପାରିନଥିଲା । ସହର ଗଳିକନ୍ଦି ସବୁଆଡେ ଆବର୍ଜନା ଗଦା ବଢିବାରେ ଲାଗିଛି । ଶନିବାର ହୋଇଥିବା ଆଲୋଚନାରେ ଦାରୁଙ୍ଗଠେଙ୍ଗବାସୀ ବିଏମସିକୁ ସମୟ ମାଗିଥିଲେ । ଦାରୁଙ୍ଗଠେଙ୍ଗବାସୀ ନ ଜଣେଇବାରୁ ମେୟରଙ୍କ ଅଧକ୍ଷତାରେ ଜରୁରିକାଳୀନ ବୈଠକ ବସିଥିଲା । ନଗର ଉନ୍ନୟନ ବିଭାଗ ହସ୍ତକ୍ଷେପ କରୁ ବୋଲି ଦାବି କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 30, 2022, 1:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.