ETV Bharat / city

ବିଗିଡିଲା ବଲାଙ୍ଗୀର ସ୍ଥିତି, ବିଜେଡି-କଂଗ୍ରେସ କର୍ମୀ ମୁହାମୁହିଁ - attack

ବିରୋଧୀ ଦଳର ନେତା ନରସିଂହ ମିଶ୍ରଙ୍କ ନାଁରେ ଆସିଛି ହିଂସାକାଣ୍ଡ ଅଭିଯୋଗ। ବଲାଙ୍ଗୀରରେ ଜଣେ ବିଜେଡି କର୍ମୀଙ୍କ ଉପରେ କିଛି କଂଗ୍ରେସକର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ।

ଫଟୋ ସୌଜନ୍ୟ:ସମ୍ବାଦଦାତା,ବଲାଙ୍ଗିର
author img

By

Published : Apr 14, 2019, 9:02 AM IST

ବଲାଙ୍ଗୀର: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବଲାଙ୍ଗୀରରେ ଦେଖା ଦେଇଛି ନିର୍ବାଚନୀ ହିଂସା। ଏଥର ବିରୋଧି ଦଳର ନେତା ନରସିଂହ ମିଶ୍ରଙ୍କ ନାଁରେ ଆସିଛି ହିଂସାକାଣ୍ଡ ଅଭିଯୋଗ। ବଲାଙ୍ଗିରରେ ଜଣେ ବିଜେଡି କର୍ମୀଙ୍କ ଉପରେ କିଛି କଂଗ୍ରେସକର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ନରସିଂହ ମିଶ୍ର ଓ ତାଙ୍କ ସମ୍ପର୍କୀୟ ହାତ ଥିବା ଅଭିଯୋଗ କରିବା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି।

ଆସନ୍ତା 18ରେ ବଲାଙ୍ଗୀରରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ଏହାପୂର୍ବରୁ ଶନିବାର ରାତି 10ଟାରେ କିଛି କଂଗ୍ରେସ କର୍ମୀ ବିଜେଡି କର୍ମୀ ପ୍ରଫୁଲ୍ଲ କୁମାରଙ୍କ ଉପରେ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ । ସେ ବଲାଙ୍ଗୀର ଚନ୍ଦନଭାଟି ଗ୍ରାମ ନିକଟ ବଘଲାରୁ ପ୍ରଚାର ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ କଂଗ୍ରେସର ବିରୋଧିଦଳ ନେତା ନରସିଂହ ମିଶ୍ରଙ୍କ ପୁତୁରା ରାହୁଲ ମିଶ୍ର ଓ ତାଙ୍କର କିଛି ସହଯୋଗୀ ମରଣାନ୍ତକ ଆକ୍ରମଣ କରିଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ବଲାଙ୍ଗିର
ବିଜେଡି କର୍ମୀ ପ୍ରଫୁଲ୍ଲ କୁମାରଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରି ବଲିଙ୍ଗୀର ମେଡିକାଲରେ ଭର୍ତ୍ତି କରିଛି । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଏହି ଘଟଣା ପରେ ବିଜେଡି ବିଧାନସଭା ପ୍ରାର୍ଥୀ ଅର୍କେଶ ନାରାୟଣ ସିଂଦେଓ ତାଙ୍କ ଶତାଧିକ କର୍ମୀଙ୍କ ସହ ମେଡିକାଲରେ ପହଞ୍ଚି ଘଟଣାକୁ ତିବ୍ର ନିନ୍ଦା କରିବା ସହ ସିଧାସଲଖ ବିଧାନସଭାପ୍ରାର୍ଥୀ ନରସିଂହ ମିଶ୍ରଙ୍କୁ ଦାୟୀ କରିଛନ୍ତି । ସେପଟେ ପୋଲିସ ଏଯାଏଁ କାହାକୁ ଗିରଫ କରି ନଥିବାବେଳେ ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.