ETV Bharat / city

ଭସାଣୀ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ମା ନେଉଛନ୍ତି ମେଳାଣୀ । ରାଜଧାନୀରେ ପ୍ରବଳ ଭିଡ । ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ କଟକଣା ଜାରି କଲା ପୋଲିସ । ଜାଣନ୍ତୁ କେଉଁ ରାସ୍ତା ଦେଇଯିବେ ।

author img

By

Published : Oct 9, 2019, 5:13 PM IST

Updated : Oct 9, 2019, 5:29 PM IST

ଫାଇଲ ଫଟୋ

ଭୁବନେଶ୍ବର: ସରିଛି ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା । ଏବେ ସମୟ ବିଦାୟ ନେବାର । ଆଜି ମା ବିଦାୟ ନେଉଛନ୍ତି ଧରାପୃଷ୍ଠରୁ । ଶୋଭାଯାତ୍ରାରେ ବିଦାୟ ନେଉଛନ୍ତି ମା । ସେଥିପାଇଁ ଦ୍ବୈତ ନଗରରେ ପ୍ରବଳ ଭିଡ । ସୁରକ୍ଷା ଓ ସର୍ବସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ଜାରି କରିଛି ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିର୍ଦ୍ଦେଶନାମାନୁସାରେ ରାଜଧାନୀ ଭୁବନେଶ୍ବରର 3ଟି ସ୍ଥାନରେ ହେବ ଭସାଣୀ ଉତ୍ସବ । ସହିଦ ନଗର ରୂପାଲୀ ଛକ, ନୟାପଲ୍ଲୀଓ ଉତ୍ତର ଭୁବନେଶ୍ବରର ଚନ୍ଦ୍ରଶେଖର ପୁର ଠାରେ ହେବ ଭଷାଣୀ ଶୋଭାଯାତ୍ର । ଯେଉଁଥିପାଇଁ ଏହି ସମସ୍ତ ଅଞ୍ଚଳରେ ଟ୍ରାଫିକ କଟକଣା ଜାରି କରାଯାଇଛି । ବାଣୀବିହାରରୁ ରୁପାଲି ଅଭିମୁଖେ ଯାଉଥିବା ସମସ୍ତ ଯାନବାହାନକୁ ଆଚାର୍ଯ୍ୟ ବିହାର ରୋଡ ଦେଇ ଏଜି ସ୍କୋୟାର ମାର୍ଗ ଦେଇ ଯିବା ଆସିବା କରିବେ । ନୟାପଲ୍ଲୀରୁ ସିଆରପି ମଧ୍ୟ ଦେଇ ଯିବାକୁ ଚାହୁଁଥିବା ଲୋକ ଜୟଦେବ ବିହାରରୁ ଡାହାଣକୁ ଯାଇ ବିଜୁପଟ୍ଟନାୟକ କଲେଜ ଦେଇ ଏକାମ୍ର ପାର୍କ ଦେଇ ସିଆରପିରେ ବାହାରିବେ ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତା ସହିତ ନୟାପଲ୍ଲୀ ଭସାଣି ସମିତିରେ ସାମିଲ ହେବାକୁ ଥିବା ସମସ୍ତ ମେଢ ସିଆରପି ପହଞ୍ଚିବା ପରେ ଷ୍ଟୁଆର୍ଟ ସ୍କୁଲରୁ ଓୟୁଏଟି ଦେଇ ଏୟାର ପୋର୍ଟ ରୋଡକୁ ବାହାରିବେ । ସେହିପରି ଚନ୍ଦ୍ରଶେଖର ପୁର ଠାରେ ହେବାକୁ ଥିବା ଭସାଣି ନାଲକୋ ଛକରୁ କିଟ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ନନ୍ଦନକାନନରୁ ଜୟଦେବ ବିହାର ଦୁଇଟି ପାର୍ଶ୍ବ ରାସ୍ତାକୁ ଗୋଟିଏ ପାର୍ଶ୍ବକୁ ସର୍ବସାଧାରଣଙ୍କ ଯିବା ଆସିବା ପାଇଁ ଖୋଲା ରଖାଯିବ ।

ସମସ୍ତ ଯାତ୍ରୀ ଏହାକୁ ମାନିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଇନ ଉଲଘଂନ କାରୀଙ୍କ ପାଇଁ 5ଶହରୁ ଏକ ହଜାର ଜରିମାନା ଆଦାୟ କରାଯିବ । ଏହି ନିର୍ଦ୍ଦେଶାବଳୀ ରାତି ଗୋଟାଏ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଭସାଣି ପାଇଁ ଟ୍ରାଫିକ ଅପଟେଡ,
ରାଜଧାନୀରେ କେମିତି ଯିବେBody:

ଭସାଣି ପାଇଁ ରାଜଧାନୀରେ ଟ୍ରାଫିକ ଆଡଭାଇଜାରି।୩ଟି ସ୍ଥାନରେ ହେବ ସାମୁହିକ ଭସାଣି ଯାତ୍ରା। ଏନେଇ ଆଡଭାଇଜାରି କରିଛି କମିସନରେଟ ପୋଲିସ।ସହିଦନଗର ରୁପାବି ଠାରେ ଭସାଣି ଉତ୍ସବ ସମିତିର ଭସାଣି କାର୍ଯ୍ଯକ୍ରମ।ସେହିପରି ନୟାପଲ୍ଲି ଠାରେ ମନ୍ଦିର
ସୁରକ୍ଷା ଭସାଣି ସମିତି ପକ୍ଷରୁ ହେବ ଭସାଣି ଶୋଭାଯାତ୍ରା।ସେହିପରି ଉତର ଭୁବନେଶ୍ବର ଭସାଣି ସମିତି ପକ୍ଷରୁ ହେବ ଚନ୍ଦ୍ରଶେଖରପୁର ଠାରେ ଭସାଣି କାର୍ଯକ୍ରମ।ଯାହାକୁ ନେଇ ରୁପାଲି ଠାରେ ହେବାକୁ ଥିବା ଭସାଣିକୁ ଦୃଷ୍ଟିରେ ରଖି ବାଣିବିହାରରୁ ରୁପାଲି ଅଭିମୁଖେ ଯାଉଥିବା ସମସ୍ତ ଯାନବାହାନକୁ ଆଚାର୍ଯବିହାର ରୋଡ ଦେଇ ଏଜି ସ୍କୋୟାର ମାର୍ଗ ଦେଇ ଯିବାଆସିବା କରାଯିବ।ସେହିପରି ନୟାପଲ୍ଲୀରୁ ସିଆରପି ମଧି୍ଯଦେଇ ଯିବା ଲୋକ ଜୟଦେବ ବିହାରରୁ ଡାହାଣକୁ ଯାଇ ବିଜୁପଟ୍ଟନାୟକ କଲେଜ ଦେଇ ଏକାମ୍ର ପାର୍କ ଦେଇ ସିଆରପିରେ ବାହାରିବେ।ତା ସହିତ ସମସ୍ତ ମେଢ ସିଆରପି ପହଂଚିବା ପରେ ।ଷ୍ଟୁଆର୍ଟ ସ୍କୁଲରୁ ଓୟୁଏଟି ଦେଇ ଏୟାରୋପୋର୍ଟରୋଡକୁ ବାହାରିବେ।
ସେହିପରି ଚନ୍ଦ୍ରଶେଖର ପୁର ଠାରେ ହେବାକୁ ଥିବା ଭସାଣି ନାଲକୋ ଛକରୁ କିଟ ପର୍ଯନ୍ତ ହେବ ।ଏଥିପାଇଁ ନନ୍ଦନକାନନରୁ ଜୟଦେବ ବିହାର ଦୁଇଟି ପାର୍ଶରୁ ଗୋଟିଏ ପାର୍ଶକୁ ସର୍ବସାଧାରଣ ଯିବାଆସିବା ପାଇଁ ବ୍ଯବହାର ହେବ।ତେବେ ଟ୍ରେନ ଓ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀ ଏଥିପ୍ରତି ଧ୍ଯାନ ଦେବେ।ତା ସହିତ ଏହି ନିୟମ ଦିନ ୩ଟାରୁ ରାତି ୧ଟା ପର୍ଯନ୍ତ ଲାଗୁ ହେବ ନିୟମ ଉଲଙ୍ଘନ କଲେ ୫୦୦ରୁ ୧୦୦୦ଟଙ୍କା ପର୍ଯନ୍ତ ଫାଇନ ଦେବାକୁ ପଡିବ।Conclusion:
Last Updated : Oct 9, 2019, 5:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.