ଭୁବନେଶ୍ବର: ବିଚ୍ ରାସ୍ତାରେ ଷ୍ଟାର କଳି ଘଟଣା । ପୋଲିସ ଜେରା ପରେ ପ୍ରକୃତି ମିଶ୍ରଙ୍କ ପିତା ମନ୍ମଥ ମିଶ୍ରଙ୍କ ବଡ଼ ଖୁଲାସା । ବାବୁଶାନ ପ୍ରକୃତିକୁ ଅସ୍ତ୍ର କରି ତାର ଆକାଂକ୍ଷା ପୂରଣ କରିବାକୁ ଚାହୁଁଥିଲା । ବଲିଉଡକୁ ଯିବାକୁ ପ୍ରକୃତିକୁ ମାଧ୍ୟମ କରିଥିଲା । କାରଣ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ପ୍ରକୃତି ମିଶ୍ର ବୋଲି ସେ କହିଛନ୍ତି । ମନ୍ମଥ ଏପରି ମନ୍ତବ୍ୟ ଦେଉଥିବାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
ମନ୍ମଥ କହିଛନ୍ତି ଯେ, "ବଲିଉଡରେ କରୋନା ପୂର୍ବରୁ ପ୍ରକୃତିଙ୍କର 2 ଟି ଫିଲ୍ମର ସୁଟିଂ 25 ପ୍ରତିଶତ ସରିଥିଲା ମାତ୍ର କୋରୋନା ପାଇଁ ବନ୍ଦ ହେଇଗଲା । ଏବେ ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ସହ ଏକ ଚଳଚିତ୍ର ସୁଟିଂ ସରିଛି । ଯାହା ଆସନ୍ତା ଅକ୍ଟୋବର ବା ନଭେମ୍ବରରେ ରିଲିଜ ହେବାର ଅଛି । ନାନାଙ୍କ ସହ ଲିଡ଼ ରୋଲରେ ଅଭିନୟ କରିବା ଯେକୌଣସି ଅଭିନେତ୍ରୀ ପାଇଁ ସ୍ୱପ୍ନ । ଏବେ ପ୍ରକୃତିକୁ ମୁମ୍ବାଇରୁ ଆସୁଛି ଅନେକ ଅଫର।"
ସେ ଆହୁରି କହିଛନ୍ତି ଯେ, "ଘଟଣା ଜାଣିବା ପରେ ସବୁ କାମ ଛାଡି ଚେନ୍ନାଇ ଝିଅ ପାଖକୁ ଗଲୁ । ସେ ଭିଡ଼ିଓଟି ସେମାନେ ଉଦ୍ଦେଶ୍ୟମୂଳକ ଭାବରେ ଭାଇରଲ କଲେ । ଝିଅର ମାନସିକ ଦୁଶ୍ଚିନ୍ତା ଦୂର କରିବା ପାଇଁ ପହଞ୍ଚିଥିଲୁ । ଆମେ ପହଞ୍ଚିବା ପରେ ହୋଟେଲରେ ପ୍ରକୃତି ସବୁ ଛାଡି ଆମ ସହ ଆସିଥିଲା । ବାବୁ ଚାହୁଁଥିଲା ପ୍ରକୃତି ନ ଆସୁ ବୋଲି ମାତ୍ର ଝିଅକୁ ଆମକୁ ବାଛିଥିଲା । ପୋଲିସର ନୋଟିସ ହିସାବରେ ଆଜି ଆସି ଭୁବନେଶ୍ବର ପହଞ୍ଚିବା ପରେ ପୋଲିସ ପଚରାଉଚୁରା କରିଥିଲା । ୨ଟି କେସ ବିଷୟରେ କରାଯାଇଥିଲା ଛାନଭିନ।"
"ମୋ ଝିଅ ବଲିଉଡ଼ରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ସେ ଓଡ଼ିଶାରେ ରହୁନଥିଲା ମଝିରେ ମଝିରେ ଆସୁଥିଲା । ପୁଣି ଫେରିଯିବ ମୁମ୍ବାଇ । ପ୍ରେମମର ନିଆଁ ଏତେ ଜୋରରରେ ବଢିଯିବ ବୋଲି ସେ ଜାଣିନଥିଲା । ଚେନ୍ନାଇ ହୋଟେଲରେ ବାବୁ ଏବଂ ପ୍ରକୃତି ଫିଲ୍ମ ପ୍ରମୋସନ ପାଇଁ ଯାଇଥିଲେ । ହୋଟେଲରେ ପ୍ରକୃତି ଏବଂ ବାବୁଙ୍କୁ ବୁଝାଇଛି । ଘରକୁ ଫେରି ସ୍ତ୍ରୀ ଓ ପୁଅ ସହ ଭଲରେ ରହିବା ପାଇଁ ପରାମର୍ଶ ଦେଇଛି । ଚେନ୍ନାଇ କାର୍ଯ୍ୟକ୍ରମରେ ପ୍ରକୃତି ଗେଷ୍ଟ ନଥିଲା । ସେ ସହ ପ୍ରଯୋଜନାରେ ଏକ ଫିଲ୍ମ ଘୋଷଣା କରିବା ପାଇଁ ଯାଇଥିଲା" ବୋଲି ମନ୍ମଥ କହିଛନ୍ତି ।
ତେବେ ଏନେଇ ଏକ ଅଡିଓ ଭାଇରାଲ ହୋଇଛି । ଏହି ଅଡିଓରେ ମନ୍ମଥ କୌଣସି ଜଣେ ଅଜଣା ବ୍ୟକ୍ତିଙ୍କୁ ଏପରି କିଛି କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର