ETV Bharat / city

ବ୍ରହ୍ମପୁର ବସ ଟ୍ରାଜେଡି: ସରକାରଙ୍କୁ ଘେରିଲା କଂଗ୍ରେସ, ମୃତକଙ୍କ ପରିବାରକୁ 30ଲକ୍ଷ କ୍ଷତିପୂରଣ ଦାବି - 30ଲକ୍ଷ କ୍ଷତିପୂରଣ ଦାବି

ମୃତକଙ୍କ ପରିବାରକୁ 30 ଲକ୍ଷ କ୍ଷତିପୂରଣ ଦାବି ସହ ବିଦ୍ୟୁତ ସେବା ପ୍ରଦାନକାରୀ କମ୍ପାନୀ "ସାଉଥକୋ" ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ଦାବି ବାଢିଛି ।

berhampur-bus-tragedy-congress-demands-30-lakhs-compensation-to-the-dead-family
ବ୍ରହ୍ମପୁର ବସ ଟ୍ରାଜେଡି: ସରକାରଙ୍କୁ ଘେରିଲା କଂଗ୍ରେସ, ମୃତକଙ୍କ ପରିବାରକୁ 30ଲକ୍ଷ କ୍ଷତିପୂରଣ ଦାବି
author img

By

Published : Feb 11, 2020, 7:27 AM IST

ଭୁବନେଶ୍ବର: ଗଞ୍ଜାମର ଗୋଳନ୍ଥରାର ଘଟିଥିବା ବସ ଦୁର୍ଘଟଣାରେ ଲିଭିଯାଇଛି 10 ଜଣଙ୍କ ଜୀବନ ଦୀପ । ଏହାସହ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ତେବେ ଏହି ବସ ଟ୍ରାଜେଡି ଘଟଣାରେ ସରକରାଙ୍କୁ ଘେରିଛି ରାଜ୍ୟ କଂଗ୍ରେସ । ମୃତକଙ୍କ ପରିବାରକୁ 30 ଲକ୍ଷ କ୍ଷତିପୂରଣ ଦାବି ସହ ବିଦ୍ୟୁତ ସେବା ପ୍ରଦାନକାରୀ କମ୍ପାନୀ ‘ସାଉଥକୋ’ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ଦାବି ବାଢିଛି ।

ବ୍ରହ୍ମପୁର ବସ ଟ୍ରାଜେଡି: ସରକାରଙ୍କୁ ଘେରିଲା କଂଗ୍ରେସ, ମୃତକଙ୍କ ପରିବାରକୁ 30ଲକ୍ଷ କ୍ଷତିପୂରଣ ଦାବି

ତେବେ ଏନେଇ ସୋମବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି, ‘ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ଏହାର ଉତ୍ତର ଦାୟିତ୍ବ ଗ୍ରହଣ କରିବା କଥା । ମାତ୍ର ସରକାରଙ୍କ ପରିବହନ ଓ ଶକ୍ତି ବିଭାଗ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଘଟଣାର 20 ଘଣ୍ଟାରୁ ଉର୍ଦ୍ଧ୍ବ ବିତିଯାଇଥିଲେ ବି ଶକ୍ତି ମନ୍ତ୍ରୀ ଲୁଚି ବସିଛନ୍ତି । ଏଥି ସହିତ ସେ ରାଜ୍ୟବାସୀଙ୍କ ନିକଟରେ ସଠିକ ତଥ୍ୟ ଉପସ୍ଥାପନ ନ କରି ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜ ଦୋଷକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ।’

ଏଥିସହିତ ବିଦ୍ୟୁତ ସେବା ପ୍ରଦାନକାରୀ କମ୍ପାନୀ "ସାଉଥକୋ" ଉପରିସ୍ଥ ଅଧିକାରୀଙ୍କୁ ନିଲମ୍ବଲ ଓ ରାଜକୋଷରୁ ନୂହେଁ କମ୍ପାନୀଠାରୁ ହିଁ କ୍ଷତିପୂରଣ ଭରଣାର ଦାବି କରିଛି କଂଗ୍ରେସ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଗଂଜାମ ଜିଲ୍ଲାର ଗୋଳନ୍ଥରା ଠାରେ ବସ୍ୱ ରେ ବିଦ୍ୟୁତ ତାର ଲାଗି 10ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ସେମାନଙ୍କ ପରିବାର ବର୍ଗଙ୍କୁ 30 ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ଦିଆଯିବାକୁ ଦାବି ହୋଇଛି।ଏହା ସହ ସରକାର ବିଦ୍ୟୁତ ସେବା ପ୍ରଦାନକାରୀ କମ୍ପାନୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ସରକାରଙ୍କ ନିକଟରେ ଦାବି କରିଛି।

Body:ଆଜି ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ପ୍ରକାଶ କରିଛନ୍ତି ଯେ ଏଭଳି ଏକ ଦୁଃଖଦ ଘଟଣା ଘଟି ଥିବା ବେଳେ ରାଜ୍ୟ ସରକାର ଏହାର ଉତ୍ତରଦାୟିତ୍ୱ ନେବା କଥା।କିନ୍ତୁ ସରକାରଙ୍କ ପରିବହନ ଓ ଶକ୍ତି ବିଭାଗ ପରସ୍ପର ଉପରେ ଦୋଷ ଲଡାଲଦୀ ହେଉଛନ୍ତି।ଘଟଣାର 20 ଘଣ୍ଟା ପର୍ଯ୍ୟନ୍ତ ଶକ୍ତି ମନ୍ତ୍ରୀ ଲୁଚି ରହିବା ସହ ସେ ରାଜ୍ୟବାସୀଙ୍କ ନିକଟରେ ସଠିକ ତଥ୍ୟ ଉପସ୍ଥାପନ ନ କରି ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଶ୍ରୀ ନାୟକ କହିଛନ୍ତି।ଏହା ସହିତ ସରକାରଙ୍କ ପକ୍ଷରୁ ବିଦ୍ୟୁତ ତଦାରଖ ପାଇଁ ବିଦ୍ୟୁତ ଇନିସ୍ପେକ୍ଟର ଭଳି ପଦବୀ ଥିଲେ ସୁଦ୍ଧା ସେମାନେ କାର୍ଯ୍ୟ କରୁଛନ୍ତି କି ନାହିଁ ତାହାର ତଦନ୍ତ ହେବା ଆବଶ୍ୟକ।ଯେଉଁମାନଙ୍କୁ ବିଦ୍ୟୁତ ସେବା ଯୋଗାଇବା ପାଇଁ ଦାଇତ୍ୱ ଦିଆ ଯାଇଛି ସେମାନେ ସରକାରଙ୍କ ସଂସ୍ଥା ଦ୍ୱାରା ଲାଇସେନ୍ସ ପ୍ରାପ୍ତଭୋଇଥିବା ଆବଶ୍ୟକ ଥିବା ବେଳେ ଯିଏ ବିଦ୍ୟୁତ ପ୍ରଦାନ କରୁଛନ୍ତି ତାଙ୍କର ଲାଇସେନ୍ସ ବୈଧ କି ନୁହେଁ ତାହା ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।ସେହିପରି 11 କେଭି ଓ 33 କେଭି ବିଦ୍ୟୁତ ସରବରାହରେ ଟ୍ରିପ ମିଟର ଲଗାଯିବାର ଆଵଶ୍ୟକତା ଥିବାବେଳେ ଏହାକୁ ଲଗାଯାଇଛି କି ନାହିଁ ତାହା ମଧ୍ୟ ତଦନ୍ତ ହେବା ର ଆଵଶ୍ୟକତା ଥିବା ବେଳେ ସରକାର ଓ ମୁଖ୍ୟମନ୍ତ୍ରୀ ଟ୍ୱିଟର ରେ କେବଳ ଦୁଃଖ ପ୍ରକାଶ କରି ବସିଯାଇଥିବା ସେ କହିଛନ୍ତି।
ସେହିପରି ସେସୁ ର ମୁଖ୍ୟ ଲୋକମାନଙ୍କ ଠାରୁ ବକେୟା ଆଦାୟ କରିବା ପାଇଁ ବିଦ୍ୟୁତ ସଂଯୋଗ କାଟି ଦେଉଥିବାବେଳେ ସରକାରଙ୍କ ଭୁଲ ପାଇଁ ଲୋକମାନଙ୍କ ଯେଉଁ ଜୀବନ ଗଲା ସେଥିପାଇଁ ତାଙ୍କ ଚାକିରୀ ର ଲାଇନ କେବେ କଟିବ ବୋଲ ସେ ପ୍ରଶ୍ନ କରିଛନ୍ତି।ସରକାର 5 ଟି କରି ଯେଉଁ ବାହାବା ନେଉଛନ୍ତି ଯଦି ସତସାହାସ ଅଛି ତେବେ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି କମ୍ପାନୀ ଅଧିକାରୀ ଓ ସରକାରୀ ଉଚ୍ଚ ପଦସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.