ଭୁବନେଶ୍ବର: ରାଜଧାନୀରେ ପୁଣି ଭଣ୍ଡ ବାବାର କାରନାମା । ଅଶ୍ଳୀଳ ଭିଡିଓ ସୁଟ କରି ଗିରଫ ହୋଇଛନ୍ତି ଭଣ୍ଡ ବାବା ଗଙ୍ଗାଧର ରଥ । ଏହି ବାବା ଜଣକ ବଡଗଡ ଥାନା ଅଞ୍ଚଳର ମେଘେଶ୍ବର ମନ୍ଦିର ପରିସରରେ ଅନେକ ସମୟରେ ଦେଖିବାକୁ ମିଳୁଥିଲେ ।
ନିଜକୁ ଜଣେ ତଥା କଥିତ ବାବା କହି ଲୋକଙ୍କ ସମସ୍ୟା ସମାଧାନ କରିବାର ଭରସା ଦେଉଥିଲେ ଭଣ୍ଡ ବାବା ଗଙ୍ଗାଧର । ଏହି କ୍ରମରେ ବାବା ଜଣେ ମହିଳା ଭକ୍ତଙ୍କୁ ଏପରି ଭଣ୍ଡାଇ ମନ୍ଦିର ପରିସରରେ ଅସଦାଚରଣ କରଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଏପରିକି ବାବା ଜଣକ ଅନେକ ସମୟରେ ନିଜକୁ ଚର୍ଚିତ ବାବା ବୋଲାଇବାକୁ ଅନେକ ରାଜନୈତିକ ବ୍ୟାକ୍ତିଙ୍କ ସହ ମିଳାମିଶା କରୁଥିଲେ ।
![ଅଶ୍ଳିଳ ଭିଡିଓ ଭାଇରାଲ, ଭୁବନେଶ୍ବରରୁ ଭଣ୍ଡବାବା ଗିରଫ](https://etvbharatimages.akamaized.net/etvbharat/prod-images/od-bbs-02-baba-arrest-avo-7203832_15112020231310_1511f_1605462190_261.jpg)
ଲୋକଙ୍କୁ ଭରାସା ଦେଖାଇ ଏପରି ଭଣ୍ଡାଇ ଠକାମି କରୁଥିଲେ ବାବା । ତେବେ ଏହି ଭଣ୍ଡ ବାବାଙ୍କର ଭାଇରାଲ ଭିଡିଓ ମାର୍କେଟରେ ଘୁରି ବୁଲିବାକୁ ଲାଗିଥିଲା । ସମ୍ପୃକ୍ତ ମହିଳା ଜଣଙ୍କ ଜାଣିବା ପରେ ତାଙ୍କ ଅଜାଣତରେ ଏପରି କରାଯାଇଥିବା ଅଭିଯୋଗ କରି ଥାନାରେ ଦ୍ବାରସ୍ତ ହୋଇଥିଲେ । ତେବେ ଏପରି ଘଟଣା ସାମ୍ନାକୁ ଆସିବା ପରେ ଧିରେ ଧିରେ ବାବାଙ୍କ କଳାକାରନାମା ଚିତ୍ର ପଦାକୁ ଆସୁଛି ।
![ଅଶ୍ଳିଳ ଭିଡିଓ ଭାଇରାଲ, ଭୁବନେଶ୍ବରରୁ ଭଣ୍ଡବାବା ଗିରଫ](https://etvbharatimages.akamaized.net/etvbharat/prod-images/od-bbs-02-baba-arrest-avo-7203832_15112020231310_1511f_1605462190_443.jpg)
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ