ନୂଆଦିଲ୍ଲୀ: ରାଜ୍ୟର ପଛୁଆ ଅଞ୍ଚଳରେ ମୋବାଇଲ ଯୋଗାଯୋଗ ସେବାର ବିପର୍ଯ୍ୟସ୍ତ ପ୍ରସଙ୍ଗରେ ସଂସଦରେ କହିଛନ୍ତି ଭର୍ତ୍ତୃହରି ମହତାବ । 51 ହଜାର 353 ଗାଁରୁ ପ୍ରାୟ 11 ହଜାର ଗାଁରେ କୌଣସି ମୋବାଇଲ ଫୋନ ଯୋଗାଯୋଗ ସୁବିଧା ନାହିଁ ।
ଭର୍ତ୍ତୃହରି କହିଛନ୍ତି, କୋଭିଡ 19 ମହାମାରୀ ସମୟରେ ସମସ୍ତ କାର୍ଯ୍ୟ ଡିଜିଟାଲ ଉପାୟରେ ଚାଲିଛି । ଅନଲାଇନ ଶିକ୍ଷା, ୱାର୍କ ଫର୍ମ ହୋମ ଭଳି ସୁବିଧା ପାଇଁ ଲୋକେ ଇଣ୍ଟରନେଟ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି ।
ମହତାବ କହିଛନ୍ତି, ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୋବାଇଲ ସୁବିଧା ପହଞ୍ଚିପାରି ନାହିଁ । ଏନେଇ ଡାଟା କନେକ୍ଟିଭିଟିକୁ ଉନ୍ନତ କରିବାର ଆବଶ୍ୟକତା ରହିଛି । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ରକୁ ଅପିଲ କରିଛନ୍ତି ଭର୍ତ୍ତୃହରି ।