ETV Bharat / city

ଲିଙ୍ଗିପୁର ATM ଲୁଟ: ଡେମୋ ଦେଖାଇଲା ବାଂଲାଦେଶୀ ଅଭିଯୁକ୍ତ

author img

By

Published : Apr 17, 2022, 2:26 PM IST

ଧଉଳି ଲିଙ୍ଗିପୁର ଏସବିଆଇ ଏଟିଏମ ତାଡି ଲୁଟ ଘଟଣା । ପୋଲିସକୁ ଡେମୋ ଦେଖାଇଲେ ବାଂଲାଦେଶୀ ଅଭିଯୁକ୍ତ । ଅଧିକ ପଢନ୍ତୁ

ଲିଙ୍ଗିପୁର ATM ଲୁଟ: ଡେମୋ ଦେଖାଇଲା ବାଂଲାଦେଶୀ ଅଭିଯୁକ୍ତ
ଲିଙ୍ଗିପୁର ATM ଲୁଟ: ଡେମୋ ଦେଖାଇଲା ବାଂଲାଦେଶୀ ଅଭିଯୁକ୍ତ

ଭୁବନେଶ୍ବର: ଧଉଳି ଲିଙ୍ଗିପୁର ଏସବିଆଇ ଏଟିଏମ ତାଡି ଲୁଟ ଘଟଣା । ବେଙ୍ଗାଲୁରୁରୁ ଗିରଫ ହୋଇଥିବା ୨ଜଣିଆ ବାଂଲାଦେଶୀ ଅଭିଯୁକ୍ତ ଆଜି(ରବିବାର) ଲୁଟପାଟର ଡେମୋ ଦେଖାଇଛନ୍ତି । ଏଟିଏମ ମେସିନକୁ ତାଡିବାର କୌଶଳ ସହିତ ଏହାକୁ ଭାଙ୍ଗିବା ପର୍ଯ୍ୟନ୍ତ ଏହାର ଡେମୋ ଦେଖାଇଛନ୍ତି । ଏହା ସହ ଚାରି ଚକିଆ ଗାଡ଼ିରେ ଚୋରି କରି ସେଇ ଗାଡିରେ ଏଟିଏମ୍ ମେସିନ ନେବା ଘଟଣା ସମ୍ପର୍କରେ ମଧ୍ୟ ଡେମୋ ଦେଖାଇଛି ଅଭିଯୁକ୍ତ ।

ଡେମୋ ଦେଖିବା ପରେ ଏଟିଏମ ମେସିନକୁ ତାଡ଼ିବା ସହ ଏହାକୁ ଭାଙ୍ଗି କିପରି ଟଙ୍କା ନେଇଥିଲେ ସେ ସମ୍ପର୍କରେ ଜାଣିପାରିଛି ପୋଲିସ । ଏଟିଏମ ତାଡି ଲୁଟ ପରେ ଏହି ଟଙ୍କାକୁ ଦଲାଲ ଜରିଆରେ ପଶ୍ଚିମବଙ୍ଗର ସୀମା ଦେବିପୁର ପଟେ ବାଂଲାଦେଶୀକୁ ପଠାଇଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଲୁଟ ପଛରେ‌ ଏହି ବାଂଲାଦେଶୀ ଇଣ୍ଟରନାସନାଲ ଗ୍ୟାଙ୍ଗର ହାତ ଅଛି ବୋଲି କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଗ୍ୟାଙ୍ଗରେ ଏକାଧିକ ଅପରାଧୀ ରହିଥିବା ବେଳେ ଏହି ଲୁଟ ପଛରେ ରହିଛନ୍ତି ମାତ୍ର ୭ଜଣ ।

ଡେମୋ ଦେଖାଇଲା ବାଂଲାଦେଶୀ ଅଭିଯୁକ୍ତ

ଏହା ବି ପଢନ୍ତୁ- ବେଙ୍ଗାଲୁରୁରୁ ଗିରଫ ହେଲେ ବାଂଲାଦେଶୀ ATM ଲୁଟେରା

ତେବେ ସୂଚନା ଥାଉ କି ଏପ୍ରିଲ ୪ ତାରିଖ ରାତିରେ ଧଉଳି ଥାନା ଅନ୍ତର୍ଗତ ଜନବସତି ସ୍ଥାନରୁ କିଛି ଦୁର୍ବୃତ୍ତ ଏହି ଉନ୍ମତ୍ତକାଣ୍ଡ ଘଟାଇଥିଲେ । ଏଟିଏମ ମେସିନ‌ ସହ ସିସିଟିଭି ତାଡିଥିଲେ । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଚିତ୍ର ସ୍ପଷ୍ଟ ହୋଇଥିଲା । ରାଜଧାନୀରେ ଏଟିଏମ ମେସିନ ଲୁଟ କରିବା ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଦୁର୍ବୃତ୍ତମାନେ ଏଟିଏମ ତାଡ଼ି ଲୁଟ କରିଥିବା ଘଟଣା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.