ଭୁବନେଶ୍ବର: ମହଙ୍ଗା ପଡିଲା 90 କୋଟିର ଋଣ ଖିଲାପ । ରାଜଧାନୀରେ ସିଲ ହେଲା ଏକ ଆପାର୍ଟମେଣ୍ଟ । ଫରେଷ୍ଟ ପାର୍କ ଅଞ୍ଚଳରେ ୬ଟି ଫ୍ଲାଟ ଥିବା ଏକ ଆପାର୍ଟମେଣ୍ଟ ସିଲ ହୋଇଛି । ବ୍ୟାଙ୍କରୁ ଋଣ ଖିଲାପ ଅଭିଯୋଗରେ ଆପାର୍ଟମେଣ୍ଟ ସିଲ କରିଛି ପଞ୍ଜାବ ନାସନାଲ ବ୍ୟାଙ୍କ ।
ସୂଚନାଅନୁସାରେ, ଫରେଷ୍ଟ ପାର୍କର ପ୍ଲଟ ନମ୍ବର ୭୩/Aରେ ଜୟ କୁମାର ଜାଜୋଡିଆ ଓ ପବନ କୁମାର ସଜାଜୋଡିଆଙ୍କ ନାଁରେ ଥିବା ଆପାର୍ଟମେଣ୍ଟ ସିଲ କରିଛି ବ୍ୟାଙ୍କ । ପ୍ରାୟ 90 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଋଣ ଖିଲାପ କରିଥିବା ନେଇ ବ୍ୟାଙ୍କର ନୋଟିସକୁ ଭାଓଲେସନ ଆଧାରରେ ଆପାର୍ଟମେଣ୍ଟ ସିଲ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ଏନେଇ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୬ ଟିକିଆ ଆପାର୍ଟମେଣ୍ଟକୁ ସିଲ କରାଯାଇଛି । ଏପରିକି ଆପାର୍ଟମେଣ୍ଟର ରହୁଥିବା ଲୋକଙ୍କ ଜିନିଷ ବାହାର କରିବା ସହ ପୋଲିସ ଉପସ୍ଥିତିରେ ଘରକୁ ନିଜ କବଜାକୁ ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।
ଏହା ବି ପଢନ୍ତୁ...ସାଇବର ଠକଙ୍କ ଆଡ୍ଡାରେ କ୍ରାଇମବ୍ରାଞ୍ଚ, ବନ୍ଧା ହେଲେ 6 ଠକ
ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ଏକ ଜଏଣ୍ଟ ଭେଞ୍ଚରରେସ ଥିବା କମ୍ପାନୀ ନାଁରେ ଉଭୟ ବାପ ଓ ପୁଅ ବ୍ୟାଙ୍କରୁ ଋଣ ନେଇଥିଲେ । ପରେ ପ୍ରାୟ 90 କୋଟିର ଋଣ ହୋଇଥିଲା ଏହାକୁ ଆଉ ସେମାନେ ସୁଝି ନଥିଲେ । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ବାରମ୍ବାର ନୋଟିସ ଦେଇ ଚାଲିଥିଲେ ହେଲେ କୌଣସି ଉତ୍ତର ମିଳି ନଥିଲା । ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘରଟିକୁ ସିଲ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ଏହି ଆପାର୍ଟମେଣ୍ଟ ପୂର୍ବରୁ ଇନକମ ଟ୍ୟାକ୍ସ ଦ୍ବାରା ଆଟାଚ ଥିବା ମଧ୍ୟ ଆପାର୍ଟ ମେଣ୍ଟ ବାହାରେ ନୋଟିସ ମରାଯାଇଥବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର