ETV Bharat / city

ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡଙ୍ଗୀଙ୍କୁ ସର୍ତ୍ତମୂଳକ ଜାମିନ

author img

By

Published : Jul 13, 2020, 7:54 PM IST

Updated : Jul 13, 2020, 8:36 PM IST

ayush director got bail, conditional bail to ayush director, ayush director bibhu prasad sarangi, sexual abuse case on ayush director, bhubaneswar latest news, ଜେଲରୁ ମୁକୁଳିଲେ ଆୟୁଷ ନିର୍ଦ୍ଦେଶକ, ଆୟୁଷ ନିର୍ଦ୍ଦେଶକଙ୍କୁ ସର୍ତ୍ତମୂଳକ ଜାମିନ, ଆୟୁଶ ନିର୍ଦ୍ଦେଶକଙ୍କ ଯୌନ ଶୋଷଣ ଅଭିଯୋଗ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡଙ୍ଗୀଙ୍କୁ ସର୍ତ୍ତମୂଳକ ଜାମିନ

19:35 July 13

ଭୁବନେଶ୍ବର: ଜେଲରୁ ମୁକୁଳିଲେ ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡଙ୍ଗୀ । କାର୍ଯ୍ୟାଳୟରେ ଜନୈକ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଭିଡିଓ ପଠାଇବା ଏବଂ ଯୌନ ଶୌଷଣ ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହେବା ସହ ସମ୍ପୃକ୍ତ ଓଏସ ଅଫିସରଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ 4 ଦିନ ଧରି ତାଙ୍କୁ ଝାରପଡା ଜେଲରେ ରଖାଯାଇଥିଲା । ହେଲେ ସୋମବାର ତାଙ୍କୁ ଜିଲ୍ଲା ଅତିରିକ୍ତ ଦୌରାଜଜ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ସେ ଜେଲରୁ ମୁକୁଳିଛନ୍ତି ।

ଦୁଇ ଜଣ ଜାମିନଦାର ଓ 10 ହଜାର ଟଙ୍କା ବେଲ ବଣ୍ଡ୍‌ରେ ସେ ମୁକୁଳିଥିବା ଜଣା ପଡିଛି । ସର୍ତ୍ତରେ ସେ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା, ଅଭିଯୋଗକାରିଣୀଙ୍କୁ ଧମକ ଚମକ ନ ଦେବା ଓ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବା ସହ ପ୍ରମାଣକୁ ଟାମ୍ପରିଂ ନକରିବାକୁ କୁହାଯାଇଛି ।  

ସୂଚନା ମୁତାବକ ସ୍ବାସ୍ଥ୍ୟ ବିଭାଗ ଅଧିନରେ ଥିବା ଆୟୁଷ ବିଭାଗର ମୁଖ୍ୟ ତଥା ଓଏସ ଅଫିସର ନିଜ ୱାର୍ଡରେ ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ମେସେଜ ପଠାଇବା ସହ ତାଙ୍କୁ ଏକୁଟିଆ ସ୍ଥାନକୁ ଡାକିଥିବା ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ ତାଙ୍କର ଯୌନ ଶୋଷଣ ହେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ସମ୍ପୃକ୍ତ ପୀଡିତାଙ୍କ ମହିଳାଥାନାରେ ଅଭିଯୋଗକ୍ରମେ ଗତ 9 ତାରିଖରେ ଧାରା 354(ଡି), 294, 506, 507, 509, ଆଟି ଆକ୍ଟ 67, 67(ଏ)ରେ ବିଭୂ ପ୍ରସାଦଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଥିଲା ।  

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 13, 2020, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.