ଭୁବନେଶ୍ବର: ନୂଆ ଓଡିଆ ଚଳଚ୍ଚିତ୍ର 'ବାଳୀ ଦ ସେଭିୟର'ର ଅଡିଓ ରିଲିଜ। ନୂଆ ଏକ ଚଳଚ୍ଚିତ୍ର ନୂତନ ଚିନ୍ତାଧାରାରେ ପ୍ରସ୍ତୁତ କରାଯାଇଛି ବାଳୀ ଦି ସେଭିୟର । ଆସନ୍ତା ଡିସେମ୍ବରରେ ରିଲିଜ ହେବ ଏହି ଚଳଚ୍ଚିତ୍ର ।
ସୂର୍ଯ୍ୟ ଇଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିବା ବେଳେ ଆକ୍ସନ ଓ ଓ ଡ୍ରାମାର ଆଉ ଏକ ହାଇବଜେଟ ଫିଲ୍ମ ଦେଖିବ ଓଡିଶା। କାହାଣୀକୁ ନେଇ ଗୀତଗୁଡିକ ପ୍ରସ୍ତୁତ ହୋଇଥିବା ବେଳେ ସଂଗୀତରେ ସଜାଇଛନ୍ତି ସଂଗୀତ ନିର୍ଦେଶକ ସଞ୍ଜୟ ସିତୁ । ଗୀତଗୁଡିକ ଗାଇଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଦୀପ୍ତିରେଖା, ଅସୀମ ପଣ୍ଡା, ତାରିକ ଅଜିଜ, ଅର୍ପିତା ଶଶାଙ୍କ ଓ ମାମା ସାମଲ । ଚଳଚ୍ଚିତ୍ରରେ ବସ୍ତି ପିଲାର ସଂଘର୍ଷ ସେବାର କାହାଣୀକୁ ଦେଖିବେ ଦର୍ଶକ । ଏଥିରେ ମୁଖ୍ୟ ଭୂମିକାରେ ସୂର୍ଯ୍ୟକାନ୍ତ ସାମଲ ନାୟକ ଓ ମାମା ସାମଲ ନାୟିକା ଭାବେ ନଜର ଆସିବେ । ଅଭିନେତା ସୂର୍ଯ୍ୟକାନ୍ତ ଚଳଚ୍ଚିତ୍ରର ପ୍ରଯୋଜକ ଭାର ସମ୍ଭାଳିଛନ୍ତି ।
କାହାଣୀ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦେଶକ କେ ମୁରଲିକ୍ରିଷ୍ଣା । ଫିଲ୍ମଟି ଡ଼ିସେମ୍ବରରେ ପରଦାକୁ ଆସିବା ଥିବା ବେଳେ ନିଚ୍ଛକ ଓଡ଼ିଆ କାହାଣୀକୁ ଦେଖିବା ପାଇଁ ଅନୁରୋଧ କରିଛନ୍ତି ପ୍ରଯୋଜକ । ଅନ୍ୟମାନଙ୍କ ଭିତରେ ଅଶ୍ରୁମୋଚନ ହରିହର ମହାପାତ୍ର ମନୋଜ ମିଶ୍ର ସ୍ମିତା ମହାନ୍ତି ଚିନ୍ତାମଣି ବିଶ୍ବାଳ ପ୍ରମୁଖ ଅଭିନୟ କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ