ETV Bharat / city

ବଦଳିଲେ ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାପାଳ, ମିଳିଲା ନୂଆ ଦାୟିତ୍ବ

ବଦଳିଲେ ଦୁଇ ଜିଲ୍ଲାର ଜିଲ୍ଲାପାଳ । ଭଦ୍ରକ ଓ ଢେଙ୍କାନାଳର ଜିଲ୍ଲାପାଳଙ୍କୁ ବଦଳି କରି ଅନ୍ୟ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ତାଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ଅଧିକ ପଢ଼ନ୍ତୁ...

author img

By

Published : Aug 9, 2021, 6:05 PM IST

Updated : Aug 9, 2021, 7:30 PM IST

ବଦଳିଲେ ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାପାଳ, ମିଳିଲା ଅନ୍ୟ ଦାୟିତ୍ବ

ଭୁବନେଶ୍ବର: ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଛୋଟ ହେଲେ ମଧ୍ୟ ବେଶ ଗୁରୁତ୍ୱ ବହନ କରୁଛି ଏହି ଅଦଳବଦଳ । ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ବଦଳି କରି ନୂଆ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ତାଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ହେଲେ ଜ୍ଞାନରଞ୍ଜନ ଦାସ । ସେହିପରି ଜଙ୍ଗଲ, ପରିବେଶ ଏବଂ ପାଣିପାଗ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି ଉମାକାନ୍ତ ତ୍ରିପାଠୀ ।

ରାଜ୍ୟବ୍ୟାପି ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ତେଣୁ ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗକୁ ଅଧିକ ସଶକ୍ତ କରିଛନ୍ତି ସରକାର । ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । 2007 ବ୍ୟାଚର ଆଇଏଏସ ଜ୍ଞାନରଞ୍ଜନ ଦାସ ଜିଲ୍ଲାରେ କୋଭିଡ ମହାମାରୀର ସଫଳ ମୁକାବିଲା ଓ ବିଭିନ୍ନ ଯୋଜନାରେ ସଫଳ ରୂପାୟନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେହିପରି ପଞ୍ଚାୟତିରାଜ ଓ ପାନୀୟଜଳ ନିର୍ଦ୍ଦେଶକ ଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି ।

ବଦଳିଲେ ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାପାଳ, ମିଳିଲା ନୂଆ ଦାୟିତ୍ବ
ବଦଳିଲେ ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାପାଳ, ମିଳିଲା ନୂଆ ଦାୟିତ୍ବ

ଆୟୁଷ ନିର୍ଦ୍ଦେଶକ ତ୍ରିଲୋଚନ ମାଝିଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଓଡିଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଦାୟିତ୍ୱ ମିଳିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 9, 2021, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.