ETV Bharat / city

ସିଇଓ କାର୍ଯ୍ୟାଳୟ ସ୍ପଷ୍ଟୀକରଣ, BDOଙ୍କୁ ବଦଳିରେ ହୋଇନାହିଁ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ - ଭଦ୍ରକ ଆଦର୍ଶ ଆଚରଣ ବିଧି ଉଲଂଘନ

ଧାମନଗର ଓ ତିହିଡି ବିଡିଓଙ୍କୁ ବଦଳି ଘଟଣା । ବିଡିଓଙ୍କୁ ବଦଳିରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହୋଇନଥିବା ସ୍ପଷ୍ଟୀକରଣ ରଖିଲେ ସିଇଓ କାର୍ଯ୍ୟାଳୟ । ଅଧିକ ପଢନ୍ତୁ

ଅଭିଯୋଗ ପରେ ସ୍ପଷ୍ଟୀକରଣ EC, ବିଡିଓଙ୍କୁ ବଦଳିରେ ହୋଇନାହିଁ ଆଦର୍ଶ ଆଚରଣ ବିଧି ଉଲଂଘନ

author img

By

Published : Oct 14, 2022, 9:23 AM IST

Updated : Oct 14, 2022, 9:52 AM IST

ଭୁବନେଶ୍ବର: ଉପନିର୍ବାଚନ ପୂର୍ବରୁ ଧାମନଗର ଓ ତିହିଡି ବିଡିଓଙ୍କୁ ବଦଳି ଘଟଣାରେ(transferring two BDOs in Bhadrak) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଏନେଇ ସିଇଓଙ୍କ କାର୍ଯ୍ୟାଳୟର ଲୋକସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ହସ୍ତାକ୍ଷର ଯୁକ୍ତ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଆଚରଣ ଆଚରଣ ବିଧି ଯୁକ୍ତ ଦୁଇ ଅଧିକାରୀଙ୍କ ବଦଳି କରାଯାଇଛି ବୋଲି ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏକ ରାଜନୈତିକ ଦଳ ଅଭିଯୋଗ କରିଛି ଯେ, ଧାମନଗର ବିଧାନସଭା ମଣ୍ଡଳୀରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାବେଳେ ସେଠାରେ କାର୍ଯ୍ୟ କରୁଥିବା 2 ଜଣ ବିଡିଓଙ୍କୁ ଦୁର୍ନୀତି ଅଭିଯୋଗରେ ବଦଳି କରାଯାଇଛି । ତେବେ ସିଇଓଙ୍କ ଅଫିସ୍ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡ଼ି ବିଡିଓ ବସନ୍ତ କୁମାର ସାହାଣୀଙ୍କ ବଦଳି ହୋଇଛି ।

ଅଭିଯୋଗ ପରେ ସ୍ପଷ୍ଟୀକରଣ EC, ବିଡିଓଙ୍କୁ ବଦଳିରେ ହୋଇନାହିଁ ଆଦର୍ଶ ଆଚରଣ ବିଧି ଉଲଂଘନ
ଅଭିଯୋଗ ପରେ ସ୍ପଷ୍ଟୀକରଣ EC, ବିଡିଓଙ୍କୁ ବଦଳିରେ ହୋଇନାହିଁ ଆଦର୍ଶ ଆଚରଣ ବିଧି ଉଲଂଘନ

ଦୁର୍ଗାଚରଣ ମୁର୍ମୁ 2018 ସେପ୍ଟେମ୍ବର 5 ରୁ ସେଠାରେ କାର୍ଯ୍ୟ କରୁଥିବାବେଳେ ତିହିଡି ବିଡିଓଙ୍କ ଘର ଧାମନଗର ବିଧାନସଭା ମଣ୍ଡଳୀରେ ଆସୁଛି । ଜିଲ୍ଲାରେ ଏହି ଦୁଇ ଅଫିସରଙ୍କ ଉପସ୍ଥିତି ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି । କାରଣ ଉପନିର୍ବାଚନ ପାଇଁ ଗାଇଡଲାଇନ ଅନୁସାରେ ଉପନିର୍ବାଚନ ସହ ଜଡ଼ିତ କୌଣସି ଅଫିସର 3 ବର୍ଷରୁ ଅଧିକ ସମୟ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ରହିବା ମନା ତଥା ନିଜ ଗୃହ ଜିଲ୍ଲାରେ ବି ରହିପାରିବେ ନାହିଁ । ତେଣୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୁପାରିଶରେ ସେମାନଙ୍କର ବଦଳି ଅକ୍ଟୋବର ୬ ତାରିଖରେ ହୋଇଛି । ଏହାଦ୍ବାରା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ହେଉନି ବୋଲି ସିଇଓ ଅଫିସ ସ୍ପଷ୍ଟ କରିଛି ।

ଏହାମଧ୍ୟ ପଢନ୍ତୁ: OAS Reshuffle: ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ

ପ୍ରକାଶଥାଉ କି, ଧାମନଗର ଉପନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶାସକ ବିଜେଡିର ପ୍ରରୋଚନାରେ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି ବୋଲି ବିଜେପିର ଅଭିଯୋଗ କରିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ ଏନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ତ ହୋଇଥିଲେ । ଏହାପରେ ସିଇଓଙ୍କ କାର୍ଯ୍ୟାଳୟରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି । ଧାମନଗର ଉପନିର୍ବାଚନ ପାଇଁ 3 ତାରିଖରେ କାର୍ଯ୍ୟସୂଚୀ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ କିଭଳି 6 ତାରିଖରେ 2 ଜଣ ବିଡିଓଙ୍କ ବଦଳି କରାଗଲା ତାକୁ ନେଇ ବିଜେପି ପ୍ରଶ୍ନ ଉଠାଇବା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲା । ଏବେ ପଂଚାୟତିରାଜ ସଚିବ ଦାୟିତ୍ବରେ ରହି ମୁଖ୍ୟ ନିର୍ବାଚନ ଅଧିକାରୀ ଧାମନଗର ଉପନିର୍ବାଚନକୁ ପ୍ରଭାବିତ କରିବା ଭଳି ପଦକ୍ଷେପ ନେଇଥିବା ବିଜେପିର ଲିଖିତ ଅଭିଯୋଗ ପରେ ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 14, 2022, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.