ETV Bharat / city

Assembly Budget session: ଦୈନିକ 5 ଘଣ୍ଟା ଚାଲିବ ଗୃହ, ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି - ବିଧାନସଭା ବଜେଟ ଅଧିବେଶନ ଖବର

ଆସନ୍ତା ମାର୍ଚ୍ଚ 25ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅଧିବେଶନ ପାଇଁ ହୋଇଥିବା ପ୍ରସ୍ତୁତି ଓ ବ୍ୟବସ୍ଥାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଦୈନିକ 5 ଘଣ୍ଟା ଚାଲିବ ଗୃହ, ବିଧାୟକ ଦଳରେ ପ୍ରସ୍ତୁତ ହେବ ରଣନୀତି

author img

By

Published : Mar 18, 2022, 10:07 PM IST

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ 25ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅଧିବେଶନ ପାଇଁ ହୋଇଥିବା ପ୍ରସ୍ତୁତି ଓ ବ୍ୟବସ୍ଥାର ସୂଚନା ଦେଇଛନ୍ତି ।

ଦୈନିକ 5 ଘଣ୍ଟା ଚାଲିବ ଗୃହ, ବିଧାୟକ ଦଳରେ ପ୍ରସ୍ତୁତ ହେବ ରଣନୀତି

ବାଚସ୍ପତି କହିଛନ୍ତି କୋଭିଡ କଟକଣାରେ ଚାଲିବ ଅଧିବେଶନ । ଏଥର ମଧ୍ୟ ଅଧିବେଶନ ଦିନକୁ ୫ ଘଣ୍ଟା ଚାଲିବ । ଅଧିବେଶନର, ପ୍ରଥମ ଦିବସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଗୃହକୁ ୪ ଟା ପଯ୍ୟନ୍ତ ମୁଲତବି କରାଯିବ । ସେହିଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୫, ୨୬ ଓ ୨୮ ତାରିଖ ୩ ଦିନ ଧରି ଗୃହରେ ଆଲୋଚନା ହେବ । ୩୦ ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ । ୩୧ ତାରିଖରେ ଭୋଟ ଅନ ଆକାଉଣ୍ଟ (କାମଚଳା ବଜେଟ) ଜରିଆରେ ଗୃହରେ ବ୍ୟୟ ମଞ୍ଜୁର ବିଲ ପାରିତ କରାଯିବ । ପୂର୍ବ ବ୍ୟବସ୍ଥା ଅନୁସାରେ ବିଧାୟକମାନେ ସାମାଜିକ ଦୂରତା ରଖି ବସିବା ବ୍ୟବସ୍ଥା କରାଯାଇଛି ।

ସେହିପରି ସ୍ବଳ୍ପକାଳୀନ ବଜେଟ ଅଧିବେଶନ କମ ଦିନ ପାଇଁ ବସୁଥିଲେ ମଧ୍ୟ, ବେଶ ସରଗମର ହେବ । ଉଭୟ ଶାସକ ଓ ବିରୋଧୀ ଗୃହରେ ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେବେ। ଏବେଠାରୁ ବିରୋଧୀ ସଜବାଜ ଆରମ୍ଭ କରିଛନ୍ତି। ଆସନ୍ତା ୨୫ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ଏହି ବୈଠକରେ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବ ଶାସକ ଦଳ।

ସେହିଭଳି ବିରୋଧୀ ମଧ୍ୟ ଚାଷୀ ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି କହିଛି। ଯାହା ଉଭୟ ଦଳର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ । ତେବେ ବିରୋଧୀ ଦଳର ସବୁ ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁ୍ତ ବୋଲି ଶାସକ ଦଳ କହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.