ETV Bharat / city

ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡଙ୍ଗୀ

author img

By

Published : Jul 9, 2020, 6:30 PM IST

Updated : Jul 9, 2020, 7:25 PM IST

ମହଙ୍ଗା ପଡ଼ିଲା ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର । ଗିରଫ ହେଲେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ । ଗିରଫ କଲା ଭୁବନେଶ୍ୱର ମହିଳା ଥାନା ପୋଲିସ । ଅଧିକ ପଢନ୍ତୁ...

ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡଙ୍ଗୀ
ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡଙ୍ଗୀ

ଭୁବନେଶ୍ବର: ସ୍ବାସ୍ଥ୍ୟ ବିଭାଗ ଅଧିନରେ ଥିବା ଆୟୁଷ ବିଭାଗର ମୁଖ୍ୟ ତଥା ଓଏସ ଅଫିସର ବିଭୂ ପ୍ରସାଦ ଷଡଙ୍ଗୀଙ୍କୁ ଗିରଫ କରିଛି ଭୁବନେଶ୍ବର ମହିଳା ଥାନା ପୋଲିସ । କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଏବଂ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଭୂ ପ୍ରସାଦ । ଏନେଇ ମହିଳା କର୍ମଚାରୀ ଜଣକ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାଏର କରିଥିଲେ । ନିର୍ଦ୍ଦେଶକ ତାଙ୍କ ସହ ମୋବାଇଲରେ ଅଶ୍ଳୀଳ ଭିଡିଓ ଏବଂ ମେସେଜ ପଠାଇ ଚାଟିଂ କରିଥିଲେ । ଫୋନରେ ମଧ୍ୟ ତାଙ୍କ ସହ ଆପତ୍ତିଜନକ କଥାବାର୍ତ୍ତା କରିଥିଲେ। ବାରମ୍ବାର ବାରଣ ସତ୍ତ୍ୱେ ତାଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ଆଣିଥିଲେ ଯୁବତୀ ଜଣକ ।

ମହିଳା ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ବିଭୂ ପ୍ରସାଦଙ୍କୁ ଗିରଫ କରାଯାଇଛି । ଆଇପିସି ଧାରା ୩୫୪ (ଡି),୨୯୪, ୫୦୬, ୫୦୭, ୫୦୯, ଆଇଟି ଆକ୍ଟ ୬୭,୬୭ (ଏ)ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ପୂର୍ବରୁ ମଧ୍ୟ ଏହି ଅଫିସରଙ୍କ ବିରୋଧରେ ଏପରି ଅନେକ ଅଭିଯୋଗ ଉଠିଥିଲା । ହେଲେ ବାରମ୍ବାର ସେ ଖିସିଯିବାରେ ସଫଳ ହୋଇଥିଲେ । ତେବେ ଯୁବତୀଙ୍କ ଏପରି ଅଭିଯୋଗ ପରେ ଏବେ ପୋଲିସ ତାଙ୍କୁ ଗିରଫ କରିଛି । ଆୟୁଷ କାର୍ଯାଳୟରେ ଠିକାରେ କାମ କରୁଥିବା ଜଣେ ଯୁବତୀଙ୍କୁ ଅଶ୍ଳୀଳ ମେସେଜ କରୁଥିଲେ ଏହି ଆୟୁଷ ଡାକ୍ତର ଜଣକ । ଏପରିକି ଯୁବତୀ ଜଣଙ୍କ ମନା କରିବା ସତ୍ତ୍ବେ ତାଙ୍କୁ ଫୋନ କରି ହଇରାଣ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ବିକାଶ ଦାସ, ଇଟିଭି ଭାରତ

Last Updated : Jul 9, 2020, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.