ETV Bharat / city

ବଂଶଧାରା ବିବାଦ: ସୁପ୍ରିମକୋର୍ଟ ରାୟକୁ ଅପେକ୍ଷା - ବଂଶଧାରା ବିବାଦ

ବଂଶଧାରା ବିବାଦକୁ ନେଇ ବୁଧବାର ଟ୍ରିବ୍ୟୁନାଲ ଦେଇଥିବା ସ୍ପଷ୍ଟୀକରଣ ନେଇ ରାଜ୍ୟରେ ରାଜନୀତି ତେଜୁଛି । ଏନେଇ ବିଭିନ୍ନ ବର୍ଗରୁ ପ୍ରତିକ୍ରିୟା ଆସିଛି । କାହିଁକି ବଂଶଧାରାକୁ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ବିବାଦ ? ଅଧିକ ପଢନ୍ତୁ..

ବଂଶଧାରା ବିବାଦ
ବଂଶଧାରା ବିବାଦ
author img

By

Published : Jun 23, 2021, 7:52 PM IST

ଭୁବନେଶ୍ବର: ବଂଶଧାରା ବିବାଦକୁ ନେଇ ବୁଧବାର ଟ୍ରିବ୍ୟୁନାଲ ଦେଇଥିବା ସ୍ପଷ୍ଟୀକରଣ ନେଇ ରାଜ୍ୟରେ ରାଜନୀତି ତେଜୁଛି । ଏନେଇ ବିଭିନ୍ନ ବର୍ଗରୁ ପ୍ରତିକ୍ରିୟା ଆସିଛି । କାହିଁକି ବଂଶଧାରାକୁ ନେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ବିବାଦ ? ଏ ନେଇ ତତ୍କାଳୀନ ଜଳ ସମ୍ପଦ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ତ୍ରିପାଠୀ କହିଛନ୍ତି, ନେରେଡି ବ୍ୟାରେଜ ନିର୍ମାଣ ଲାଗି ୧୯୬୧ରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ରାଜିନାମା ସ୍ଵାକ୍ଷର ହୋଇଥିଲା ।

ବଂଶଧାରା ବିବାଦ

ଆନ୍ଧ୍ରପ୍ରଦେଶ ଏହି ନେରେଡି ବ୍ୟାରେଜ ନିର୍ମାଣ କରିବ । ନ୍ୟାରେଡି ବ୍ୟାରେଜର ବାମ ପଟରେ ଓଡ଼ିଶା ଓ ଡାହାଣ ପଟେ ଆନ୍ଧ୍ରପ୍ରଦେଶ ଅବସ୍ଥିତି । ଆନ୍ଧ୍ରପ୍ରଦେଶ ସରକାର କହିଥିଲେ ଯେ, ଏହି ବ୍ୟାରେଜ ନିର୍ମାଣ ହେଲେ ଓଡ଼ିଶା ଓ ଆନ୍ଧ୍ର ଉଭୟ ରାଜ୍ୟର ଲାଭ ହେବ । ବ୍ୟାକ ୱାଟର ଦୁଇରୁ ତିନି କିଲୋମିଟରରୁ ଅଧିକ ଯିବନାହିଁ । ଏହାସହ ୧୦୬ ଏକର ଓଡ଼ିଶାରୁ ଜମି ଅଧିଗ୍ରହଣ ହେବ । ତେବେ ଏହି ବ୍ୟାରେଜର ଅଫ ଷ୍ଟିମରେ ଦୁଇ କିଲୋମିଟର ଦୂରରେ ଥିବା କାତ୍ରାଗୋଡା ଠାରେ ସାଇଡ଼ ୱାଲ ନିର୍ମାଣ କରି ପାଣି ନେବା ଆରମ୍ଭ କରିଥିଲା ଆନ୍ଧ୍ରପ୍ରଦେଶ ।

ଏନେଇ ରାଜ୍ୟ ସରକାର ଆନ୍ଦୋଳନ କରିଥିଲେ । କେନ୍ଦ୍ର ନିକଟରେ ପ୍ରସଙ୍ଗ ଉପସ୍ଥାପନ କରି ଟ୍ରିବ୍ୟୁନାଲ ପାଇଁ ଦାବି କରିଥିଲେ । ରାଜ୍ୟ ଦାବି ପରେ ଟ୍ରିବ୍ୟୁନାଲ ଗଠନ କରିଥିଲେ କେନ୍ଦ୍ର ସରକାର । ପ୍ରଥମେ ଟ୍ରିବ୍ୟୁନାଲ ବ୍ୟାରେଜ ନିର୍ମାଣ ଉପରେ ସ୍ଥଗିତାଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ସାଇଡ଼ ୱାଲ ଓ କେନାଲ କାର୍ଯ୍ୟ ଶେଷ ହୋଇଥିବାରୁ ବ୍ୟାରେଜ ନିର୍ମାଣ ପାଇଁ ଟ୍ରିବ୍ୟୁନାଲ ଅନୁମତି ଦେଇଥିଲେ।

ତେବେ ଏଥିରେ ଓଡ଼ିଶା ସରକାରଙ୍କ ତିନୋଟି ସନ୍ଦେହ ରହିଲା । ବ୍ୟାରେଜ ନିର୍ମାଣ ହେଲେ ୧୦୬ କିମି ନୁହେଁ ଅଧିକ ଜମି ଅଧିଗ୍ରହଣ ହେବ । ବ୍ୟାକ ୱାଟର ଅଧିକ ମାଡିବା ସହ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବ । ଓଡ଼ିଶାର ବହୁ ଅଞ୍ଚଳ ଜଳମଗ୍ନ ହେବ । ଏହି ତିନୋଟି ସନ୍ଦେହର ଦୂରୀକରଣ ପାଇଁ ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ଆବେଦନ କରିଥିଲେ ।

ମଙ୍ଗଳବାର ଏହାର ସ୍ପଷ୍ଟୀକରଣ ଆସିଛି । ହେଲେ ଏଥିରେ ଓଡ଼ିଶାର ସନ୍ଦେହ ଦୂର ହୋଇନାହିଁ । ଏହାସହ ରାଜ୍ୟ ଦୁଇଟି ସ୍ପେଶାଲ ଲିଭ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଟିବ୍ୟୁନାଲ ପ୍ରସଙ୍ଗକୁ ନେଇ ଆମ କଥା ଠିକରେ ଶୁଣୁନାହାନ୍ତି ବୋଲି ଓଡ଼ିଶା ସରକାର ଏହି ପିଟିସନ ଦାଖଲ କରିଥିଲେ । ତାହାର ରାୟ ସୁପ୍ରିମକୋର୍ଟରୁ ଆସିବାର ଅଛି । ଏହା ଉପରେ ବଂଶଧାରା ବିବାଦର ନିର୍ଧାରଣ ହେବ ।

ବ୍ୟରେଜ ନିର୍ମାଣ ନେଇ ଟ୍ରିବ୍ୟୁନାଲ ସ୍ପଷ୍ଟୀକରଣ ଦେଇସାରିଛନ୍ତି । ତେବେ ବାସ୍ତବରେ ଏହା କେତେ ଫଳପ୍ରଦ ହେଉଛି ଦେଖିବାର କଥା ବୋଲି ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ସେପଟେ ବର୍ତ୍ତମାନର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ, ସରକାର ଏ ନେଇ ବିଚାର ବିମର୍ଷ କରୁଛନ୍ତି ।

ଅନ୍ୟପଟେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ବଂଶଧାରା ଟ୍ର୍ୟୁବୁନାଲ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ନେରେଡି ବ୍ୟାରେଜ ପ୍ରକଳ୍ପକୁ ବିରୋଧ କରି ଗୁଣୁପୁର ଅଞ୍ଚଳରେ ବହୁବାର ଆନ୍ଦୋଳନ ହୋଇଛି ।

ଓଡ଼ିଶା ସରକାର ପାଖରେ ଏବେ ବି ସମୟ ଅଛି । ପୁନର୍ବାର ବିଚାର କଲେ ରାଜ୍ୟର ମଙ୍ଗଳ ହେବ । ଏହି ପ୍ରକଳ୍ପ ହେଲେ ଓଡ଼ିଶାର କ୍ଷତି ନିହାତି ହେବ । ତେଣୁ ସରକାର ବିଚାର କରନ୍ତୁ ବୋଲି ବିଜୟ କହିଛନ୍ତି । ବଂଶଧାରା ଟ୍ରିବ୍ୟୁନାଲରେ ଓଡ଼ିଶାକୁ ଝଟକା ଉପରେ ପ୍ରତିକ୍ରିୟା ରଖିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ବିଭିନ୍ନ ନଦୀକୁ ନେଇ ସବୁ ରାଜନୈତିକ ଦଳ ମିଶି ଆଲୋଚନା କରନ୍ତୁ । ଏ ନେଇ ରାଜନୀତି ନକରାଯାଉ । ବିଭିନ୍ନ ଲୋକ ବିଭିନ୍ନ ମତ ଦେବେ । କିନ୍ତୁ ପୁଣି ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ । ଯେହେତୁ ଆମେ ଏକାଠି ହୋଇ ପାରୁନାହାଁନ୍ତି । ତେଣୁ ଅନ୍ୟ ମାନେ ଫାଇଦା ନେଉଛନ୍ତି ବୋଲି ସୌମ୍ୟରଞ୍ଜନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.