ETV Bharat / city

ସହରାଞ୍ଚଳ ଡ୍ରେନେଜ ବ୍ୟବସ୍ଥାର ହେବ ସ୍ଥାୟୀ ସମାଧାନ - ଡ୍ରେନେଜ ବ୍ୟବସ୍ଥାର ହେବ ସ୍ଥାୟୀ ସମାଧାନ

ଭୁବନେଶ୍ବର, ପୁରୀ, ବ୍ରହ୍ମପୁର,କଟକ ସହର ଗୁଡିକର ଡ୍ରେନେଜ ବ୍ୟବସ୍ଥାର ହେବ ସମାଧାନ । ଏନେଇ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ନିିଆଯାଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ...

urban drainage system to be  permanent solution
ସହରାଞ୍ଚଳ ଡ୍ରେନେଜ ବ୍ୟବସ୍ଥାର ହେବ ସ୍ଥାୟୀ ସମାଧାନ
author img

By

Published : Oct 5, 2021, 8:21 PM IST

ଭୁବନେଶ୍ବର: ଆଜି ବସିଛି ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ। ସହରାଞ୍ଚଳରେ ଡ୍ରେନେଜ ଓ ଜଳବନ୍ଦୀ ସମସ୍ୟାର ସମାଧାନ ନେଇ ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଏହି ବୈଠକରେ ବିଧାୟକ ମହମ୍ମଦ ମୋକିମ, ଅମର ଶତପଥୀ, ନଗର ଉନ୍ନୟନ ସଚିବ ଜି ମାଥିଭାଥନ ଓ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ସହରାଞ୍ଚଳ ଡ୍ରେନେଜ ବ୍ୟବସ୍ଥାର ହେବ ସ୍ଥାୟୀ ସମାଧାନ

-ମୁକୁଳା ଡ୍ରେନ ଉପରେ ପଡିବ ସ୍ଲାବ ।

-ଡ୍ରେନର ଦୁଇ କଡରେ ୧୦ ଫୁଟର ଜାଲ ଲଗାଯିବ।

-ଏହିପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ କରାଯିବ।

-ଡ୍ରେନ ଉପରେ ଜବର ଦଖଲ ଉଚ୍ଛେଦ ହେବ।

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ସହରାଞ୍ଚଳରେ ବନ୍ୟା ବଡ଼ ପ୍ରସଙ୍ଗ ଭାବରେ ଆଲୋଚନା କରାଯାଇଛି । ବିଶେଷ କରି ସ୍ମାର୍ଟସିଟି ଭୁବନେଶ୍ବର,ପୁରୀ,ବ୍ରହ୍ମପୁର,କଟକ ଭଳି ସହରାଞ୍ଚଳରେ ଡ୍ରେନ ସମସ୍ୟାକୁ ନେଇ ବୈଠକରେ ଆଲୋଚନା କରାଯାଇଛି । ମୁଖ୍ୟତଃ 4 ଟି ଦିଗ ଉପରେ ଗୁରୁତ୍ବ ଦିଆଯାଇଛି । ସହର ଗୁଡିକର ମୁକୁଳା ଡ୍ରେନ ଉପରେ ସ୍ଲାବ ପଡିବ, ଜାଲି ଲାଗିବ, ଜବରଦଖଲକୁ ଚିହ୍ନଟ କରି ଉଚ୍ଛେଦ କରାଯିବ। ଯେଉଁଠି ଡ୍ରେନ ନାହିଁ ସେଠାରେ ନୂଆ ଡ୍ରେନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯିବ। ଏହାସହ ଡ୍ରେନେଜ ବ୍ୟବସ୍ଥାର ସ୍ଥାୟୀ ସମାଧାନ କରାଯିବ।

ସେହିପରି ଏହି ବୈଠକରେ କଟକରେ ଡ୍ରେନେଜ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଥିଲେ କଟକ ବିଧାୟକ ମହମ୍ମଦ ମୋକିମ । ଜାଇକାକୁ ନେଇ ଭଗବାନଙ୍କ ନାମ ଠାରୁ ଅଧିକ ଜାଇକା ନାମ ନେଉଛନ୍ତି କଟକବାସୀ । ତେବେ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ, ସ୍ଥାୟୀ ସମାଧାନ ନଗର ଉନ୍ନୟନ ବିଭାଗ ପକ୍ଷରୁ ତୁରନ୍ତ କରାଯାଉ ବୋଲି ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.