ETV Bharat / city

ୟେସ ବ୍ୟାଙ୍କରେ ଜଗା ଟଙ୍କା ପ୍ରସଙ୍ଗ; ଗଠନ ହେଲା ଗୃହ କମିଟି - ଗୃହ କମିଟି

ୟେସ ବ୍ୟାଙ୍କରେ ଜଗା ଟଙ୍କା ରଖିବା ପ୍ରସଙ୍ଗରେ ତଦନ୍ତ ପାଇଁ ଗୃହ କମିଟି ଗଠନ ହୋଇଛି । ଏନେଇ ବାଚସ୍ପତି କମିଟି ଗଠନ କରିଛନ୍ତି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

assembly speaker
assembly speaker
author img

By

Published : Mar 13, 2020, 1:28 PM IST

Updated : Mar 13, 2020, 1:48 PM IST

ଭୁବନେଶ୍ବର: ମହାପ୍ରଭୁଙ୍କ 545 କୋଟି ଟଙ୍କା ୟେସ ବ୍ୟାଙ୍କରେ ରଖିବା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ପରେ ଗୃହ କମିଟି ଗଠନ କରିଛନ୍ତି ବାଚସ୍ପତି । ବିରୋଧୀ ତଦନ୍ତ ପାଇଁ ଗୃହ କମିଟି ଦ୍ବାରା ତଦନ୍ତ କରିବାକୁ ଦାବି କରିଥିଲେ ।

ଏହାକୁ ନେଇ ଶୁକ୍ରବାର ପ୍ରଶ୍ନକାଳରେ ବିଜେପି ବିଧାୟକ ହଙ୍ଗାମା କରିଥିଲେ । ଫଳରେ ବାଚସ୍ପତି ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ପ୍ରସ୍ତାବ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଦେଲା ପରେ ଗୃହ କମିଟି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟିରେ ବିରୋଧୀ ଦଳନେତାଙ୍କ ସମେତ 12 ଜଣ ସଭ୍ୟ ସଦସ୍ୟ ଅଛନ୍ତି । ସରକାରୀ ଦଳପକ୍ଷରୁ ଅତନୁ ସବ୍ୟସାଚୀ ନାୟକ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ଦେବୀ ମିଶ୍ର, ପ୍ରତାପ ଦେବ ଥିବାବେଳେ କଂଗ୍ରେସ ପକ୍ଷରୁ ନରସିଂହ ମିଶ୍ର, ତାରା ବାହିନୀପତି ଅଛନ୍ତି । ବିଜେପି ପକ୍ଷରୁ ବିରୋଧୀ ଦଳନେତା , ସୁବାସ ପାଣିଗ୍ରାହୀ ଓ ମୋହନ ମାଝୀ ଅଛନ୍ତି । ସେହିପରି ସିପିଆଇଏମ ପକ୍ଷରୁ ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ କମିଟିରେ ସ୍ଥାନ ମିଳିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 13, 2020, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.