ETV Bharat / city

ପ୍ରେମରେ ସାଇକୋ ପାଲଟିଥିଲା ଜଗନ୍ନାଥ, ଗୀତ ଗାଇ ହସ୍ପିଟାଲରେ ହେଉଛି ଛଟପଟ

author img

By

Published : Jul 8, 2021, 7:49 AM IST

ପ୍ରିୟଙ୍କାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଏବେ ହସ୍ପିଟାଲ ଆଇସିୟୁ ବେଡରେ ଛଟପଟ ହେଉଛି କିଲର ପ୍ରେମିକ ଜଗନ୍ନାଥ । । ଅଧିକ ପଢନ୍ତୁ....

ପ୍ରେମରେ ସାଇକୋ ପାଲଟିଥିଲା ଜଗନ୍ନାଥ
ପ୍ରେମରେ ସାଇକୋ ପାଲଟିଥିଲା ଜଗନ୍ନାଥ

ଭୁବନେଶ୍ବର: ରାଜଧାନୀ ଭିମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ହତ୍ୟା ଘଟଣା । ପ୍ରିୟଙ୍କାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଏବେ ହସ୍ପିଟାଲ ଆଇସିୟୁ ବେଡରେ ଛଟପଟ ହେଉଛନ୍ତି କିଲର ପ୍ରେମିକ ଜଗନ୍ନାଥ । ବେଳେ ବେଳେ ଗୀତ ଗାଇବା ସହ ନିଜ କର୍ମକୁ ପଶ୍ଚାତାପ କରି ଆଖିରୁ ଲୁହ ମଧ୍ୟ ଝରାଉଛନ୍ତି । ଗୀତ ଗାଇ ଏବେ ପ୍ରେମିକାକୁ ମନେ ପକାଉଛି ଜଗନ୍ନାଥ । ଟ୍ରମାରେ ଥିବା ଏହି ପ୍ରେମିକ ଜଣକ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ହତ୍ୟା ପରେ ଏବେ ଏମିତି ଛଟପଟ ହେଉଥିବା କ୍ୟାପିଟାଲ ହସ୍ପିଟାଲରେ ଦେଖିବାକୁ ମିଳିଛି।

ମାନସିକ ସ୍ଥିତି ଓ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ପୋଲିସ ତାକୁ ଏଯାଵତ ଗିରଫ କରିନାହିଁ । ହେଲେ ତଦନ୍ତ ବିଳମ୍ଵ ହେବାରୁ ପୋଲିସ କାରଣ ଖୋଜି ପାଇବାରେ ବିଳମ୍ଵ ହେଉଛି । ସେପଟେ ପ୍ରିୟଙ୍କାକ ହ୍ଵାଟ୍ସଆପ ଚାଟରୁ ଅନେକ କିଛି ଜଗନ୍ନାଥଙ୍କ ବିଷୟରେ ଜାଣିବାକୁ ପାଇଛି ପୋଲିସ । ବେଙ୍ଗାଲୁରୁରୁ ଫେରିଵା ପରେ ନିଜକୁ ଅତି ଅସହାୟ ମନେ କରୁଥିଲା ଜଗନ୍ନାଥ । ପ୍ରିୟଙ୍କାଙ୍କ ସହ କଥା ହେବା ବେଳେ ମାନସିକ ସ୍ଥିତି ଜଣାଉଥିଲା । ପ୍ରିୟଙ୍କା ପ୍ରିୟଦର୍ଶିନି ତାକୁ ବୁଝାଉଥିଲେ । ହେଲେ ସେଭଳି କିଛି ଖରାପ ଚାଟିଂ କରୁନଥିଲେକି ସେଭଳି ମାନସିକ ଚାପ ଦେଲାଭଳି କୌଣସି କଥା ବି କହି ନଥିଲେ ପ୍ରିୟଙ୍କା ।

ପ୍ରିୟଙ୍କାଙ୍କ ପାଇଁ ସେ ପାଗଳ ଥିଲା । ଯେଉଁଥି ପାଇଁ ସେ ସାଇକୋ ଭଳି ପ୍ରିୟଙ୍କାଙ୍କୁ ମେସେଜ କରୁଥିଲେ । ଯାହାର କିଛି ସୁରାକ ପୋଲିସ ଉଭୟଙ୍କ ମଧ୍ୟରେ ଥିବା ଚାଟରୁ ଜାଣିବାକୁ ପାଇଛି । ଯାହାକୁ ନେଇ ଏଭଳି ବିଭତ୍ସ୍ୟ ଭାଵେ ଜଗନ୍ନାଥ ହତ୍ୟାକାଣ୍ଡ ଘଟାଇଛି ବୋଲି ପୋଲିସ ସନ୍ଦେହ କରୁଛି । ସେପଟେ ପରିବାର ଲୋକଙ୍କୁ ପଚରା ଉଚରା କରିଛି ପୋଲିସ ।

ତେବେ ଲକଡାଉନ ବେଳେ ଚାକିରି ଛାଡି ଏକ ପ୍ରକାର ମାନସିକ ଚାପରେ ରହୁଥିଲେ ଜଗନ୍ନାଥ । ପ୍ରିୟଙ୍କାଙ୍କ ପ୍ରତି ସିରିୟସ ହୋଇଯାଇଥିଲେ । ଯାହାର ପରିଣାମ ସ୍ବରୂପ ଗତ ୫ତାରିଖରେ ବିବାହିତ ପ୍ରେମିକାକୁ ବିଭତ୍ସ ଭାବେ ହତ୍ୟା କରି ଜୀବନ ନେଇଥିଲେ । ପରେ ଏହାର ଫଟୋ ଉଠାଇ ତାଙ୍କ ସ୍ବାମୀକୁ ପଠାଇଵା ସହ ନିଜେ କୋଲଡ୍ରିଙ୍କସରେ ବିଷ ପିଇବା ସହ ନିଜ ଦେହକୁ କ୍ଷତି ପହଞ୍ଚାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଵଂ ଏକ ସୁଇସାଇଡ ନୋଟ ମଧ୍ୟ ଲେଖିଥିଲା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.