ETV Bharat / city

ବାହାରିନ ଓଡ଼ିଆ ସମାଜ: ମନାଇଲେ ମକର ସଂକ୍ରାନ୍ତି, ଉଡାଇଲେ ଗୁଡି

author img

By

Published : Jan 16, 2022, 4:08 PM IST

ଓଡ଼ିଆ ସଂସ୍କୃତିର ଅନ୍ୟତମ ମହତ୍ବପୂର୍ଣ୍ଣ ପର୍ବ ମକର ସଂକ୍ରାନ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳିଲା ବାହାରିନ ଓଡ଼ିଆ ସମାଜ । ଅଧିକ ପଢନ୍ତୁ

ବାହାରିନ ଓଡ଼ିଆ ସମାଜ ପାଳିଲା ମକର ସଂକ୍ରାନ୍ତି

ଭୁବନେଶ୍ବର: ଓଡ଼ିଆ ସଂସ୍କୃତିର ଅନ୍ୟତମ ମହତ୍ବପୂର୍ଣ୍ଣ ପର୍ବ ମକର ସଂକ୍ରାନ୍ତିକୁ ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ବହୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିରେ ଭାରତୀୟ ସଂସ୍କୃତି ଓ ଦର୍ଶନରେ ସମଗ୍ର ବିଶ୍ଵ ପାଇଁ ଥିବା ଚେତନା ଓ ମଙ୍ଗଳ ବାର୍ତ୍ତାର ସଙ୍କେତ ସ୍ବରୂପ ଓଡ଼ିଆ ସମାଜ ଆନୁକୂଲ୍ୟରେ ଏହି ପର୍ବ ପାଳନ ହୋଇଛି ।

ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜଙ୍କ ନେତୃତ୍ବରେ ପାଳିତ ହୋଇଛି ଏହି ଗଣପର୍ବ । ସମଗ୍ର ବିଶ୍ବର କଲ୍ୟାଣ ଉଦ୍ଦେଶ୍ୟରେ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଏହି ଅବସରରେ ସମ୍ମିଳିତ ଗୁଡ଼ିଉଡ଼ା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମକର ଚାଉଳ ଅର୍ପଣ ପରେ ସମସ୍ତ ଓଡ଼ିଆ ଭାଇ ଭଉଣୀ ଏହାକୁ ସେବନ କରିବା ସହିତ ଅନ୍ୟାନ୍ୟ ଭାରତୀୟ ସମାଜର ପ୍ରତିନିଧି ମାନଙ୍କୁ ବିତରଣ କରିଥିଲେ ।

ଓଡ଼ିଆ କବିତା ଆବୃତ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପ୍ରାର୍ଥନା ଗୀତ ଆସର ଆୟୋଜନ ହୋଇଥିଲା । ଏହିପରି ପର୍ବ ଆମମାନଙ୍କ ମନରେ ସକରାତ୍ମକ ଶକ୍ତି ସ୍ରୋତ ପ୍ରବାହ କରିବା ସହିତ ବିଶ୍ବ ପ୍ରେମ ଓ ମାନବପ୍ରେମ ପ୍ରସାରିତ କରିଥାଏ ବୋଲି ଡ. ଅରୁଣ କୁମାର ପ୍ରହରାଜ କହିଛନ୍ତି । ଭାରତର ଅନ୍ୟାନ୍ୟ ସ୍ଥାନରେ ଏହି ପର୍ବ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଉଥିବାବେଳେ ଓଡ଼ିଶାର ଏହି ପର୍ବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ସହିତ ସମ୍ପର୍କିତ ।

ତେଣୁ ଏହା ଆମ ପାଇଁ ଏକ ସ୍ବତନ୍ତ୍ର ମହତ୍ତ୍ବ ରଖେ । ଏହା ଭିନ୍ନତା ଭିତରେ ଏକତାର ପ୍ରତୀକ ବୋଲି ଡ. ପ୍ରହରାଜ କହିଛନ୍ତି । ସମସ୍ତ କୋଭିଡ଼ ସତର୍କତା ସହିତ ଏହି ପର୍ବ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ତଥା ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ପାଳନ ହୋଇଛି । ଏହାକୁ ଓଡ଼ିଆ ପରିବାରର ସମସ୍ତ ସଦସ୍ୟ ଉପଭୋଗ କରିବା ସହିତ କୁନିକୁନି ପିଲାମାନେ ଗୁଡ଼ି ଉଡ଼ା ଆନନ୍ଦ ଉଠାଇଛନ୍ତି ।

ଏହିପରି ପର୍ବ ପାଳନ ଦ୍ବାରା ଆମେ ଓଡ଼ିଶାରୁ ଏତେ ଦୂରରେ ଅଛୁ ବୋଲି ଅନୁଭବ ହେଉନାହିଁ ବୋଲି ଓଡ଼ିଆ ପ୍ରତିନିଧିମାନେ ପ୍ରକାଶ କରିଛନ୍ତି । କୋଭିଡ଼ ମହାମାରୀରୁ ବିଶ୍ବର ରକ୍ଷା କରିବା ପାଇଁ ଏକ ମିଳିତ ପ୍ରାର୍ଥନା ମଧ୍ୟ କାରାଯାଇଛି । କାର୍ଯ୍ୟକ୍ରମରେ ଶୁଦ୍ଧେନ୍ଦୁ ଦାସ, ସୁବ୍ରତ ବଡ଼ପଣ୍ଡା, ମିହିର ମିଶ୍ର, ନୃସିଂହ ଚରଣ ନାୟକ, ରମେଶ ପାଣିଗ୍ରାହୀ, ସୁବାସ ସାହୁ, ତାପସ ରାଜ, ତୃପ୍ତି ବଡ଼ପଣ୍ଡା, ସୁନୀତା ପଣ୍ଡା, ସୁନୀତା ପ୍ରହରାଜ ପ୍ରମୁଖ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.