ଭୁବନେଶ୍ବର: ଗତ ମଙ୍ଗଳବାର ଋଷ୍ରେ ଆୟୋଜିତ 45ତମ ବିଶ୍ବ ଦକ୍ଷତା ବିକାଶ ପ୍ରତିଯୋଗିତ ଓଡିଆ ପୁଅ ଅଶ୍ବଥ ନାରାୟଣଙ୍କୁ ସ୍ବର୍ଣ୍ଣ ମିଳିଛି । 25 ବର୍ଷିୟ ନାରାୟଣ ଜଳ ପ୍ରଯୁକ୍ତିବିଦ୍ୟା ଉପରେ କରିଥିବା ପ୍ରୋଜେକ୍ଟ ଆଧାରରେ ତାଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ଏହି ପ୍ରତିଯୋଗିତାରେ ଭାରତକୁ ମୋଟ 4ଟି ପଦକ ମିଳିଛି । ଯାହାକି 2007 ପରେ ସର୍ବାଧିକ ପଦକ ହୋଇଛି । ନାରାୟଣଙ୍କ ସ୍ବର୍ଣ୍ଣ ବ୍ୟତୀତ ପ୍ରଣବ ନୂତଲପତିଙ୍କୁ ରୌପ୍ୟ, ସଞ୍ଜୟ ପରମାଣିକ୍ ଓ ଶ୍ବେତା ରତନପୁରାଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ଏହି ପ୍ରତିଯୋଗିତାରେ 63ଟି ଦେଶ ଭାଗ ନେଇଥିଲେ ।