ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ରାଜ୍ୟର ଚର୍ଚ୍ଚିତ ପ୍ରସଙ୍ଗ ମମିତା ମେହେର ହତ୍ୟାକାଣ୍ଡ (Mamita Meher Murder Case) ଘଟଣା ଆଜି ସଂସଦ (Parliament In India) ରେ ଉଠିଛି ।
ମମିତା ମେହେର ଘଟଣା ସହ ଅନ୍ୟ ୩ଟି ଘଟଣାର ଉଦାହରଣ ଦେଇ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀ (Bargarh Member of Parliament Suresh Pujari) ।
ଆଜି ଲୋକସଭାର ଶୂନ୍ୟକାଳ (Lok sabha Zero Hours) ରେ ସୁରେଶ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଓଡିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ମୋର ନିଜ ଗ୍ରାମର ଗୋବିନ୍ଦ କୁମ୍ଭାର ପୋଲିସ ହାଜତରେ ହତ୍ୟା କରାଗଲା । ଶିକ୍ଷୟତ୍ରୀ ମମିତା ମେହେରକୁ ଅକ୍ଟୋବର ୮ ରେ ଅପହରଣ କରି ହତ୍ୟା କରାଗଲା । ଆଉ ଗମ୍ଭୀର ବିଷୟ ହେଉଛି କି ଘଟଣାରେ ଓଡିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ସମ୍ପୃକ୍ତ ଥିବା ଅଭିଯୋଗ ଆସିଛି । ଏହାବାଦ ନୟାଗଡ ଜିଲ୍ଲାର କୁନି ଝିଅକୁ ମଧ୍ୟ ଅପହରଣ କରି ହତ୍ୟା କରାଯାଇଛି । ଏତତ ବ୍ୟତୀତ ଓଡିଶା ବିଜେପିର ୨ ଜଣ କର୍ମୀଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଯେଉଁଥିରେ ରାଜ୍ୟ ଆଇନ ମନ୍ତ୍ରୀଙ୍କ ସମ୍ପୃକ୍ତିର ଅଭିଯୋଗ ଆସୁଛି ।
ସୁରେଶ ପୂଜାରୀ ଦାବି କରିଛନ୍ତି, ଏହି ସମସ୍ତ ମାମଲାରେ ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ଆସ୍ଥା ନାହିଁ । ଏହି ସବୁ ମାମଲାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସୀ (Central Agency) ଦ୍ବାରା କରାଯାଉ । ଗୃହମନ୍ତ୍ରଣାଳୟ (Ministry Of Home Affairs) ସମସ୍ତ ଘଟଣାର ରିପୋର୍ଟ ତଲବ କରିବାକୁ ସୁରେଶ ପୂଜାରୀ ଦାବି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ