ETV Bharat / city

କଳିଙ୍ଗ ଷ୍ଟାଡିୟମ ବୁଲିଲେ ଅଷ୍ଟ୍ରେଲିଆ ହାଇକମିଶନର - Australian High Commissioner in bhubaneswar

ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ହାଇକମିଶନର କଳିଙ୍ଗ ଷ୍ଟାଡିୟମ ବୁଲିଛନ୍ତି । ଏହି ଅବସରରେ ସେ ଷ୍ଟାଡିୟମରେ ଥିବା କ୍ରୀଡା ବିଜ୍ଞାନ ଏବଂ ପୁନର୍ବାସ କେନ୍ଦ୍ର ବୁଲି ଦେଖିଥିଲେ । ଅଧିକ ପଢ଼ନ୍ତୁ...

କଳିଙ୍ଗ ଷ୍ଟାଡିୟମ ବୁଲିଲେ ଅଷ୍ଟ୍ରେଲିଆ ହାଇକମିଶନର

author img

By

Published : Sep 1, 2021, 9:59 PM IST

ଭୁବନେଶ୍ବର: ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ହାଇକମିଶନର ଆଜି (ବୁଧବାର) କଳିଙ୍ଗ ଷ୍ଟାଡିୟମ ବୁଲିଛନ୍ତି । ଏହି ଅବସରରେ ସେ ଷ୍ଟାଡିୟମରେ ଥିବା କ୍ରୀଡା ବିଜ୍ଞାନ ଏବଂ ପୁନର୍ବାସ କେନ୍ଦ୍ର ବୁଲି ଦେଖିଥିଲେ । ଏହାପରେ ସେ ଓଡ଼ିଶା ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପ୍ରଦର୍ଶନ କେନ୍ଦ୍ର ପରିଦର୍ଶନ କରିଥିଲେ । ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପ୍ରଦର୍ଶନ କେନ୍ଦ୍ରର ମୁଖ୍ୟ ପ୍ରଦୀପ ପିଲ୍ଲେ ଅଷ୍ଟ୍ରେଲିଆ ହାଇକମିଶନରଙ୍କୁ ବାୟୋ ମେକାନିକ୍ସ ଓ ଆଥଲେଟଙ୍କ କୌଶଳରେ ଉନ୍ନତି ଆଣିବାକୁ ବ୍ୟବହୃତ ହେଉଥିବା ଉପକରଣ ଦେଖାଇଥିଲେ ।

  • The Hon'ble @AusHCIndia Barry O'Farrell AO along with other diginitaries visited the Sports Sc & Rehabilitation Centre – the Odisha ABTP Centre, where Centre Head Pradeep Pillay demonstrated the bio mechanics & assessment techniques used to assist athletes for better performance. pic.twitter.com/lBVVzRgWgY

    — Odisha Sports (@sports_odisha) September 1, 2021 " class="align-text-top noRightClick twitterSection" data=" ">

ଏହାପରେ ସେ କଳିଙ୍ଗ ଷ୍ଟାଡିୟମରେ ଥିବା ହକି ହାଇ ପର୍ଫାମାନ୍ସ ସେଣ୍ଟର ବୁଲି ଦେଖିଥିଲେ । ଏଠାରେ ବହୁ ଅନ୍ତର୍ଜାତୀୟ ହିକି ମ୍ୟାଚ ଆୟୋଜିତ ହୋଇସାରିଛି । ଯେଉଁଥିରେ ୨୦୧୮ ବିଶ୍ବକପର ମ୍ୟାଚ ମଧ୍ୟ ସାମିଲ ରହିଛି । ୨୦୨୩ରେ ପୁନଃ ଏଠାରେ ବିଶ୍ବକପ ହକି ଆୟୋଜନ ହେବ । ଏହାସହ ଟାଟା ହକି ହାଇ ପର୍ଫାମାନ୍ସ ସେଣ୍ଟର ମଧ୍ୟ ବୁଲି ଦେଖିଛନ୍ତି ଅଷ୍ଟ୍ରେଲିଆ ହାଇକମିଶନର ।

ଏହାକୁ ନେଇ ଅଷ୍ଟ୍ରେଲିଆ ହାଇକମିଶନର କମିଶନର କହିଛନ୍ତି ଯେ, "କ୍ରୀଡ଼ାବିତଙ୍କ ପାଇଁ ଓଡ଼ିଶା ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । କେବଳ ଭିତ୍ତିଭୁମି ନୁହେଁ, ପ୍ରତ୍ୟେକ କ୍ରୀଡ଼ାର ଖେଳାଳଙ୍କ ବିକାଶ ଦିଗରେ ଧ୍ୟାନ ଦିଆଯାଉଥିବା ଦେଖିବାକୁ ମିଳିଛି ।"

ଏହି ଅବସରରେ ଅଷ୍ଟ୍ରେଲିଆ ହାଇକମିଶନରଙ୍କ ସହ ଓଡ଼ିଶା ହକି ପ୍ରମୋସନ ଚେୟାରମ୍ୟାନ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ପ୍ରକଳ୍ପ ନିର୍ଦ୍ଦେଶଖ ରାଜୀବ ସେଠ, ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲ୍ଲୀପ ତିର୍କୀ ପ୍ରମୁଖ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.