ETV Bharat / city

ବ୍ରହ୍ମପୁର ବସ ଟ୍ରାଜେଡି: ଶକ୍ତି ଓ ପରିବହନ ବିଭାଗର ଦୋଷ ଲଦାଲଦି

author img

By

Published : Feb 12, 2020, 5:06 PM IST

ବ୍ରହ୍ମପୁର ବସ ଟ୍ରାଜେଡି ପରେ ପାଓ୍ବାର କରିଡରରେ ବସୁଛି ଘନଘନ ବୈଠକ । ବିଦ୍ୟୁତ ହେଉକି ପରିବହନ ବିଭାଗ, କେହିବି ଦୋଷ ମୁଣ୍ଡାଇବାକୁ ନାରାଜ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

berhampur-bus-tragedy-politics
ବ୍ରହ୍ମପୁର ବସ ଟ୍ରାଜେଡି: ଶକ୍ତି ଓ ପରିବହନ ବିଭାଗ ଠେଲାପେଲା

ଭୁବନେଶ୍ବର: ବ୍ରହ୍ମପୁର ବସ ଟ୍ରାଜେଡିକୁ ନେଇ ଚାଲିଛି ଦୋଷ ଲଦାଲଦି । ପାଓ୍ବାର କରିଡରରେ ବସୁଛି ଘନଘନ ବୈଠକ । ବିଦ୍ୟୁତ ହେଉକି ପରିବହନ ବିଭାଗ, କେହିବି ଦୋଷ ମୁଣ୍ଡାଇବାକୁ ନାରାଜ । ଘଟଣାରେ ପରିବହନ ବିଭାଗ ଶକ୍ତି ବିଭାଗ ଉପରେ ଦୋଷ ଲଦୁ ଥିବାବେଳେ, ନିଜ ଉପରେ ଲାଗିଥିବା ଦୋଷକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଠେଲିଛି ସାଉଥ୍‌କୋ । ସେପଟେ ଶକ୍ତି ବିଭାଗ ସାଉଥକୋ ଜେଇ ଦେବାଶିଷ ନାୟକ ଓ ଏସଡିଓ ବିଶ୍ଵରଞ୍ଜନ ମହାପାତ୍ର ଏବଂ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ଓ ଏସଡିଓଙ୍କୁ ନିଲମ୍ବିତ କରିଛି ।

ବ୍ରହ୍ମପୁର ବସ ଟ୍ରାଜେଡି: ଶକ୍ତି ଓ ପରିବହନ ବିଭାଗର ଦୋଷ ଲଦାଲଦି

ଏପଟେ ବସ୍ ଟ୍ରାଜେଡି ପରେ ସେସେରୁ ପ୍ରସ୍ତାବକୁ ନେଇ ଚର୍ଚ୍ଚା । ବିଦ୍ୟୁତ ଆଘାତରେ ଲୋକଙ୍କର ମୃତ୍ୟୁ ହେଲେ ଉପଭୋକ୍ତା ହିଁ ଦେବେ କ୍ଷତିପୂରଣ । ଏନେଇ ଏକ କର୍ପସ ଫଣ୍ଡ ଗଠନ କରାଯିବାକୁ ଓଇଆରସି ନିକଟରେ ପ୍ରସ୍ତାବ ରଖିଛି ସେସୁ । ଉପଭୋକ୍ତାଙ୍କ ମାସିକ ବିଦ୍ୟୁତ ବିଲରେ ଅଧିକ 1 ଟଙ୍କା ଆଦାୟ କରାଯାଇ ଫଣ୍ଡ୍‌ରେ ଜମା କରାଯିବାକୁ ସେସୁ କହିଛି ।

ରବିବାର ବ୍ରହ୍ମପୁରରେ ସିଲ୍କ ସିଟି ନାମକ ଏକ ବସରେ 11କେଭି ତାର ଲାଗି 10 ଜଣଙ୍କ ପ୍ରାଣ ହାନି ଘଟିଥିବା ବେଳେ 25 ଜଣ ଆହତ ହୋଇଛନ୍ତି । ଯାହାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହେଉଥିବା ବେଳେ ବିଭାଗ ବିଭାଗ ମଧ୍ୟରେ ଲାଗିଛି କଳି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.