ETV Bharat / city

କଳାଟଙ୍କାକୁ କରିପାରିଲେନି ଧଳା, ବନ୍ଧା ହେଲେ ସହକାରୀ ଯନ୍ତ୍ରୀ - ସହକାରୀ ଯନ୍ତ୍ରୀ

ରଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

କଳାଟଙ୍କାକୁ କରିପାରିଲେନି ଧଳା, ବନ୍ଧା ହେଲେ ସହକାରୀ ଯନ୍ତ୍ରୀ

author img

By

Published : Nov 19, 2021, 12:55 PM IST

ଭୁବନେଶ୍ବର: ବନ୍ଧା ହେଲେ ଋଷିନାଥ । ନୟାଗଡ ଜିଲ୍ଲା ରଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ଠାରୁ ବହୁଗୁଣ ଅଧିକା ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଯନ୍ତ୍ରୀଙ୍କ ୨ କୋଟି ୭୦ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଭୁବନେଶ୍ବର ଡିଭିଜନ ।

ଏଥିସହ ରେଡ୍ ସମୟରେ ଋଷିନାଥଙ୍କ ଘରୁ ପୁରୁଣା ୫ ଶହ ଟଙ୍କିଆ ନୋଟ୍ ମଧ୍ୟ ଜବତ କରାଯାଇଛି । ନୋଟବନ୍ଦୀ ପୂର୍ବରୁ ସେ ଏହି କଳାଟଙ୍କାକୁ ଧଳା କରିପାରି ନାହାନ୍ତି । ଯାହା ଭିଜିଲାନ୍ସ ହାତରେ ଲାଗିଛି । ଗତକାଲି(ଗୁରୁବାର) ଏହି ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଥିଲା ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚଲାଣ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.