ETV Bharat / city

ସରକାରଙ୍କୁ ଶିଖ ଡର ନା ଗାଦି ବଞ୍ଚାଇବାକୁ ବରିଷ୍ଠଙ୍କ ପ୍ରୟାସ - ଭୁବନେଶ୍ବର ମଧ୍ୟ ବିଧାୟକ

ରାଜଧାନୀ ଛାତି ଉପରେ ଶିଖ ବ୍ୟବସାୟୀ ପରବିନ୍ଦର ପାଲ ସିଂଙ୍କୁ ଆକ୍ରମଣ ଘଟଣା । ବିଧାୟକଙ୍କ ମାଧ୍ୟମରେ ଶିଖ ବ୍ୟବସାୟୀଙ୍କୁ ବୁଝାଇବାକୁ ହେଉଛି କି ଉଦ୍ୟମ?

ରାତି ଅଧିଆ ଭେଟିବା ବିଫଳ
ରାତି ଅଧିଆ ଭେଟିବା ବିଫଳ
author img

By

Published : Jan 16, 2020, 6:38 PM IST

Updated : Jan 16, 2020, 11:23 PM IST

ଭୁବନେଶ୍ବର: ଶିଖ ବ୍ୟବସାୟୀଙ୍କୁ ଆକ୍ରମଣ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଘଟଣା ଧୀରେ ଧୀରେ ଅଧିକ ସଂଗୀନ ହେବାରେ ଲାଗିଛି । ପଞ୍ଜାବ ଶିରୋମଣୀ ଅକାଳି ଦଳର ତୁଙ୍ଗ ନେତାମାନେ ଟୁଇଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ପୁରୀରେ ମଙ୍ଗୁମଠ ଭଙ୍ଗିବା ଓ ଏହାର ବିରୋଧ କରାଯାଇଥିବାରୁ ଏଭଳି ଆକ୍ରମଣ ହୋଇଥିବା ସେମାନେ ଆଶଙ୍କା କରିଛନ୍ତି ।

ସକାଳୁ ସାକ୍ଷାତ କରି ସମବେଦନା ଜଣାଇଲେ ବିଧାୟକ

ଏହି ଘଟଣାକୁ ନେଇ ଏବେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ସରକାରୀ ଦଳର ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟରାତ୍ରିରେ ବ୍ୟବସାୟୀ ପରବିନ୍ଦର ପାଲ ସିଂଙ୍କ ଘରକୁ ଯାଇଥିଲେ । ତାଙ୍କ ସହ ଆଉ 3ଜଣ ମଧ୍ୟ ଯାଇଥିବା ସିସିଟିଭି ଭିଡିଓ ଏବେ ଭାଇରାଲ ହୋଇଛି । ତେବେ ବିଧାୟକ କାହିଁକି ରାତି ଅଧିଆ ବ୍ୟବସାୟୀଙ୍କ ଘରକୁ ଯାଇଥିଲେ ତାହାକୁ ନେଇ ଏବେ ସବୁଠି ଉଠୁଛି ପ୍ରଶ୍ନ ? ଅଭିଯୁକ୍ତ ମାନେ ଜାମିନ ପାଇସାରିଥିବାରୁ ବ୍ୟବସାୟୀ ପରବିନ୍ଦରଙ୍କୁ ବୁଝାଇବାକୁ ସରକାର ଉଦ୍ୟମ କରୁଛନ୍ତି ନା ଆଉ କଣ ରହିଛି କାରଣ ?

ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟରାତ୍ରିରେ ପରବିନ୍ଦରଙ୍କ ପରିବାରକୁ ସାକ୍ଷାତ କରିବାରେ ବିଫଳ ହେବାପରେ ସକାଳୁ ଯାଇ ସାକ୍ଷାତ କରିଥିବା ଜଣାପଡିଛି । ବିଧାୟକ ସମସ୍ତ ପ୍ରକାରର ସୁରକ୍ଷା ଓ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ତେବେ ଏସଂପର୍କରେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ପରବିନ୍ଦ ପାଲ ସିଂକୁ ସାକ୍ଷାତ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସରକାରକୁ ଶିଖ ଡର ନା ଗାଦି
ବଂଚାଇବାକୁ ବରିଷ୍ଠଙ୍କ ପ୍ରୟାସBody:ରାତିଅଧରେ କବାଟ ବାଡେଇଲେ ବିଧାୟକ -ଗ୍ରାଫିକ୍ସ

ଶିଖ ବ୍ଯବସାୟୀକୁ ଆକ୍ରମଣ ନେଇ ରାଜ୍ଯରେ ହଇଚଇ।ଶିଖ ବ୍ସବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଏବଂ ପଗଡି କାଢି ବାଡେଇବା ସରକାରଙ୍କୁ ପଡିଛି ମହଙ୍ଗା।ଯାହାକୁ ନେଇ ପଂଜାବ ଅକାଳିଦଳର ତୁଙ୍ଗ ନେତା କରିଛନ୍ତି ଟୁଇଟ।ପୁରିରେ ମଙ୍ଗୁମଠକୁ ନେଇ ବିବାଦ ଯୋଗୁ ଏପରି ଆକ୍ରମଣ କରାଯାଉଥିବା ସେ ମୁଖ୍ଯମନ୍ତ୍ରୀଙ୍କୁ ଟୁଇକ କରି ଜଣାଇଛନ୍ତି।ଯାହାର ଚାପରେ ବିଜେଡି ପକ୍ଷରୁ ମାମଲା ଚପାଇବାକୁ ଉଦ୍ଯମ ହେଉଛି।ଯାହାର ସାଧାସିଧା ଚିତ୍ର ଦେଖିବାକୁ ମିଳିଛି ମଧ୍ଯ ବିଧାୟକ ଅନନ୍ତ ନାରାୟଣ ଜେନା ପରବିବ୍ଦର କବାଟ ରାତି ଅଧିଆ ବାଡେଇବା।ଘଟଣାକୁ ନେଇ ବଦନାମର ବୋଝ ମୁଣ୍ଡାଇବାକୁ ଯାଉଥିବା ସରକାର କଣ ବିଧାୟକଙ୍କ ଜରିଆରେ ପରବିନ୍ଦରକୁ ଶାନ୍ତ କରିବାକୁ ଉଦ୍ଯମ କରିଥିଲେ କି ।ରାତି ୧ଟାରେ ଜଣେ ପୋଲିସ ଅଧିକାରିଙ୍କ ସହ ଯାଇ କବାଟ ବାଡେଇ କଣ କରିବାକୁ ଚାହୁଁଥିଲେ ବିଧାୟକ।ତେବେ ଭୱରେ ପରବିନ୍ଦରଙ୍କ ପରିବାର କବାଟ ଖୋଲିନଥିଲେ ମଧ୍ଯ ସକାଳୁ ସତପାଲ ସିଂକ ସହ ଯାଇ ବିଧାୟକ ପରବିନ୍ଦରଙ୍କୁ ଭେଟିଛନ୍ତି।ଏପରିକି ସବୁ ପ୍ରକାର ସାହାର୍ଯ କରାଯିବ ଆପଣଙ୍କ ସହ ଅଛନ୍ତି ବୋଲି ବିଧାୟକ ଆଶ୍ବାସନା ଦେଇଥିଲେ।ତେବେ ପ୍ରଶ୍ନ ଉଠୁଛି କଣ ଶିଖ ସମ୍ପ୍ରଦାୟଙ୍କ କ୍ଷୋଭ କୁ ଶାନ୍ତ କରିବାକୁ ସରକାର ଏଭଳି ଗୋଟି ଚାଳନା କରାଯାଇଛି।ନା ପୋଲିସର ବଦନାମ ମୁଣ୍ଡାଉଥିବା ବରିଷ୍ଠ ଅଫିସର ବିଧାୟକ ଜରିଆରେ ନିଜ ଗାଦି ବଂଚାଇବାକୁ ପ୍ରୟାସ କରୁଛନ୍ତି।ଯାହାକୁ ନେଇ ବିଧାୟକ ମୁହଁ ଖୋଲିନଥିବା ବେଳେ ବିଜେପିର ବିଧାୟକ ପ୍ରାଥି ମଧ୍ଯ ପରବିନ୍ଦରକୁ ଭେଟି ଏକ ରାଜନୈତିକ ଆକ୍ରମଣ କରିଛନ୍ତିଯଯାହା ଏବେ ସାରା ରାଜ୍ଯରେ ହଇଚଇ ସୃଷ୍ଟି କରିଛି।Conclusion:ବାଇଟ-ପରବିନ୍ଦର ପାଲ
Last Updated : Jan 16, 2020, 11:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.