ଭୁବନେଶ୍ବର: ଆସନ୍ତୁ ଅକ୍ଟୋବର ୩୧ ତାରିଖ ଠାରୁ ରାଜ୍ୟରେ ଆରମ୍ଭ ହେବ ଭାରତ ଯୋଡ଼ ପଦଯାତ୍ରା (Bharat Jodo Yatra in Odisha) । ଆଜି (ରବିବାର) ଏହି ଯାତ୍ରା ୧୧ ଦିନରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧୦ କିଲୋମିଟର ଅତିକ୍ରମ କରିଛି କଂଗ୍ରେସ । ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କ (IG Park)ରୁ ଆରମ୍ଭ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ (PCC President Sarat Patnaik) ।
ରାଜ୍ୟରେ ଏହି ପଦଯାତ୍ରାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଯେଉଁ ଯେଉଁ ରାଜ୍ୟ ଦେଇ ଭାରତ ଯୋଡ ଯାତ୍ରା ଯାଉନି, ସେଠି ମଧ୍ୟ ଅନୁଷ୍ଠିତ ହେବ ଭାରତ ଯୋଡ ଯାତ୍ରା । ଓଡ଼ିଶାରେ ମଧ୍ୟ ଏହି ଯାତ୍ରା ଅନୁଷ୍ଠିତ ହେବ । ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହେବ ଭାରତ ଯୋଡ ଯାତ୍ରା । ୨୨୫୦ କିଲୋମିଟର ଯାତ୍ରା ଅତିକ୍ରମ କରିବ ଦଳର ନେତା ଓ କର୍ମୀ । ସମସ୍ତଙ୍କୁ ଏକାଠି ନେଇ ଆମେ ଆଗକୁ ବଢ଼ିବୁ । ତ୍ରିରଙ୍ଗା ପତାକା ଓ ହାତ ଚି଼ହ୍ନ ପତାକା ଧରି ସମସ୍ତେ ଏହି କାଯ୍ୟକ୍ରମରେ ଯୋଗ ଦେଇପାରିବେ ।"
ଏହି ପଦଯାତ୍ରା ଶେଷ ହେବାକୁ ଲାଗିବ ୫ମାସରୁ ଊର୍ଦ୍ଧ୍ବ ସମୟ । ଏହି ପଦଯାତ୍ରାରେ ପ୍ରତିଦିନ ୨୨ କିଲୋମିଟର ଚାଲୁଛନ୍ତି କଂଗ୍ରେସ ନେତା ଓ ସାଧାରଣ ଜନତା । ପଦଯାତ୍ରାରେ ୩୦ ପ୍ରତିଶତ ମହିଳା ମଧ୍ୟ ଯୋଗ ଦେଉଛନ୍ତି । ମୋଦିଙ୍କ ଚିନ୍ତାଧାରା ଓ ବିଭିନ୍ନ ଦେଶ ବିରୋଧୀ ପଦକ୍ଷପ ଭାରତ ଦେଶକୁ ଭାଙ୍ଗି ଦେଉଛି ବୋଲି ଦଳ ଅଭିଯୋଗ ଆଣିଛି । ଏଣୁ ଦେଶକୁ ଯୋଡିବାକୁ ଏହି ଭାରତ ଯୋଡ କାର୍ଯ୍ୟକ୍ରମ ଆରମ୍ଭ କରିଛି ଦଳ ।
ଏହା ବି ପଢନ୍ତୁ- କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରାର ଶୁଭାରମ୍ଭ କଲେ ରାହୁଲ
କଂଗ୍ରେସର ଅଭିଯୋଗ ଅନୁସାରେ ନିର୍ବାଚନ ଫାଇଦା ପାଇଁ ସମାଜକୁ ବାଣ୍ଟୁଛନ୍ତି କେନ୍ଦ୍ର ସରକାର । ବିନା ନିର୍ଦ୍ଦେଶରେ ଅପାତିକାଳୀନ ପରିସ୍ଥିତି ସୃଷ୍ଟି କରିଛନ୍ତି ମୋଦି ସରକାର । ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବରିଷ୍ଠ ନେତା ଜୟରମ ରମେଶ । ସୂଚନା ଥାଉ କି, ଗତ ସେପ୍ଟେମ୍ବର ୭ ତାରିଖ ଠାରୁ କନ୍ୟାକୁମାରୀରୁ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ଦଳୀୟ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ୧୫୦ ଦିନ ମଧ୍ୟରେ ୩,୫୭୦ କି.ମି ପରିକ୍ରମା କରିବ ଦଳ ।
୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ପଦଯାତ୍ରା ଆରମ୍ଭ କରିଥିବା ବିରୋଧୀ କହିଛନ୍ତି । ତେବେ କଂଗ୍ରେସର ଏହି ଏହାକୁ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ବର୍ଷ ଫେବୃଆରୀ ପହିଲା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ । ବିଜେପି ବିରୋଧରେ କଂଗ୍ରେସ ଏହି 'ଭାରତ ଯୋଡ ଯାତ୍ରା' ଆୟୋଜନ କରିଛି ।
ଇଟିଭି ଭାରତ, ଭୁବନେଶ୍ବର