ETV Bharat / city

ରାଜଧାନୀରେ ଆତଙ୍କରାଜ, ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା - bhubaneswer

ରାଜଧାନୀରେ ଦିନ ଦ୍ବିପ୍ରହରରେ ହତ୍ୟା ଉଦ୍ୟମ । ଆକ୍ରମଣରେ ୪ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ରାଜଧାନୀରେ ଆତଙ୍କ, ଦିନ ଦ୍ବିପ୍ରହରେ ଦୁଇ ଜଣଙ୍କୁ ଗୋଡାଇ ହାଣିଲେ ଦୁବୃର୍ତ୍ତ

author img

By

Published : Jul 26, 2021, 3:26 PM IST

Updated : Jul 26, 2021, 10:47 PM IST

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଵୁଲିଲା ଖଣ୍ଡା । ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ଷ୍ଟେସନ ସାମ୍ନାରେ ଖେଳିଲା ଭୟର ବାତାବରଣ। ଜୀବନ ବିକଳରେ ଦୌଡିଲେ ରେଳ ଯାତ୍ରୀ, ସ୍ଥାନୀୟ ଦୋକାନି ଓ ଟ୍ୟାକ୍ସି ଡ଼୍ରାଇଭର। ଏଭଳି କିଛି ଛାତିଥରା ଆତଙ୍କରାଜ ଦେଖିଵାକୁ ମିଳିଥିଲା ରାଜଧାନୀର କେନ୍ଦ୍ରସ୍ଥଳୀ ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ ସାମ୍ନାରେ ।

ରାଜଧାନୀରେ ଆତଙ୍କ, ଦିନ ଦ୍ବିପ୍ରହରେ 4 ଜଣଙ୍କୁ ଗୋଡାଇ ହାଣିଲେ ଦୁବୃର୍ତ୍ତ

ମିଳିଥିବା ସୂଚନା ଅନୁସାରେ ,ଦୋକାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ପୂର୍ବ ଶତୃତା ନେଇଥିଲା ଉଗ୍ରରୂପ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୦ରୁ ୧୫ଜଣ ଯୁବକ ଖଣ୍ଡା, ଶାବଳ ଓ ଲୁହା ପାଇପ ଓ ଭୁଜାଲି ଧରି ଆସିଥିଲେ । ଏବଂ ଗୋଡେଇ ଗୋଡେଇ ୩ରୁ ୪ ଜଣ ଯୁବକଙ୍କୁ ହାଣିଥିଲେ । ଯାହାକୁ ଦେଖି ସ୍ଥାନୀୟ ରେଳ ଯାତ୍ରୀଠୁ ଆରମ୍ଭ କରି ମୋ ବସ ଡ୍ରାଇଭର ଓ ବସରେ ବସିଥିବା ଯାତ୍ରୀ ମଧ୍ୟ ଭୟଭୀତ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଦୋକାନ ବନ୍ଦ କରି ଧାଇଁବାକୁ ଲାଗିଥିଲେ । ପରେ ପୋଲିସ ପହଞ୍ଚି ଆହତ ୪ଜଣ ଯୁବକକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ।

ରାଜଧାନୀରେ ଆତଙ୍କ, ଦିନ ଦ୍ବିପ୍ରହରରେ ଗୋଡାଇ ହାଣିଲେ ଦୁର୍ବୃତ୍ତ

ତେବେ ପୋଲିସ ସୁଚନା ମୁତାଵକ ଫାଳିକିଆ ବସ୍ତିର ସେକ ରାଜା ସହ ୟୁନିଟ ୩ ମାଳିସାହି ପିଲାଙ୍କ ମଧ୍ୟରେ ଦୋକାନକୁ ନେଇ ଗଣ୍ଡଗୋଳ ଥିଲା। ତେବେ ମାଳିସାହି ବସ୍ତି ପିଲା ରାଜାକୁ ଆଗୁଆ ଆକ୍ରମଣ କରିଥିଲେ। ପରେ ଜବାବରେ ଫାଳିକିଆ ବସ୍ତିର ରାଜାର ସହଯୋଗୀ ମିଶି ଏଭଳି କାଣ୍ଡ ଭିଆଇଥିଲେ। ତେଵେ ରାଜାର ଷ୍ଟେସନ ନିକଟରେ ଏକ ଦୋକାନ ରହିଛି। ଯାହାକୁ ନେଇ ଏଭଳି ଵିଵାଦ ଉପୁଜିଥିବା କୁହାଯାଉଛି । ତେବେ ରାଜଧାନୀରେ ଏଭଳି ସର୍ବସାଧାରଣରେ ଆତଙ୍କରାଜ ସୃଷ୍ଟି କରିଵା ଏକ ଟ୍ରେଣ୍ଡ ଦେଖିଵାକୁ ମିଳୁଛି । ପୋଲିସର ଭୟ ଯେପରି ଅପରାଧୀଙ୍କ ମନରୁ ଲିଭି ଗଲାଣି । ପୁର୍ବରୁ କ୍ୟାପିଟାଲ ଥାନା ଅଞ୍ଚଳର ମାର୍କେଟ ବିଲଡିଂରେ ମଧ୍ୟ ଏଇଭଳି ଆତଙ୍କରାଜ ଘଟାଇ ୨୧ରୁ ଉର୍ଦ୍ଧ୍ବ ଯୁବକ ଗିରଫ ହୋଇଥିଲେ।

ସେହିପରି ନୟାପଲ୍ଲୀ ଥାନା ଅଞ୍ଚଳରେ ମଧ୍ୟ ଏକ ହତ୍ୟାକାଣ୍ଡକୁ ନେଇ କିଛି ଉତ୍ୟକ୍ତ ଯୁବକ ପୋଲିସର ପିସିଆର ଭ୍ୟାନ ଭାଙ୍ଗିଵା ସହ ସର୍ବସାଧାରଣରେ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୫ ରୁ ଉର୍ଦ୍ଧ୍ବ ଯୁବକ ଗିରଫ ହୋଇଥିଲେ। ସେହିପରି ଲକ୍ଷ୍ମୀସାଗର ଥାନା ଅଞ୍ଚଳର କଦଳି ଗୋଦାମ ଅଞ୍ଚଳରେ ଆତଙ୍କ ଯୋଗୁ ଜଣକୁ ହତ୍ୟାକରି ୫ଜଣ ଗିରଫ ହୋଇଥିଲେ। ସେହିପରି ଖଣ୍ଡଗିରି ଡୁମୁଡୁମାରେ ମଧ୍ୟ ପୁର୍ବରୁ ଏକ ସପିଂ କମ୍ପ୍ଲେକ୍ସରେ ଆତଙ୍କରାଜ ଦେଖିଵାକୁ ମିଳିଥିଲା। ଏୟାରଫିଲ୍ଡ ଥାନା ଅଞ୍ଚଳରେ ଆତଙ୍କରାଜ ଯୋଗୁ ଦୀପାବଳିରେ ଜଣକୁ ହତ୍ୟା କରି ଗିରଫ ହୋଇଥିଲେ ଏକାଧିକ ଯୁବକ। ଏଇଭଳି ଭାଵେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ଏଭଳି ଆତଙ୍କରାଜ ଏବେ କମିସନରେଟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 26, 2021, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.