ଭୁବନେଶ୍ବର: ନାଗରିକତା ଅଧିକାର ସଂଶୋଧନ ଆଇନ(ସିଏଏ), ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଓ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର) ବିରୋଧରେ ବୁଧବାର ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବନ୍ଦର ପ୍ରଭାବ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି। ନାରା ବାଜି, ରାଲି ପ୍ରଦର୍ଶନ କରିଛନ୍ତି ପ୍ରଦର୍ଶନକାରୀ।
ରାଜଧାନୀର ସହିଦନଗର ସତସଙ୍ଗ ବିହାର ନିକଟରେ ଏନଏଚ ଅବରୋଧ ସହ ସରକାର ବିରୋଧି ସ୍ଲୋଗାନ ଦେଇଛନ୍ତି ବିକ୍ଷୋଭକାରୀ। ବାଣୀବିହାରରୁ ପଦଯାତ୍ରାରେ ଭାରତବନ୍ଦ ପାଇ ଆହ୍ବାନ ଦେଇଛନ୍ତି ପ୍ରଦର୍ଶନକାରୀ।
ହାତରେ ସରକାର ବିରୋଧି ପ୍ଲାକାର୍ଡ, ବ୍ୟାନର ଓ ପୋଷ୍ଟର ଜରିଆରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି ଏହି ଆଇନ ଲାଗୁ କରି କରି ଦେଶ ବିଭାଜନ ପାଇଁ ପ୍ରୟାସ କରୁଥିବା ପ୍ରଦର୍ଶନକାରୀ କହିଛନ୍ତି।
ଆନ୍ଦୋଳନ ଯୋଗୁଁ କିଛି ସମୟ ପାଇଁ ଏନଏଚ ଉପରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ