ETV Bharat / city

ବିଜେପୁର ବ୍ୟାଟେଲ: ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲ ସୁର - ଆମେ ହାରିଯିବୁ

ବିଜେପୁର ଦଖଲ ପାଇଁ ସବୁଦଳ ଜି ଜାନ୍ ଲଗାଇଥିବା ବେଳେ ଯୁଦ୍ଧ ପୂର୍ବରୁ କଂଗ୍ରେସର ମୈଦାନ ଛାଡିବା କର୍ମୀଙ୍କୁ ନିରାଶ କରିଛି । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Oct 17, 2019, 10:06 PM IST

ବରଗଡ: ଆସନ୍ତା 21 ସୋମବାର ଦିନ ବିଜେପୁର ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ପ୍ରମୁଖ ଦଳ ପ୍ରଚାର ଜୋରଦାର କରୁଛନ୍ତି । ନେତା, ମନ୍ତ୍ରୀ, ବିଧାୟକଙ୍କ ପ୍ରତିଶୃତି ବର୍ଷାରେ ବିଜେପୁର ଗଗନ ପବନ ପ୍ରକମ୍ପିତ ହେଉଛି । 3 ଦଳର ଶୀର୍ଷସ୍ତରୀୟ ନେତା ପ୍ରଚାରକୁ ଶେଷ ସ୍ପର୍ଷ ଦେବାରେ ଲାଗିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଆଜି ବିଜେଡି ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ଖୋଦ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ଓ ଶୁକ୍ରବାର ନବୀନ ବିଜେପୁରରେ ମାରାଥନ ପ୍ରଚାର କରିବେ । ବିଜେପି ପାଇଁ ଧର୍ମେନ୍ଦ୍ର ମଧ୍ୟ ଆସନ୍ତାକାଲି ଦ୍ବିତୀୟ ଦଫାରେ ପ୍ରଚାର ମୈଦାନକୁ ଯିବେ । ଏଭଳି ପତିଆରା ଲଢେଇ ସମୟରେ ପୁଣିଥରେ କଂଗ୍ରେସ ଆତ୍ମସମର୍ପଣ କରିଛି ।

ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି ଆମର ଜିତିବା କୌଣସି ସମ୍ଭାବନା ନାହିଁ । ସୁର କହିଛନ୍ତି ବିଜେପୁରରେ ଯେଭଳି ବିଜେଡି ବିଜେପି ପ୍ରଚାର କରୁଛନ୍ତି ଓ ଟଙ୍କା ଉଡାଉଛନ୍ତି ଆମେ ପଛରେ ପଡିଛୁ । ସମଗ୍ର ବିଜେପୁରରେ ନବୀନ ପଟ୍ଟନାୟକ ଛାଇଯାଇଛନ୍ତି । ଏଠି ଇଲେକ୍ସନ ଚାଲିଛି ନା ଡ୍ରାମା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ?

ଏହାସହ ବିଜେଡି ଯେଭଳି ମଦ, ମାଂସ, ଟଙ୍କାର ବର୍ଷା କରୁଛି ଏହାକୁ ନେଇ ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ପୋଲିସକୁ ମଧ୍ୟ ସମାଲୋଚାନ କରିଛନ୍ତି ସୁର । ଏଠି ଖୁଲମ ଖୁଲା ବେଆଇନ କାମ ଚାଲୁଥିବା ବେଳେ ପୋଲିସ କଣ କରୁଛି ବୋଲି ପଚାରିଛନ୍ତି । ଏହାସହ ସହ ପରୋକ୍ଷରେ ସ୍ବୀକାର କରିଛନ୍ତି କଂଗ୍ରେସ ଜିତିବାର କୌଣସି ସମ୍ଭାବନା ନାହିଁ ।

ସୁରଙ୍କ ଏହି ବକ୍ତବ୍ୟ ନିଶ୍ଚିତ ଭାବେ ଦଳରେ ଜୋରଦାର ପ୍ରଭାବ ପକାଇବ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.