ETV Bharat / city

ସରିଲା ଉପନିର୍ବାଚନ: 6ଟା ସୁଦ୍ଧା ବାଲେଶ୍ବରରେ 71%, ତିର୍ତ୍ତୋଲରେ 69.09% ମତଦାନ

author img

By

Published : Nov 3, 2020, 7:54 PM IST

କୋଭିଡ କଟକଣା ମଧ୍ୟରେ ଶେଷ ହେଲା ଉପନିର୍ବାଚନ ମତଦାନ । ସନ୍ଧ୍ୟା ୬ଟା ସୁଦ୍ଧା ତିର୍ତ୍ତୋଲରେ ୬୯.୯ ପ୍ରତିଶତ ଏବଂ ବାଲେଶ୍ଵରରେ ୭୧ ପ୍ରତିଶତ ଭୋଟିଂ ହୋଇଥିଲା । ଏବେ ବି ପୋଲିଂ ବୁଥ୍ ସାମାନାରେ ୩୦ଟି ବୁଥରେ ବାଲେଶ୍ଵରରେ ଭୋଟିଂ ଚାଲିଛି ।

ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ: ସୁଶୀଲ କୁମାର ଲୋହାନୀ

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଶେଷ ହେଲା ଉପନିର୍ବାଚନ ମତଦାନ । ସନ୍ଧ୍ୟା ୬ଟା ସୁଦ୍ଧା ତିର୍ତ୍ତୋଲରେ ୬୯.୯ ପ୍ରତିଶତ ଏବଂ ବାଲେଶ୍ଵରରେ ୭୧ ପ୍ରତିଶତ ଭୋଟିଂ ହୋଇଥିଲା । ଏବେ ବି ୩୦ଟି ବୁଥରେ ବାଲେଶ୍ଵରରେ ଭୋଟିଂ ଚାଲିଛି । ସେହିପରି ତିର୍ତ୍ତୋଲରେ ୧୨୦ଟି ବୁଥରେ ଭୋଟିଂ ଚାଲିଛି । 'ମୋ ପୋଲ' ବେଳେ ଇଭିଏମରେ ଡିଫେକ୍ଟ ଦେଖାଦେଇଥିଲା । ୨ଟି ବାଲଟ, 19ଟି କଣ୍ଟ୍ରୋଲ ୟୁନିଟ, 15ଟି ଭିଭିପାଟ୍ ରିପ୍ଲେସ ହୋଇଥିଲା । ସେହିପରି ଭୋଟିଂ ସମୟରେ 2ଟି ବାଲାଟ, 2ଟି କଣ୍ଟ୍ରୋଲ ୟୁନିଟ ଏବଂ ୭ଟି ଭିଭିପାଟ୍ ରିପ୍ଲେସ ହୋଇଛି ।

ସମସ୍ତଙ୍କ ସହଯୋଗରେ ଉପନିର୍ବାଚନ ସମୟରେ କୌଣସି ହିଂସାକାଣ୍ଡ ହୋଇନାହିଁ । ସମସ୍ତେ କୋଭିଡ ନିୟମ ମାନିଛନ୍ତି । ଏଥିପାଇଁ ଅଧିକ ଭୋଟିଂ ହୋଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାସହ ବିଭିନ୍ନ କୋଭିଡ୍ ଆକ୍ରାନ୍ତ କିମ୍ବା ଟେମ୍ପ୍ରଚର ଅଧିକ ଥିବା ବ୍ୟକ୍ତିବିଶେଷ ଶେଷରେ ଭୋଟ ଦେଇଛନ୍ତି । ସେମାନଙ୍କ ସଂଖ୍ୟା ବହୁତ କମ୍ ରହିଥିଲା । ପୋଲିଂ ପାର୍ଟିମାନେ ଇଭିଏମ ମେସିନକୁ ସିଲ କରି ଆରୋ ପାଖରେ ସବମିଟ କରିବେ ।

ସେହିପରି ତିର୍ତ୍ତୋଲରେ ଭୋଟ ବର୍ଜନ ଲୋକେ ଧମକ ଦେଇଥିଲେ କିନ୍ତୁ ଭୋଟ ବର୍ଜନ ହୋଇନାହିଁ । ଏହାସହ ବାଲେଶ୍ଵରରେ ମଧ୍ୟ ଭୋଟ ବର୍ଜନ ହୋଇନାହିଁ । ଭୋଟିଂ ସମୟରେ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଥିଲା । ତୁରନ୍ତ ଆକ୍ସନ ନିଆଯାଇଥିଲା । ବୁଥ୍ କ୍ୟାପର୍ଚିଂରେ କୌଣସି ସୂଚନା ହୋଇନାହିଁ । ତେବେ ଆସନ୍ତାକାଲି କେତେ ଭୋଟ ପ୍ରତିଶତ ହେଲା ସଠିକ ଭାବେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.