ETV Bharat / city

ବିଧାନସଭା ଖବର: ହିତାଧିକାରୀଙ୍କ ପାଖରେ ପହଞ୍ଚିନି କୋଭିଡ ସହାୟତା - ଓଡିଶା ବିଧାନସଭା ଖବର

ହିତାଧିକାରୀଙ୍କ ପାଖରେ ପହଞ୍ଚି ନାହିଁ କୋଭିଡ ସହାୟତା ଟଙ୍କା । ପ୍ରଥମ ପର୍ଯ୍ୟାୟରେ 2 ଲକ୍ଷ 9 ହଜାର 650 ଜଣ ହିତାଧିକାରୀ କୋଭିଡ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ 3 ଲକ୍ଷ 64 ହଜାର 495 ଜଣ ହିତାଧିକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଅଧିକ ପଢନ୍ତୁ

OdishaAssembly ହିତାଧିକାରୀଙ୍କ ପାଖରେ ପହଞ୍ଚିନି କୋଭିଡ ସହାୟତା

author img

By

Published : Jul 13, 2022, 5:14 PM IST

ଭୁବନେଶ୍ବର: ହିତାଧିକାରୀଙ୍କ ପାଖରେ ପହଞ୍ଚି ନାହିଁ କୋଭିଡ ସହାୟତା ଟଙ୍କା । ପ୍ରଥମ ପର୍ଯ୍ୟାୟରେ 2 ଲକ୍ଷ 9 ହଜାର 650 ଜଣ ହିତାଧିକାରୀ କୋଭିଡ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ 3 ଲକ୍ଷ 64 ହଜାର 495 ଜଣ ହିତାଧିକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ବିଧାନସଭା(OdishaAssembly)ରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଜବାବ ରଖି ଏହା ସ୍ୱୀକାର କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

OdishaAssembly ହିତାଧିକାରୀଙ୍କ ପାଖରେ ପହଞ୍ଚିନି କୋଭିଡ ସହାୟତା
OdishaAssembly ହିତାଧିକାରୀଙ୍କ ପାଖରେ ପହଞ୍ଚିନି କୋଭିଡ ସହାୟତା

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ 2019-20 ବର୍ଷରେ ରାସନ କାର୍ଡଧାରୀ ପରିବାରଙ୍କ ସଂଖ୍ୟା 95,51,694 ଥିଲା । ଏବେ ଏହା ବଢି 95,85,766 ହୋଇଛି । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 93,42,044 ପରିବାରଙ୍କୁ କୋଭିଡ଼ ସହାୟତା ଯୋଗାଇ ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ 92,21,271 ପରିବାରଙ୍କୁ ଏହି ସହାୟତା ଯୋଗାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ 2,09,650 ପରିବାର ନିଜର ମାସିକ ଆବଣ୍ଟିତ ଖାଦ୍ୟଶସ୍ୟ ଉଠାଇ ନାହାନ୍ତି । ସେହି ପରିବାର ଗୁଡିକ 1000 ଟଙ୍କା ଲେଖାଏଁ କୋଭିଡ଼ ସହାୟତା ରାଶି ନେଇନାହାନ୍ତି । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ 3,64,495 ପରିବାର ଅନୁରୂପ କାରଣରୁ ଏହି ରାଶି ନେଇନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.