ଭୁବନେଶ୍ବର: ଆସିଛି ପାର୍ବଣ ଋତୁ । ସାରଦୀୟ ପୂଜାରେ ଧରାପୃଷ୍ଟକୁ ଅବତରଣ କରୁଛନ୍ତି ମା’। ଆଉ ସେଥିପାଇଁ ଚଳଚଞ୍ଚଳ ହୋଇ ପଡୁଛି ଗାଁ ଠାରୁ ସହର। ଆରମ୍ଭ ହୋଇଯାଇଛି ମା’ଙ୍କର ନବରାତ୍ରୀ ପୂଜାବିଧି । ଅନ୍ୟପଟେ ଏହି ସମୟରେ ଜ୍ୟୋତିଷ ମାନେ ମଧ୍ୟ ନିଜର ଗଣନା ଆରମ୍ଭ କରି ଦେଇଛନ୍ତି। ତାଙ୍କ କହିବା ଅନୁସାରେ ନବରାତ୍ରୀର ନଅ ଦିନ ଯେଉଁ ସବୁ ପୂଜା ହୁଏ ତାର ପ୍ରଭାବ 9ଟି ଗ୍ରହର ଉପରେ ମଧ୍ୟ ପଡିଥାଏ।
ନବରାତ୍ରୀ ବ୍ରତଧାରୀ ମାନେ ପୂଜାର୍ଚ୍ଚନା କରିବା ସହ ନିଜ ମନ ଭିତରେ ଥିବା ଆଶୁରିକା ମନୋଭାବକୁ ପ୍ରଥମେ ଦୂର କରିବାର ଆବଶ୍ୟକତା ରହିଛି । ଯାହା ଫଳରେ ମନସ୍କାମନା ପୂର୍ଣ୍ଣ ହୋଇଥିାଏ । ଯେଉଁ ଝିଅଙ୍କ ବିବାହରେ ଅସୁବିଧା ହେଉଛି ସେମାନେ ଏହି ନବରାତ୍ରୀ ପୂଜାର ଷଷ୍ଠୀ ଦିନ ମାଙ୍କ କାତ୍ୟାୟନୀ ରୂପକୁ ପୂଜା କଲେ ଭଲ ବୋଲି ଜ୍ୟୋତିଷ ମତ ରଖିଛନ୍ତି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ